ଏଥର ମୁଖ୍ୟମନ୍ତ୍ରୀ ଦୌଡ଼ରେ ନବୀନ, ଧର୍ମେନ୍ଦ୍ର ଓ ନିରଞ୍ଜନ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 5, 2018

ଏଥର ମୁଖ୍ୟମନ୍ତ୍ରୀ ଦୌଡ଼ରେ ନବୀନ, ଧର୍ମେନ୍ଦ୍ର ଓ ନିରଞ୍ଜନ !

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨୦୧୯ ସଧାରଣ ନିର୍ବାଚନ ପାଇଁ ରାଜ୍ୟରେ ରାଜନୀତିକ ପାଣିପାଗ ସରଗରମ ହୋଇଛି। ପ୍ରଥମଥର ପାଇଁ ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ସାଧାରଣ ନିର୍ବାଚନର ପ୍ରାୟ ୬ମାସ ପୂର୍ବରୁ ନିଜର ନେତୃତ୍ୱ ଚୂଡ଼ାନ୍ତ କରିଛନ୍ତି।

କ୍ରମାଗତ ଦୁଇ ଦଶନ୍ଧି ଧରି ବିଜେଡି ନିଜର ମୁଖିଆ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ନିର୍ବାଚନକୁ ଓହ୍ଲାଉଥିବା ବେଳେ ବିଜେପି ଓ କଂଗ୍ରେସ ସେମାନଙ୍କର ନେତୃତ୍ୱଙ୍କୁ ନେଇ ସ୍ପଷ୍ଟ ଚିତ୍ର ରଖିବାରେ ବିଫଳ ହୋଇଥାନ୍ତି। ମାତ୍ର ପ୍ରଥମଥର ପାଇଁ ଏହି ୩ ଦଳ ନିଜର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ତାହା ଘୋଷଣା କରିଛନ୍ତି।

ବିଜେଡିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଏକମାତ୍ର ତଥା ଚୂଡ଼ାନ୍ତ ବୋଲି ସର୍ବଜନବିଦିତ ହୋଇଥିବାବେଳେ ବିଜେପି ଗତ ଦୁଇମାସ ପୂର୍ବରୁ ନିଜର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ତାହା ଘୋଷଣା କରିଥିଲା। ରାଜ୍ୟ କଂଗ୍ରେସ ଆଜି ନିଜର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୂଡ଼ାନ୍ତ କରିଛି।

ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ରାଜ୍ୟରେ ଦଳ କ୍ଷମତାକୁ ଆସିଲେ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ହେବେ ବୋଲି ଘୋଷଣା କରିଥିଲେ। ଯାହାକୁ ନେଇ ଦଳ ଭିତରେ ବି ଏକପ୍ରକାରର ସହମତି ରହିଛି। କାରଣ ଜୁଏଲଙ୍କ ଘୋଷଣାକୁ ପ୍ରାୟ ଦୁଇମାସ ପୂରିଥିଲେ ମଧ୍ୟ କେହି ଏହାକୁ ନେଇ ଆପତ୍ତି ଉଠାଇନାହାନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ଜାତୀୟ ଅଧ୍ୟକ୍ଷ ଅମିତ୍ ଶାହ ମଧ୍ୟ ଗତ ସାଢ଼େ ୪ବର୍ଷ ମଧ୍ୟରେ ବିଭିନ୍ନ ସମୟରେ ଧର୍ମେନ୍ଦ୍ରଙ୍କୁ ରାଜ୍ୟରେ ବିଜେପିର ଚେହେରା ଭାବେ ଉପସ୍ଥାପିତ କରି ଆସିଛନ୍ତି। ତେଣୁ ବିଜେପି ରାଜ୍ୟରେ କ୍ଷମତାସୀନ ହେଲେ ସେ ମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା ଅଧିକ।

ଆଜି ଏକ ଉଲ୍ଲେଖନୀୟ ଘଟଣାକ୍ରମରେ ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜିବ ବିଶ୍ୱାଳ କହିଛନ୍ତି ଯେ ଆଗାମୀ ନିର୍ବାଚନରେ ଯଦି କଂଗ୍ରେସ କ୍ଷମତାକୁ ଆସେ ତା’ହେଲେ ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ସରକାର ଗଠନ ହେବ। ମୟୂରଭଞ୍ଜ ଜିଲ୍ଲାରେ ଦଳର ଜାଗରଣ ଯାତ୍ରା ଅବସରରେ ଶ୍ରୀ ବିଶ୍ୱାଳ କହିଥିଲେ ଯେ ଲୋକଙ୍କ ସହ ମିଶିବା ପାଇଁ ଓ ତାଙ୍କର ସୁବିଧାଅସୁବିଧା ଜାଣିବା ପାଇଁ ଯେଉଁ ପ୍ରୟାସ ଏବେ ଚାଲିଛି ତାକୁ ନିର୍ବାଚନ ସମୟରେ ଦଳୀୟ ଇସ୍ତାହାରରେ ସାମିଲ କରାଯିବ। ଲୋକମାନେ ଯଦି କଂଗ୍ରେସକୁ ଭୋଟ୍ ଦେଇ କ୍ଷମତାକୁ ଆଣନ୍ତି ତା’ହେଲେ ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ସରକାର ଗଠନ ହେଲେ ଲୋକଙ୍କ ବାସ୍ତବ ସମସ୍ୟା କିଭଳି ସମାଧାନ ହେବ ତାହା ଇସ୍ତାହାରରେ ପ୍ରତିଫଳିତ ହେବ।

ସବୁଠୁ ବଡ଼ କଥା ହେଲା ଗତକାଲିଠୁ ଆରମ୍ଭ ହୋଇଥିବା କଂଗ୍ରେସର ଜାଗରଣ ଯାତ୍ରାରେ ଯେଉଁ ବସ୍ ଏବେ ସମଗ୍ର ରାଜ୍ୟରେ ବୁଲିବ ସେଥିରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ସୋନିଆ ଗାନ୍ଧି ଓ ମନମୋହନ ସିଂହଙ୍କ ଫଟୋ ବ୍ୟତୀତ କେବଳ ନିରଞ୍ଜନଙ୍କ ଫଟୋ ରଖାଯାଇଛି। ଏହା ମାଧ୍ୟମରେ କଂଗ୍ରେସ ରାଜ୍ୟରେ ନିରଞ୍ଜନଙ୍କୁ ନବୀନ ଓ ଧର୍ମେନ୍ଦ୍ରଙ୍କ ବିକଳ୍ପ ଭାବେ ଉପସ୍ଥାପିତ କରିଛି।

ଜାନକୀ ବଳ୍ଲଭ ପଟ୍ଟନାୟକଙ୍କ ପରେ କଂଗ୍ରେସ ପ୍ରଥମଥର ପାଇଁ ରାଜ୍ୟରେ ନିର୍ବାଚନ ପୂର୍ବରୁ ନିଜର ନେତୃତ୍ୱ ସ୍ପଷ୍ଟ କରି ଲୋକଙ୍କ ମୁଡ୍ ପରଖିବାକୁ ପ୍ରୟାସ କରିଛି । ତେବେ ତିନି ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ପରେ ରାଜ୍ୟରେ ସମ୍ପୃକ୍ତ ଦଳଗୁଡ଼ିକ କିଭଳି ଲୋକଙ୍କ ଆସ୍ଥାଭାଜନ ହେଉଛନ୍ତି ତାହା ଉପରେ ରାଜନୀତିକ ମହଲରେ ନଜର ରଖାଯାଇଥିବା ଚର୍ଚ୍ଚା।



from Odisha Reporter https://ift.tt/2BYoHaG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages