ମାମୁ ଘରୁ ଚୋରି କରିବାକୁ ଯୁକ୍ତ ଦୁଇରେ ପଢୁଥିବା ଛାତ୍ର ଏମିତି କରିଥିଲେ ପ୍ଲାନ୍‌; ସାଙ୍ଗମାନଙ୍କ ସହ ବନ୍ଧା ହେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 19, 2018

ମାମୁ ଘରୁ ଚୋରି କରିବାକୁ ଯୁକ୍ତ ଦୁଇରେ ପଢୁଥିବା ଛାତ୍ର ଏମିତି କରିଥିଲେ ପ୍ଲାନ୍‌; ସାଙ୍ଗମାନଙ୍କ ସହ ବନ୍ଧା ହେଲେ

too

ମୁମ୍ବାଇ: ଜଣେ ଯୁକ୍ତ ଦୁଇ ଛାତ୍ର ତାଙ୍କର ତିନି ସାଙ୍ଗଙ୍କ ସହିତ ମିଶି ତାଙ୍କ ମାମୁଙ୍କ ଘରୁ ୩୦ ଲକ୍ଷ ଟଙ୍କା ଚୋରି କରିଥିଲେ। ମଉଜ କରିବା ପାଇଁ ସେ ଏହି ଟଙ୍କା ଚୋରି କରିଥିଲେ। ତେବେ ଧରା ପଡ଼ିଗଲେ। ଏବେ ସାଙ୍ଗମାନଙ୍କ ସହିତ ଗିରଫ ହୋଇଛନ୍ତି। ସେମାନଙ୍କୁ ସୁଧାର ଗୃହରେ ରଖାଯାଇଛି। ସେମାନଙ୍କ ମଧ୍ୟରୁ କେବଳ ଜଣଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। କାରଣ ସେ ସାବାଳକ।

ଘଟଣାଟି ଘଟିଛି ମୁମ୍ବାଇର ପଶ୍ଚିମ ଅନ୍ଧେରୀର କୋଲ୍‌ ଡଙ୍ଗରି ଅଞ୍ଚଳରେ। ଯୁକ୍ତ ଦୁଇରେ ପ୍ରଥମ ବର୍ଷରେ ପଢ଼ୁଥିବା ଏହି ଛାତ୍ରଙ୍କ ମାମୁ ଜଣେ ବ୍ୟବସାୟୀ। ସେ ତାଙ୍କ ଘରେ ବହୁତ ପରିମାଣରେ ଟଙ୍କା ରଖୁଥିବା କଥା ଭଣଜାକୁ ଜଣାଥିଲା। ଏମିତି କି ସେ କେଉଁଠି ଟଙ୍କା ରଖନ୍ତି ସେ କଥା ବି ସେ ଜାଣିଥିଲେ। ସେଠାରୁ ଟଙ୍କା ଚୋରି କରିବାକୁ ସେ ଯୋଜନା ପ୍ରସ୍ତୁତ କରିଥିଲେ। ଏଥିପାଇଁ ତାଙ୍କର ଦୁଇ ଜଣ ସହପାଠୀଙ୍କ ସହଯୋଗ ନେଇଥିଲେ। ତା’ସହିତ ଜଣେ ୨୦ ବର୍ଷୀୟ ଚିହ୍ନା ପରିଚିତ ଯୁବକଙ୍କୁ ବି ଏଥିରେ ସାମିଲ କରିଥିଲେ। ଟଙ୍କା ଚୋରି କରି ନିକଟସ୍ଥ ଏକ ଜିମ୍‌ର ଲକର୍‌ରେ ରଖିବାକୁ ସେମାନେ ଯୋଜନା ପ୍ରସ୍ତୁତ କରିଥିଲେ। ସେହି ଜିମ୍‌ରେ ସେମାନେ ସମସ୍ତେ ସଦସ୍ୟ ଥିଲେ।

ଛାତ୍ର ଜଣଙ୍କ ତାଙ୍କ ସାଙ୍ଗମାନଙ୍କ ସହିତ ମିଶି ଅକ୍ଟୋବର ୪ ତାରିଖରେ ମାମୁ ଘରୁ ଟଙ୍କା ଚୋରି କରିବାକୁ ଯୋଜନା କରିଥିଲେ। କାରଣ ସେଦିନ ତାଙ୍କ ଘରେ ଏକ କାର୍ଯ୍ୟକ୍ରମ ଥିଲା। ଏଥିରେ ତାଙ୍କ ମାମୁ ଘର ଲୋକେ ସାମିଲ ହେବେ ବୋଲି ସେ ଭଲ ଭାବେ ଜାଣିଥିଲେ। ତାଙ୍କ ଘର ଓ ତାଙ୍କ ମାମୁଙ୍କ ଘର ପାଖାପାଖି।

ଅକ୍ଟୋବର ୪ ତାରିଖରେ ତାଙ୍କରି ଯୋଜନା ଅନୁସାରେ ସବୁ କାମ ହେଲା। ସେ ତାଙ୍କ ସାଙ୍ଗମାନଙ୍କୁ ବି ଘରକୁ ନିମନ୍ତ୍ରଣ କରିଥିଲେ। ମାମୁ ଘର ଲୋକେ ତାଙ୍କ ଘରେ ପହଞ୍ଚିବା ପରେ ସେ ତିନି ସାଙ୍ଗକୁ ସେଠାକୁ ପଠାଇ ଦେଇଥିଲେ। ତିନି ସାଙ୍ଗ ତାଙ୍କ ମାମୁ ଘରକୁ ଯାଇ କଳାକନା ବୁଲାଇ ଦେଲେ। ସେମାନେ ୩୦ ଲକ୍ଷ ଟଙ୍କା ଚୋରି କରିଥିଲେ। ଚୋରି ଟଙ୍କାକୁ ଲୁଚାଇ ସେମାନେ ପୁଣି ଆସି ଉକ୍ତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ଘଟଣା ସଂପର୍କରେ ଅଭିଯୋଗ ପାଇବା ପରେ ପୁଲିସ୍‌ ତଦନ୍ତ ଆରମ୍ଭ କରିଥିଲା। ଏ ନେଇ ପୁଲିସ୍‌ ଘର ଲୋକଙ୍କ ଉପରେ ହିଁ ସନ୍ଦେହ କରିଥିଲା। ସେଥିପାଇଁ ଛାତ୍ରଙ୍କ ଘରେ ଲାଗିଥିବା ସିସିଟିଭି ଫୁଟେଜ୍ ଓ ତାଙ୍କ ମାମୁଙ୍କ ଘରେ ଲାଗିଥିବା ସିସିଟିଭି ଫୁଟେଜ୍‌କୁ ପୁଲିସ୍ ଯାଞ୍ଚ କରିଥିଲା।

ଅଭିଯୁକ୍ତ ଛାତ୍ରଙ୍କ ୩ ସାଙ୍ଗ ସନ୍ଧ୍ୟା ୮ଟାରୁ ସାଢ଼େ ୮ଟା ପର୍ଯ୍ୟନ୍ତ ତାଙ୍କ ଘରେ ନଥିଲେ। କିନ୍ତୁ ପରେ ଆସି ପୁଣି କାର୍ଯ୍ୟକ୍ରମରେ ଯୋଗ ଦେଲେ। ଏଥିରୁ ପୁଲିସ୍‌ର ସନ୍ଦେହ ହେଲା। ପଚରାଉଚରା ବେଳେ ସବୁ କଥା ଜଣାପଡ଼ିଲା।



from Odisha Reporter https://ift.tt/2J5itrb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages