ବିଧାୟକଙ୍କୁ ବିରୋଧ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 18, 2018

ବିଧାୟକଙ୍କୁ ବିରୋଧ

bbsr

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡି ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କୁ ବିରୋଧ କରି ଭୁବନେଶ୍ୱର-ଉତ୍ତର ନିର୍ବାଚନ ମଣ୍ଡଳୀର ବାରଙ୍ଗଠାରେ ବିଶାଳ ଶୋଭାଯାତ୍ରା କରାଯାଇଛି। ପ୍ରିୟଦର୍ଶୀଙ୍କ ବିରୋଧରେ ପିସି କାରବାର ଓ ପାନୀୟ ଜଳ ମେଗା ପ୍ରକଳ୍ପ କରାଇ ନ ଦେବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଦଳୀୟ କର୍ମୀ।

୨୦୦ରୁ ଅଧିକ ମହିଳା ଓ ବିଜେଡି କର୍ମୀ ଶୋଭାଯାତ୍ରାରେ ସାମିଲ ହୋଇ ବାରଙ୍ଗ କଲେଜ ଛକରେ ବିଧାୟକଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ।

ଭୁବନେଶ୍ୱର ବ୍ଲକ ଉପାଧ୍ୟକ୍ଷା ଭାଲେଣ୍ଟିନା ରାଉତ କହିଛନ୍ତି, “ପାଣି ସମସ୍ୟା ପାଇଁ ଆମେ ଏକାଠି ହୋଇଛୁ। ଏଥିପାଇଁ ଦାୟୀ ହେଉଛନ୍ତି, ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର। ତାଙ୍କର ମୂଳ ଲକ୍ଷ୍ୟ ହେଉଛି, ଠିକାଦାରଙ୍କ ସହ ମିଶି ପିସି ସଂଗ୍ରହ କରିବା। ତାଙ୍କର ଆଉ କିଛି କାମ ନାହିଁ। ଯେତେ କହିଲେ ବି ପାଣି କଥା ଶୁଣୁନାହାନ୍ତି। ମେଗା ପ୍ରକଳ୍ପ ହେବ କହୁଛନ୍ତି। କେବେ ହେବ ମେଗା ପ୍ରକଳ୍ପ ? କ’ଣ ମଣିଷ ମରଯିବା ପରେ ? ଆମ ପଞ୍ଚାୟତରେ ଲୋକେ କିପରି ହଇରାଣ ହେଉଛନ୍ତି, ସେ ଶୁଣୁନାହାନ୍ତି।”

କଲ୍ୟାଣପୁର ପଞ୍ଚାୟତ ସରପଞ୍ଚ ପ୍ରଭାସିନୀ ସାସମଲ କହିଛନ୍ତି, “ଏହି ନିର୍ବାଚନ ମଣ୍ଡଳୀରେ ବିଜେଡି ତଳକୁ ତଳକୁ ଯାଉଛନ୍ତି। ତାଙ୍କ ସଂଗଠନ ସୁଦୃଢ଼ ନାହିଁ। ଲୋକେ ଆଇରନ୍ ପାଣି ପିଉଛନ୍ତି। ତିନି ବର୍ଷ ହେବ ଆମକୁ କହୁଛନ୍ତି ମେଗା ପ୍ରକଳ୍ପ ହେବ। ହେଲେ ମେଗା ପ୍ରକଳ୍ପ କେଉଁଠି ଅଛି ? ଆମେ କେଉଁ ମୁହଁ ନେଇ ଲୋକଙ୍କ ପାଖକୁ ଯିବୁ।”

ତେବେ ପ୍ରିୟଦର୍ଶୀ ଏସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, “କୌଣସି ଅନିୟମିତତା ହୋଇନାହିଁ। ଯଦି ଦଳ ଭିତରୁ କେହି ଏଭଳି କହୁଛନ୍ତି, ତେବେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯିବ।”



from Odisha Reporter https://ift.tt/2OyZ0F4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages