ହ୍ୱାଟ୍‌ସଆପ୍‌ ଦେଖୁଦେଖୁ ବିରକ୍ତ କରିପାରେ ବିଜ୍ଞାପନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 31, 2018

ହ୍ୱାଟ୍‌ସଆପ୍‌ ଦେଖୁଦେଖୁ ବିରକ୍ତ କରିପାରେ ବିଜ୍ଞାପନ

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଏଥର ହ୍ୱାଟ୍‌ସଆପ୍ ଆପଣଙ୍କୁ ବିରକ୍ତ କରିପାରେ। ଆପଣଙ୍କ ପ୍ରେମଭରା ଚାଟିଂରେ ସାଜିପାରେ ପ୍ରତିବନ୍ଧକ। ଆପଣ ନଚାହୁଁଥିବା କଥା ସେ ଆଣିଦେଇପାରେ। କାରଣ ଏଥର ଆପଣଙ୍କ ଷ୍ଟାଟସ୍‌ରେ ବିଜ୍ଞାପନ ପ୍ରଚାର କରିବ ଏହି ପ୍ରମୁଖ ମେସେଜିଂ ଆପ୍ଲିକେଶନ। ପୂର୍ବରୁ ଏହି ଖବର ଚର୍ଚ୍ଚା ହୋଇଥିବା ବେଳେ ବୁଧବାର ଏହାର ଉପସଭାପତି କ୍ରିସ୍ ଡାନିଏଲ୍ ଏହା ସ୍ପଷ୍ଟ କରିଦେଇଛନ୍ତି।

ଟିଭି, ଖବରକାଗଜ ତଥା ବିଭିନ୍ନ ୱେବ୍‌ସାଇଟ୍‌ରେ ଯେଭଳି ବିଜ୍ଞାପନ ପ୍ରଚାର ହେଉଛି ଏଥର ହ୍ୱାଟ୍‌ସଆପ୍‌ର ଷ୍ଟାଟସ୍‌ରେ ସେହିଭଳି ବିଜ୍ଞାପନ ଆପଣାଛାଏଁ ଆସିବ। କମ୍ପାନୀ ଏହା ସ୍ପଷ୍ଟି କରି ଦେଇଛି।

ଫେସ୍‌ବୁକ୍‌ ଅଧିକୃତ ବିଶ୍ୱର ଏହି ବହୁଳ ବ୍ୟବହୃତ ସୋସିଆଲ୍ ମିଡିଆ ଅଧିକ ଲାଭ ଅର୍ଜନ କରିବା ଲକ୍ଷ୍ୟରେ ଏଭଳି ପଦକ୍ଷେପ ନେଇଛି।

କିନ୍ତୁ କେବେ ଠାରୁ ଏହି ବିଜ୍ଞାପନ ଆରମ୍ଭ ହେବ ସେ ସମ୍ପର୍କରେ କ୍ରିସ୍‌ କୌଣସି ସୂଚନା ଦେଇନାହାନ୍ତି। ସୂତ୍ରରୁ ମିଳିଥିବା ଖବର ଅନୁସାରେ ୨୦୧୯ ଆରମ୍ଭରୁ ଏହା ଆସିଯାଇପାରେ।

କିଭଳି ଏହି ବିଜ୍ଞାପନ ହ୍ୱାଟ୍‌ସ୍‌ଆପ୍‌ ବ୍ୟବହାରକାରୀଙ୍କୁ ପ୍ରଦର୍ଶୀତ ହେବ? କେତେ ସମୟ ରହିବ? ସ୍କିପ୍‌ ଅପ୍‌ସନ୍ ରହିବକିନାହିଁ ? ସମସ୍ତଙ୍କ ଷ୍ଟାଟସ୍‌ରେ ବିଜ୍ଞାପନ ଆସିବ ନା ନିର୍ଦ୍ଦିଷ୍ଟ ବର୍ଗର ୟୁଜରଙ୍କୁ ଏହା ପ୍ରଦର୍ଶିତ ହେବ ସେ ନେଇ ମଧ୍ୟ କୌଣସି ସ୍ପଷ୍ଟ କରାଯାଇ ନାହିଁ।

ସୂଚନା ଅନୁସାରେ ହ୍ୱାଟ୍‌ସଆପ୍‌ ବିଶ୍ୱର ସର୍ବାଧିକ ଲୋକପ୍ରିୟ ଏବଂ ବହୁଳ ଆଦୃତ ମେସେଜିଂ ଆପ୍ଲିକେଶନ ହୋଇଥିବା ବେଳେ ଭାରତରେ ଏହାର ପ୍ରାୟ ୨୫ କୋଟି ୟୁଜର ରହିଛନ୍ତି।



from Odisha Reporter https://ift.tt/2Df63wO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages