ବୈଜୟନ୍ତଙ୍କ ଉଦ୍ୟମରୁ ଘରକୁ ଫେରିଲେ ଯୁବକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 14, 2018

ବୈଜୟନ୍ତଙ୍କ ଉଦ୍ୟମରୁ ଘରକୁ ଫେରିଲେ ଯୁବକ

jay-panda

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ ଯୋଗୁ ଘରକୁ ଫେରିଛନ୍ତି ଆବୁଧାବିରେ ଫସିଥିବା ଓଡ଼ିଆ ଯୁବକ ସନ୍ତୋଷ କୁମାର ସ୍ୱାଇଁ। ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା କଳାଙ୍ଗ ପାଇକସାହିର ସନ୍ତୋଷ, ଜଣେ ସ୍ଥାନୀୟ ଏଜେଣ୍ଟଙ୍କ ଜରିଆରେ ଆବୁଧାବି ଯାଇ ଏକ ଘରୋଇ କମ୍ପାନୀରେ ୯ମାସ ହେଲା କାମ କରୁଥିଲେ। ହେଲେ ସେଠାରେ ତାଙ୍କୁ ଦରମା ମିଳୁନଥିବା ସହ ଦୟନୀୟ ଅବସ୍ଥାରେ କାମ କରିବାକୁ ପଡୁଥିବା ନେଇ ପରିବାର ଲୋକେ ଅଭିଯୋଗ ଆଣି, ସେଠାରୁତାଙ୍କୁ ଫେରାଇ ଆଣିବାକୁ ବୈଜୟନ୍ତଙ୍କୁ ନିବେଦନ କରିଥିଲେ।
ବୈଜୟନ୍ତ ଏ ନେଇ ଗତ ୧ତାରିଖରେ ଆବୁଧାବିରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଜଣାଇଥିଲେ। ଏହାପରେ ସନ୍ତୋଷ ସେଠାରୁ ଭାରତ ଫେରିଥିଲେ। ଘରକୁ ଫେରିସନ୍ତୋଷ ସମ୍ପର୍କୀୟଙ୍କ ସହ ଆସି ତାଙ୍କୁ ଧନ୍ୟବାଦ ଜଣାଇଥିବା ଟ୍ୱିଟ୍‌ କରି ଜଣାଇଛନ୍ତି ବୈଜୟନ୍ତ।
ସେହିଭଳି ଏହି ଘଟଣାରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଓ ଆବୁଧାବିରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ନବଦୀପ ସୁରୀଙ୍କୁ ବି ଧନ୍ୟବାଦ ଜଣାଇଛନ୍ତି ବୈଜୟନ୍ତ।



from Odisha Reporter https://ift.tt/2yi5uOK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages