ଦାବି ମାନିବା ପରିବର୍ତ୍ତେ ଓକିଲଙ୍କୁ ଦୁଇଭାଗ କରିଦେଲେ ସରକାର ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 27, 2018

ଦାବି ମାନିବା ପରିବର୍ତ୍ତେ ଓକିଲଙ୍କୁ ଦୁଇଭାଗ କରିଦେଲେ ସରକାର !

Orissa-High-Court

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜଣେ ଓକିଲଙ୍କୁ ପୁଲିସ ମାଡ଼ ମାରିବା ଘଟଣାକୁ କେନ୍ଦ୍ର କରି ଗତ ୨ମାସ ଧରି ଚାଲିଥିବା ହାଇକୋର୍ଟ ବାର୍ ଆସୋସିଏସନର ସଦସ୍ୟଭୁକ୍ତ ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନର ସମାଧାନ ପରିବର୍ତ୍ତେ ଏବେ ଓକିଲଙ୍କୁ ବିଭାଜନ କରିବାରେ ରାଜ୍ୟ ସରକାର ସକ୍ଷମ ହୋଇଛନ୍ତି। ନିଜର ସହକର୍ମୀଙ୍କ ଉପରେ ପୁଲିସର ଅତ୍ୟାଚାର ପ୍ରତିବାଦରେ ହାଇକୋର୍ଟର ଓକିଲମାନେ ଚଳାଇଥିବା କାର୍ଯ୍ୟବନ୍ଦ ଆନ୍ଦୋଳନରୁ ବିଜେଡି ସମର୍ଥିତ ଗୋଟିଏ ଗୋଷ୍ଠୀ ଓହରି ଯାଇଛି।

ଏପରିକି ୩୦ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ ନିମନ୍ତେ ଚେତାବନୀ ଦେବାକୁ ଗତକାଲି ହୋଇଥିବା ବୈଠକରେ ଅଧ୍ୟକ୍ଷତା କରିଥିବା ହାଇକୋର୍ଟ ବାର୍ ଆସୋସିଏସନ୍ ଉପସଭାପତି ବଂଶୀଧର ଶତପଥୀ ନିଜ ପଦରୁ ଆଜି ଇସ୍ତଫା ଦେଇଛନ୍ତି।

ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନରୁ ଓହରି ଯିବା ପାଇଁ ବିଜେଡି ଆଇନଜୀବୀ ସାମ୍ମୁଖ୍ୟ ଶନିବାର ଘୋଷଣା କରିଛି। ବିଜେଡି ଆଇନଜୀବୀ ସାମ୍ମୁଖ୍ୟର ଆବାହକ ମିଲନ କୁମାର କାନୁନଗୋ କହିଛନ୍ତି ଯେ, ଓକିଲଙ୍କ କାର୍ଯ୍ୟବନ୍ଦ ଯୋଗୁ ସାଧାରଣ ଲୋକଙ୍କୁ ବିଭିନ୍ନ ପ୍ରକାରର ଅସୁବିଧା ହେଉଥିବାକୁ ଦୃଷ୍ଟିରେ ରଖି ଏହି ଆନ୍ଦୋଳନରୁ ଓହରି ଯିବାକୁ ସାମ୍ମୁଖ୍ୟ ନିଷ୍ପତ୍ତି ନେଇଛି। ସେମାନେ ଅକ୍ଟୋବର ୨୯ କିମ୍ବା ୩୦ ତାରିଖରେ କୋର୍ଟ କାର୍ଯ୍ୟରେ ଯୋଗ ଦେବେ।

ତେବେ ଏଠି ପ୍ରଶ୍ନ ଉଠୁଛି, ଓକିଲମାନଙ୍କ ଆନ୍ଦୋଳନକୁ ସମାଧାନ ପାଇଁ ସରକାର ଆଗେଇ ଆସିବା ପରିବର୍ତ୍ତେ ସେମାନଙ୍କର ଏକତାରେ ଫାଟ ସୃଷ୍ଟି କରିବା କେଉଁ ପ୍ରକାରର ଗଣତାନ୍ତ୍ରିକ ମୂଲ୍ୟବୋଧ? ଓକିଲ ପ୍ରତିନିଧିଙ୍କ ସହ ଆଲୋଚନା ପାଇଁ ମଧ୍ୟ ସୌହାର୍ଦ୍ଧ୍ୟମୂଳକ ପରିବେଶ ସୃଷ୍ଟି ଦିଗରେ ସରକାର ଏପର୍ଯ୍ୟନ୍ତ ସାମାନ୍ୟତମ ପଦକ୍ଷେପ ନେଇନାହାନ୍ତି। ଏପରିକି ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଜିଲ୍ଲାରେ ଏହି ବିବାଦ ହୋଇଥିଲେ ମଧ୍ୟ ସେ ଏହାର ସମାଧାନ ପାଇଁ ବି ଆଗେଇ ନଆସିବା ପରିତାପର ବିଷୟ। ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ସରକାରର ଆଭିମୁଖ୍ୟ କଦାପି ‘ଡିଭାଇଡ୍ ଆଣ୍ଡ ରୁଲ୍’ ଉଚିତ୍ ନୁହେଁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଯଦିଓ ଓକିଲମାନଙ୍କ ଯୋଗୁ ସାଧାରଣ ଲୋକଙ୍କୁ କୋର୍ଟ କାମରେ ସମସ୍ୟା ଭୋଗିବାକୁ ପଡ଼ୁଛି। ତଥାପି ସରକାର ଏହି ବିବାଦର ସମାଧାନ ପାଇଁ ସୌହାର୍ଦ୍ଧ୍ୟମୂଳକ ପରିବେଶ ସୃଷ୍ଟି କରିବା ଉଚିତ୍ ଥିଲା ବୋଲି ଅନେକ ମତ ଦେଇଛନ୍ତି।

ହାଇକୋର୍ଟର ଓକିଲ ଦେବୀପ୍ରସାଦ ପଟ୍ଟନାୟକଙ୍କୁ ପୁଲିସ ମାଡ଼ ମାରିବା ଘଟଣାରେ ଦୋଷୀ ପୁଲିସ ଅଫିସରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ସେପ୍ଟେମ୍ବର ପ୍ରଥମ ସପ୍ତାହରୁ ଓକିଲମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି କରିଛନ୍ତି। ଏହି ଆନ୍ଦୋଳନ ଏବେ ରାଜ୍ୟବ୍ୟାପୀ ଜାରି ରହିଥିବାରୁ ସାଧାରଣ ଲୋକଙ୍କୁ ନାହିଁ ନଥିବା ଅସୁବିଧା ହେଉଛି।

ତେବେ ଗତକାଲି ହାଇକୋର୍ଟ ବାର୍ ଆସୋସିଏସନ୍ ବୈଠକ ବସି ୩୦ତାରିଖ ଦିନ ସୁଦ୍ଧା ଦାବି ପୂରଣ ନହେଲେ ରାଜ୍ୟର ସମସ୍ତ ୧୬୪ଟି ବାର ଆସୋସିଏସନ୍ କାର୍ଯ୍ୟାଳୟ ସମ୍ମୁଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୁଶ ପୁତ୍ତଳିକା ଦାହ କରିବାକୁ ନିଷ୍ପତ୍ତି ହୋଇଥିଲା। ବୋଧହୁଏ ଏହା ହିଁ ବିଜେଡିକୁ ଝଟକା ସଦୃଶ ମନେ ହୋଇଥିଲା ଏବଂ ଏଭଳି ଅପମାନଜନକ ସ୍ଥିତିକୁ ଏଡ଼ାଇବାକୁ ଦଳକୁ ଦୁଇ ମାସ ପରେ କୋର୍ଟ ବନ୍ଦ ଯୋଗୁ ସାଧାରଣ ଲୋକଙ୍କ ଅସୁବିଧା ହେଉଥିବା କଥା ମନେ ପଡ଼ିଲା ବୋଲି କେତେକ ମତ ଦେଇଛନ୍ତି।

 



from Odisha Reporter https://ift.tt/2RdSikW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages