
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟରକୁ ସିଜ୍ କରାଯିବା ପ୍ରସଙ୍ଗ ନେଇ ରାଜ୍ୟ ସରକାରଙ୍କୁ ମିଳିଛି ଶକ୍ତ ଧକ୍କା। ଚିଲିକାରେ ବେଆଇନ୍ ଭାବେ ବୈଜୟନ୍ତଙ୍କ ହେଲିକପ୍ଟର ଉଡ଼ିଥିବାର ଯେଉଁ ଅଭିଯୋଗ ଆଣି ତାଙ୍କ ହେଲିକପ୍ଟରକୁ ସିଜ୍ କରାଯାଇଥିଲା ସେନେଇ କ୍ଲିନ୍ଚିଟ୍ ଦେଇଛନ୍ତି ସିଭିଲ ଏଭିଏସନ ମହାନିର୍ଦ୍ଦେଶକ (ଡିଜିସିଏ)। ଏ ସମ୍ପର୍କରେ ଭୁବନେଶ୍ୱର ଏୟାରପୋର୍ଟ ନିର୍ଦ୍ଦେଶକଙ୍କୁ ଡିଜିସିଏ ଚିଠି ଲେଖିଛନ୍ତି।
ଚିଠିରେ ତଦନ୍ତ ଏବଂ କ୍ଲିନଚିଟ୍ ନେଇ ସବିଶେଷ ତଥ୍ୟ ପ୍ରଦାନ କରାଯାଇଛି। ହେଲିକପ୍ଟର ଉଡ଼ାଣ ନେଇ କୌଣସି ପ୍ରକାର ବେଆଇନ୍ କାମ ହୋଇ ନ ଥିବା ଡିଜିସିଏ କହିଛନ୍ତି। ଉକ୍ତ ରିପୋର୍ଟରେ ଡିଜିସିଏ କହିଛନ୍ତି ଯେ, ହେଲିକପ୍ଟରଟି କୌଣସି ଠାରେ ନ ଓହ୍ଲାଇ ଏକାଦିକ୍ରମେ ଉଡ଼ିଥିଲା। ଭୁବନେଶ୍ୱରରୁ ପୁରୀ, କୋଣାର୍କ ଦେଇ ଗରଦପୁରରେ ଓହ୍ଲାଇଥିଲା ହେଲିକପ୍ଟର। ଉଡ଼ାଣ ସଂପର୍କିତ ଟାଇମିଂରେ କୌଣସି ପ୍ରକାର ତ୍ରୁଟିବିଚ୍ୟୁତି ହୋଇ ନାହିଁ।
ସେହିପରି ହେଲିକପ୍ଟରଟି କୌଣସିଠାରେ ବିପଦପୂର୍ଣ୍ଣ ଭାବେ ନିମ୍ନ ଉଚ୍ଚତାକୁ ଖସିନି। ହେଲିକପ୍ଟରଟି ଚିଲିକା ଉପରେ ମଧ୍ୟ ଆଦୌ ଓହ୍ଲାଇ ନାହିଁ। ଡିଜିସିଏର କୌଣସି ଆଇନ ଉଲ୍ଲଂଘନ କରାଯାଇ ନ ଥିବା ରିପୋର୍ଟରେ ଉଲ୍ଲେଖ ରହିଛି।
ସୂଚନା ଯୋଗ୍ୟ ଯେ, ଚିଲିକାରେ ବେଆଇନ ହେଲିକପ୍ଟର ଉଡ଼ାଣ ଅଭିଯୋଗ ଆଣି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ଜବତ କରାଯାଇଥିଲ। ଏ ନେଇ ବୈଜୟନ୍ତଙ୍କ ନାଁରେ ପୁରୀ ପୁଲିସ ମାମଲା ରୁଜୁ କରିଥିଲା। ବେଆଇନ ଉଡ଼ାଣ କହି ହ୍ୟାଙ୍ଗର ସିଜ୍ କରିଥିଲା ପୁଲିସ। ହ୍ୟାଙ୍ଗରରେ ଥିବା ସମସ୍ତ ୩ଟି ହେଲିକପ୍ଟର ସିଜ୍ କରିଥିଲା। ଗୋଟିଏ ହେଲିକପ୍ଟର ନାଁରେ ଅଭିଯୋଗ ଥିଲେ ବି ୩ଟିକୁ ସିଜ୍ କରିଥିଲା ନୋ ଫ୍ଲାଇ ଜୋନରେ ଉଡ଼ାଣ ଅଭିଯୋଗରେ ଏହି ପଦକ୍ଷେପ ନିଆଯାଇଥିଲା।
from Odisha Reporter https://ift.tt/2PXEBGC
No comments:
Post a Comment