ପାକିସ୍ତାନକୁ ଦକ୍ଷିଣ ଭାରତ ସହ ତୁଳନା କରି ଅଡ଼ୁଆରେ ସିଦ୍ଧୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 14, 2018

ପାକିସ୍ତାନକୁ ଦକ୍ଷିଣ ଭାରତ ସହ ତୁଳନା କରି ଅଡ଼ୁଆରେ ସିଦ୍ଧୁ

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଦକ୍ଷିଣ ଭାରତୀୟ ଭାଷା ଠାରୁ ପାକିସ୍ତାନର ଭାଷା ସହଜ କହି ବିବାଦୀୟ ହେଉଥିବା ପଞ୍ଜାବ ମନ୍ତ୍ରୀ ନବଜ୍ୟୋତ ସିଂହ ସିଦ୍ଧୁଙ୍କୁ କଡ଼ା ସମାଲୋଚନା କରିବା ସହିତ କଂଗ୍ରେସ ତାଙ୍କୁ ଦଳରୁ ବାହାର କରୁ ବୋଲିଙ୍କୁ ରାହୁଲ ଗାନ୍ଧିଙ୍କୁ ଆହ୍ୱାନ କରିଛି ବିଜେପି। କସୋଲ୍‌ଠାରେ ଏକ ସାହିତ୍ୟ ଉତ୍ସବରେ ସେ ଦକ୍ଷିଣ ଭାରତୀୟ ଭାଷା, ସଂସ୍କୃତି ଏବଂ ଖାଦ୍ୟପେୟ ସହିତ ପାକିସ୍ତାନର ଭାଷା, ସଂସ୍କୃତିଓ ଖାଦ୍ୟ କୁ ତୁଳନା କରିଥିଲେ।

ସେ ଏହି ଅବସରରେ କହିଥିଲେ, ‘ଯେବେ ମୁଁ ଦକ୍ଷିଣ ଭାରତ ଯାଏ, ମୁଁ ସେମାନଙ୍କ ଭାଷା ବୁଝିପାରେନି। ସେହିପରି ସେଠାରେ ଖାଦ୍ୟପେୟ ମଧ୍ୟ ସଂପୂର୍ଣ୍ଣ ଅଲଗା , କିନ୍ତୁ ପାକିସ୍ତାନ ଗଲେ ମୋତେ ସେଠାରେ ସେଭଳି କିଛି ସମସ୍ୟା ହୁଏନି।’ ଏହାକୁ ନେଇ ରାଜନୀତିକ ମହଲରେ କଡ଼ା ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଆଞ୍ଚଳିକ ଦଳ ଏଆଇଡିଏମ୍‌କେ ମଧ୍ୟ ଏହି ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି।

ବିଜେପି ନେତା ଜିଭିଏଲ୍‌ ନରସିଂହା ରାଓ ରାହୁଲ ଗାନ୍ଧିଙ୍କୁ ଏହି ପ୍ରସଙ୍ଗରେ ଟାର୍ଗେଟ କରି ସିଦ୍ଧୁଙ୍କୁ ସେ ମନ୍ତ୍ରୀ ପଦରୁ ଏବଂ ଦଳରୁ ବାହାର କରିବା ଉଚିତ ବୋଲି କହିଛନ୍ତି। ସେ କହିଛନ୍ତି ଯେ, ଆମେ ଜାଣୁ ଆପଣଙ୍କ ଦଳ ପାକିସ୍ତାନକୁ ବହୁତ ଭଲପାଏ ଏବଂ ଆପଣଙ୍କ ଦଳର ସଦସ୍ୟ ପାକିସ୍ତାନର ଗୁଣଗାନ କରନ୍ତି।

ଏଆଇଡିଏମ୍‌କେ ପକ୍ଷରୁ କୁହାଯାଇଛି, ସେ କମେଡିଆନ୍‌ କେହି ତାଙ୍କୁ ସିରିୟସ୍‌ ଭାବନ୍ତୁନି। ପୂର୍ବରୁ ଥରେ ସେ କହିଥିଲେ ଭାରତ ପାକିସ୍ତାନ ସୀମାରେ ଥିବା କର୍ତ୍ତାର ସାହିବ୍‌ କରିଡର୍‌ ଖୋଲିବାପାଇଁ ପାକିସ୍ତାନ ପ୍ରସ୍ତୁତ ଅଛି, ନୂଆଦିଲ୍ଲୀ ଆଲୋଚନା ଆରମ୍ଭ କରୁ। ଏହାକୁ ନେଇ ମଧ୍ୟ ସେ ବିବାଦରେ ଫସିଥିଲେ, କାରଣ ଏଭଳି ଶାନ୍ତି ପ୍ରସ୍ତାବ ପାଇଁ ଭାରତ ପକ୍ଷରୁ ପ୍ରୟାସ ହେଉଥିଲେ ମଧ୍ୟ ପାକ୍‌ କେବେ ମଧ୍ୟ ପ୍ରସ୍ତୁତ ହୁଏ ନାହିଁ।



from Odisha Reporter https://ift.tt/2ITCkcC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages