କେବେ ହୋଇଥିଲା ପ୍ରଭୁ ଶ୍ରୀ-କୃଷ୍ଣଙ୍କ ଜନ୍ମଦିନ, ଆର୍‌ଟିଆଇରେ ହେଲା ଆବେଦନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 3, 2018

କେବେ ହୋଇଥିଲା ପ୍ରଭୁ ଶ୍ରୀ-କୃଷ୍ଣଙ୍କ ଜନ୍ମଦିନ, ଆର୍‌ଟିଆଇରେ ହେଲା ଆବେଦନ

krushna89

ମଥୁରା: କୌଣସି ବିଷୟରେ ତଥ୍ୟ ପାଇବା ପାଇଁ ଲୋକମାନେ ଆର୍‌ଟିଆଇ ବା ସୂଚନା ଅଧିକାର ଆଇନ୍‌ର ସାହାଯ୍ୟ ନେଇଥାନ୍ତି। ଆର୍‌ଟିଆଇ ମାଧ୍ୟମରେ ଆପଣ ଯେକୌଣସି ବ୍ୟକ୍ତି ଏବଂ ବସ୍ତୁ ସମ୍ପର୍କରେ ସହଜରେ ତଥ୍ୟ ହାସଲ କରିପାରିବେ। ହେଲେ ଅଦ୍ଭୁତ ଓ ଆଶ୍ଚର୍ଯ୍ୟର କଥା ହେଉଛି ଏହି ଆର୍‌ଟିଆଇର ସାହାଯ୍ୟ ନେଇ ଛତିଶଗଡର ଜଣେ ବ୍ୟକ୍ତି ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ କେବେ ଜାଣିବା ପାଇଁ ତଥ୍ୟ ମାଗିଛନ୍ତି। ଯାହାକୁ ନେଇ ଖୁବ୍‌ ଚର୍ଚ୍ଚା ହୋଇଛି।

ଆର୍‌ଟିଆଇରେ ତଥ୍ୟ ମାଗିଥିବା ବ୍ୟକ୍ତି ଜଣକ ହେଉଛନ୍ତି, ଜେନେନ୍ଦ୍ର କୁମାର୍‌ ଗେନ୍ଦଲେ। ସେ ସୂଚନା ଅଧିକାର ଅଧିନିୟମ ୨୦୦୫ ଅନୁସାରେ ମଥୁରା ଜିଲ୍ଲା ପ୍ରଶାସନକୁ କୃଷ୍ଣଙ୍କ ଜନ୍ମ କେବେ ହୋଇଥିଲା ବୋଲି ପଚାରିଛନ୍ତି। ତାଙ୍କ କହିବା ଅନୁସାରେ, ୩ ସେପ୍ଟେମ୍ୱରକୁ ଦେଶସାରା ଜନ୍ମାଷ୍ଟମୀ ଘୋଷଣା କରି କୃଷ୍ଣଙ୍କ ଜନ୍ମଦିନ ପାଳନ କରାଯାଉଛି। ଏଥିପାଇଁ ତାଙ୍କୁ କୃଷ୍ଣଙ୍କ ଜନ୍ମର ଏକ ପ୍ରମାଣପତ୍ର ଦେବା ପାଇଁ ସେ ଆବେଦନ କରିଛନ୍ତି।
ଯାହା ଦ୍ୱାରା ଏହା ପ୍ରମାଣିତ ହୋଇପାରିବ ଯେ, ୩ ସେପ୍ଟେମ୍ୱରରେ ହିଁ କୃଷ୍ଣଙ୍କ ଜନ୍ମ ହୋଇଥିଲା।

ସେ ତାଙ୍କ ଆବେଦନରେ କୃଷ୍ଣଙ୍କ ଜନ୍ମ, ଗାଁ ଏବଂ ତାଙ୍କ ଦ୍ୱାରା ହୋଇଥିବା ବ୍ରଜ ଲୀଳା ଆଦି ସମ୍ୱନ୍ଧରେ ଅନେକ ତଥ୍ୟ ମାଗିଛନ୍ତି। ଜେନେନ୍ଦ୍ର କୁମାର୍‌ଙ୍କ ଏହି ଆବେଦନ ମଥୁରା ଜିଲ୍ଲା ପ୍ରଶାସନ ପାଇଁ ଏକ ଚିନ୍ତାର ବିଷୟ ପାଲଟିଛି।
ଜିଲ୍ଲାର ମୁଖ୍ୟ ଜନସୂଚନା ଅଧିକାରୀ ଏବଂ ଜିଲ୍ଲା ଅଧିକାରୀ ରମେଶ ଚନ୍ଦ୍ରଙ୍କର କହିବା ଅନୁସାରେ, ଲୋକଙ୍କର ବିଶ୍ୱାସ ଏବଂ ନିଜ ଆସ୍ଥା ସହିତ ଜଡ଼ିତ ଥିବା ଏହି ପ୍ରଶ୍ନର ଉତ୍ତର ଦେବା ବର୍ତ୍ତମାନ ସମୟରେ ଅସମ୍ଭବ। ଜେନେନ୍ଦ୍ର କୁମାର୍‌ ତାଙ୍କ ଆବେଦନରେ ଉଲ୍ଲେଖ କରିଛନ୍ତି ଯେ, କୃଷ୍ଣ  ସତରେ ଭଗବାନ କି ନୁହଁ  ଏବଂ ସେ କିପରି ଦେଖିବାକୁ  ଏହାର କୌଣସି ପ୍ରମାଣ ତାଙ୍କୁ ଦିଆଯାଉ।
ଜେନେନ୍ଦ୍ର କୁମାର୍‌ଙ୍କ ଏହି ଅଜବ ପ୍ରଶ୍ନରେ ଜବାବ ଦେଇ ରମେଶ ଚନ୍ଦ୍ର କହିଛନ୍ତି ଯେ, “ହିନ୍ଦୁ ଧର୍ମର ସମସ୍ତ ଗ୍ରନ୍ଥ ଏବଂ ପୁସ୍ତକରେ ବର୍ଣ୍ଣନା କରଯାଇଛି ଯେ, କୃଷ୍ଣଙ୍କର ଜନ୍ମ ଦ୍ୱାପର ଯୁଗରେ ମଥୁରାରେ ହୋଇଥିଲା। ଯେଉଁ ସ୍ଥାନ ବର୍ତ୍ତମାନ ଶୌରସେନ ଜନପଦ ନାମରେ ଜଣାଶୁଣା। କଂସଙ୍କୁ ହତ୍ୟା କରିବା ପରେ ଶ୍ରୀକୃଷ୍ଣ ଦ୍ୱାରିକା ଗମନ କରିଥିଲେ ଏବଂ ସେହି ସମୟରେ ଅନେକ ସ୍ଥାନରେ ତାଙ୍କର ଲୀଳାଖେଳା କରିଥିଲେ। ଏଥିପାଇଁ ଧାର୍ମିକ ଆସ୍ଥା ସହିତ ଜଡ଼ିତ ଥିବା ଏଭଳି ପ୍ରଶ୍ନର ଉତ୍ତର କିପରି ଦିଆଯିବ ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି।

ସୌଜନ୍ୟ: ଏନ୍‌ଡିଟିଭି



from Odisha Reporter https://ift.tt/2ybsQVm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages