୧୧ ଲ୍ୟାମ୍ପସ୍‌ରେ ୪ କୋଟିର ଘୋଟାଲା: ଖୋଦ ଶାସକ ବିଧାୟକ ଓ ଯୋଗାଣ ମନ୍ତ୍ରୀଙ୍କ ଚିଠିର ୧୦ମାସ ପରେ ମନେ ପଡ଼ିଲା ତଦନ୍ତ କଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 27, 2018

୧୧ ଲ୍ୟାମ୍ପସ୍‌ରେ ୪ କୋଟିର ଘୋଟାଲା: ଖୋଦ ଶାସକ ବିଧାୟକ ଓ ଯୋଗାଣ ମନ୍ତ୍ରୀଙ୍କ ଚିଠିର ୧୦ମାସ ପରେ ମନେ ପଡ଼ିଲା ତଦନ୍ତ କଥା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୁର୍ନୀତି ବିରୋଧରେ ଜିରୋ ଟଲରେନ୍ସ ନୀତିବାଣୀ ଶୁଣାଇଥିବା ରାଜ୍ୟ ସରକାରଙ୍କ ଦୋ ମୁହାଁ ନୀତିର ଖୋଲିଲା ଆଉ ଏକ ଗୁମର। କୋଟିଏ କି ଦୁଇ କୋଟି ନୁହେଁ ୪ କୋଟିରୁ ଅଧିକ ଟଙ୍କାର ମହାଘୋଟାଲା ହୋଇଛି। ଅବିଭକ୍ତ କୋରାପୁଟ ଜିଲ୍ଲାର ୧୧ଟି ଲ୍ୟାମ୍ପସର ଏମ୍‌ଡି ଓ କର୍ମଚାରୀ ଚଳୁ କରିଦେଇଛନ୍ତି କୋଟି କୋଟି ଟଙ୍କା। ଆଉ ଚିଠି ଲେଖି ନୀରବ ରହିଛନ୍ତି ସମସ୍ତେ। ସେହି ଚିଠି ‘ଓଡ଼ିଶା ରିପୋର୍ଟର’ର ହସ୍ତଗତ ହୋଇଛି।

୧୧ଟି ଲ୍ୟାମ୍ପସରେ ମିଥ୍ୟା ଭାଉଚର ଓ ବିଲ୍ ଜରିଆରେ ୪ କୋଟି ୧୦ ଲକ୍ଷରୁ ଅଧିକ ଟଙ୍କା ହରଣଚାଳ କରିଛନ୍ତି ସଂପୃକ୍ତ ଲ୍ୟାମ୍ପସର ଏମ୍‌ଡି ଓ ଅନ୍ୟ କର୍ମଚାରୀ। ଏ ସମ୍ପର୍କରେ ଖୁଲାସା କରି ତଦନ୍ତ ପାଇଁ ଗତ ଜାନୁୟାରୀ ୩୧ରେ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ମାଲକାନଗିରି ବିଧାୟକ ମାନସ ମାଡ଼କାମୀ।

ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ମଧ୍ୟ ସମବାୟ ବିଭାଗକୁ ଚିଠି ଲେଖି ସଂପୃକ୍ତ ଏମ୍‌ଡି ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଆଉ ମନ୍ତ୍ରୀ ଓ ବିଧାୟକଙ୍କ ଚିଠିର ୧୦ ମାସ ପରେ ସମବାୟ ବିଭାଗର ଚେତାପଶିଛି। ତଦନ୍ତ ପାଇଁ ଜୟପୁର ଓ ରାୟଗଡ଼ା ଡିଭିଜନକୁ ଚିଠି ଲେଖି ୭ଦିନ ମଧ୍ୟରେ ରିପୋର୍ଟ ଦେବାକୁ କହିଛନ୍ତି।
ତେବେ ୨୦୧୨-୧୫ର ଏହି ମହାଘୋଟାଲା ସମ୍ପର୍କରେ ଜାଣିଶୁଣି ସରକାର ଏବେ ବେପରୁଆ କାହିଁକି ହେଲେ? ଦୁର୍ନୀତି ବିରୋଧରେ ‘ଜିରୋ ଟଲରେନ୍ସ’ର ଆହ୍ୱାନ ଦେଇ କାହାକୁ ଘଣ୍ଟ ଘୋଡାଇବାକୁ ଚାହୁଁଛନ୍ତି ରାଜ୍ୟ ସରକାର? ଶାସକ ଦଳର ମନ୍ତ୍ରୀ ଓ ବିଧାୟକ ୧୦ ମାସ ଧରି ତଦନ୍ତ ପାଇଁ କହୁଥିଲେ ମଧ୍ୟ ସରକାରୀ ବାବୁଙ୍କ ଏତେ ଖାମଖିଆଲି ମନୋଭାବ କାହିଁକି? ଏବେ ଏମିତି ପ୍ରଶ୍ନ ଉଠିଥିବାବେଳେ ଏଭଳି ସରକାରୀ ଉଦାସୀନତାକୁ ନେଇ ବର୍ଷିଛନ୍ତି ବିରୋଧୀ।

କିଏ କଣ କହୁଛନ୍ତି

ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି-“ଦୁର୍ନୀତି କଥା ରାଜ୍ୟ ସରକାର ଜାଣିଛନ୍ତି। ସେଥିରେ ବିଧାୟକ ଓ ମନ୍ତ୍ରୀଙ୍କ ସହଭାଗିତା ରହିଛି।”

କଂଗ୍ରେସ ବିଧାୟକ ଅଂଶୁମାନ ମହାନ୍ତି କହିଛନ୍ତି-“ରାଜନଗରରେ ମାର୍କଫେଡ୍‌ର ଦୁର୍ନୀତି ହୋଇଛି। ଏହାର ଏବେ ତଦନ୍ତ ହେଉଛି। ମାତ୍ର ଆଜି ପର୍ଯ୍ୟନ୍ତ କିଛି ଫଳ ବାହାରିନି। ଆମେ ଆଶା କରୁଛୁ, ଯେଉଁ ରିପୋର୍ଟ ଆସିବ ସେଥିରେ ଦୋଷୀକୁ ଦୋଷମୁକ୍ତ କରିଦେବେ।”

ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି-“ଯେଉଁଠି ଦୁର୍ନୀତି ହୋଇଛି, ସେଗୁଡ଼ିକର ତଦନ୍ତ ଭିଜିଲାନ୍ସକୁ ଦିଆଯାଇଛି। ଏବେ ଯେଉଁ ୪୨ଟି ସୋସାଇଟ୍‌ର ଦୁର୍ନୀତି ହୋଇଛି, ତାହାର ସ୍ୱତନ୍ତ୍ର ଅଡିଟ୍‌ ପରେ ତଦନ୍ତ ପାଇଁ ଦିଆଯାଇଛି।”



from Odisha Reporter https://ift.tt/2OWeseT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages