କିଣିବେ କି ମାଲ୍ୟାଙ୍କ କମ୍ପାନୀ ଷ୍ଟକ୍‌? ଫସିଯିବେ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 26, 2018

କିଣିବେ କି ମାଲ୍ୟାଙ୍କ କମ୍ପାନୀ ଷ୍ଟକ୍‌? ଫସିଯିବେ !

ବେଙ୍ଗାଲୁରୁ(ଓଡ଼ିଶା ରିପୋର୍ଟର): ମଦ ସମ୍ରାଟ, ଲିକର ବାରନ୍ ବିଜୟ ମାଲ୍ୟା ନିଜ କମ୍ପାନୀର ଷ୍ଟକ୍‌ ବିକ୍ରି କରି ବ୍ୟାଙ୍କର ଋଣ ପରିଶୋଧ କରିବା ପାଇଁ ଚାହୁଁଛନ୍ତି। କିନ୍ତୁ ଏପଟେ ଆୟକର ବିଭାଗ ଜନସାଧାରଣଙ୍କୁ ସତର୍କ କରିଦେଇଛି ଯେ, ମାଲ୍ୟାଙ୍କ ଷ୍ଟକ୍‌ ଯିଏ କିଣିବ, ସେ ନିଜ ପାଇଁ ଅଡ଼ୁଆ ପରିସ୍ଥିତିକୁ ଡାକି ଆଣିବ।

ଚଳିତ ବର୍ଷ ସେପ୍ଟେମ୍ବର ୨୯ରେ ଋଣ ଅସୁଲକାରୀ ଟ୍ରିବ୍ୟୁନାଲ-୨(ଡିଆର୍‌ଟି) ମାଲ୍ୟାଙ୍କ ୪୧ ଲକ୍ଷ ୫୨,୨୭୨ଟି ଶେୟାର ବିକ୍ରି କରିବା ସକାଶେ ଇ-ନିଲାମ୍ ପାଇଁ ବିଜ୍ଞପ୍ତି ଜାରି କରିଥିଲେ। ୟୁନାଇଟେଡ୍ ରେସିଂ ଆଣ୍ଡ୍ ବ୍ଲଡଷ୍ଟକ୍ ବ୍ରେଡର୍ସ ଲିମିଟେଡ ନାମକ ଏକ କମ୍ପାନୀରେ ମାଲ୍ୟାଙ୍କର ଏହି ଶେୟାର ରିହିଛି। ଏହି ଶେୟାର ବିକ୍ରି ହେଲେ ପ୍ରାୟ ୨୪.୫୨ କୋଟି ଟଙ୍କା ଅସୁଲ କରାଯାଇ ପାରିବ।

କିନ୍ତୁ ଆୟକର ବିଭାଗ ଗୁରୁବାର  ଜନସାଧାରଣଙ୍କୁ ଚେତାବନୀ ଶୁଣାଇ କହିଛି, ମାଲ୍ୟାଙ୍କର ଏହି ଷ୍ଟକ୍‌ କିଣିବା ନିଜକୁ ଅଡ଼ୁଆ ଭିତରକୁ ଟାଣିନେବା ସହ ସମାନ। ଖାଲି ସେତିକି ନୁହେଁ, ଏହି ଶେୟାର କିଣିବା ଏକ ବ୍ୟର୍ଥ ପ୍ରାୟସ ହେବ ବୋଲି ଆୟକର ବିଭାଗ ସତର୍କ କରାଇଛି।



from Odisha Reporter https://ift.tt/2yzum4u

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages