ମଲାଇକାଙ୍କ ଜନ୍ମଦିନରେ ଜାଣନ୍ତୁ ତାଙ୍କ ବିଷୟରେ କିଛି ଅଜଣା କଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 23, 2018

ମଲାଇକାଙ୍କ ଜନ୍ମଦିନରେ ଜାଣନ୍ତୁ ତାଙ୍କ ବିଷୟରେ କିଛି ଅଜଣା କଥା

ମୁମ୍ବାଇ(ଓଡ଼ିଶା ରିପୋର୍ଟର):  ବଲିଉଡର ମୁନ୍ନି ମଲାଇକାଙ୍କୁ ଆଜି ପୂରିଛି ୪୪। ଏଇ ବୟସରେ ବି ସେ ଆଜି ପୂରା ଫିଟ୍‌। ସ୍ଲିମ୍‌ ଚେହେରାରେ ସେ ଯେବେ ଠୁମ୍‌କା ଲଗାନ୍ତି ଫ୍ୟାନ୍‌ମାନେ ତାଙ୍କର ପୂରା ଫିଦା।

ମଲାଇକା ନିଜ ଫିଟ୍‌ନେସ୍‌ ଲୁକ୍‌କୁ ନେଇ ବେଶି ଚର୍ଚ୍ଚିତ। ସୋଶାଲ ମିଡିଆରେ ତାଙ୍କର ଅନେକ ଫିଟ୍‌ନେସ୍‌ ଭିଡିଓ ଆସିଥାଏ।  ମଲାଇକାଙ୍କୁ ଦେଖି ତାଙ୍କ ବୟସର କେତେ କହିବା କଷ୍ଟକର ହୋଇପଡ଼େ। ତେବେ ଜାଣିଛନ୍ତି ତାଙ୍କ ଫିଟ୍‌ନେସ୍‌ର ରାଜ୍‌ କ’ଣ ? ବାସ୍ତବରେ ମଲାଇକା ନିଜ ବଡିକୁ ଫିଟ୍‌ ରଖିବା ଲାଗି ନିୟମିତ ଡାଏଟିଂ କରିବା ସହ ଜିମ୍‌ ଯାଇ କସରତ ମଧ୍ୟ କରନ୍ତି।

ଆଜି ୪୪ବର୍ଷରେ ପଦାର୍ପଣ କରିଥିବା ମଲାଇକା ଆରୋରାଙ୍କ ଜନ୍ମ ୧୯୭୩ ମସିହା ଅକ୍ଟୋବର ୨୩ ତାରିଖରେ ମହାରାଷ୍ଟ୍ରର ଥାଣେଠାରେ ହୋଇଥିଲା। ଇତି ମଧ୍ୟରେ ସେ ବଲିଉଡରେ ନିଜର ଏକ ମଜଭୁତ୍‌ ପରିଚୟ ଓ ସ୍ଥାନ ପକ୍କା କରିଛନ୍ତି।

ମଲାଇକାଙ୍କୁ ଫିଲ୍ମ- ଇଣ୍ଡଷ୍ଟ୍ରିର ଫ୍ୟାସନ୍‌ କ୍ୱିନ୍‌ କୁହାଯାଏ। ତାଙ୍କର ରାମ୍ପ ୱାକ୍‌ଠୁ ଆରମ୍ଭ କରି ଜିମ୍‌ ଲୁକ୍‌ ପର୍ଯ୍ୟନ୍ତ ସବୁବେଳେ ଶୋସାଲ୍‌ ମିଡିଆରେ ଚହଳ ସୃଷ୍ଟି କରେ। ମଲାଇକା ଜଣେ ଅଭିନେତ୍ରୀ, ଡାନ୍ସର ଓ ମଡେଲ୍‌ ଭାବେ ପରିଚିତ।

ପ୍ରେମ ଓ ବିବାହ-  ମଲାଇକା ନିଜର ପ୍ରଫେଶନାଲ ଲାଇଫ୍‌ ଅପେକ୍ଷା ଅରବାଜ୍‌ଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଅଧିକ ଚର୍ଚ୍ଚାରେ ରୁହନ୍ତି।  ମଲାଇକା ଓ ଅରବାଜ୍‌ଙ୍କ ପ୍ରଥମ ଦେଖା ହୋଇଥିଲା ୧୯୯୩ରେ, ଯେବେ ମଲାଇକାଙ୍କୁ ଏକ କଫି ବ୍ରାଣ୍ଡ ‘Mr. Coffee’ର ବୋଲ୍ଡ ସୁଟ୍‌ ପାଇଁ ଡକାଯାଇଥିଲା। ପ୍ରଥମ ଦେଖାରେ ହିଁ ଦୁହେଁ ଦୁହିଁଙ୍କୁ ହୃଦୟ ଦେଇ ବସିଥିଲେ। ଏହାପରେ ସେମାନଙ୍କର ଅଫେୟାର ୫ ବର୍ଷ ଯାଏ ଚାଲିଲା ଓ ପରେ ଦୁହେଁ ପରସ୍ପରକୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ୫ ବର୍ଷ ରିଲେଶନସିପ୍‌ରେ ରହିବା ପରେ ୧୯୯୮ରେ ଡିସେମ୍ବର ୧୨ରେ ଦୁହେଁ ପରିବାରର ଉପସ୍ଥିତିରେ ଏକ ଚର୍ଚ୍ଚରେ ବିବାହ କରିଥିଲେ। ପରେ ସନ୍ଧ୍ୟାରେ ନିକାହ କରିଥିଲେ ଓ ରାତିରେ ବଲିଉଡ୍‌ ଇଣ୍ଡଷ୍ଟ୍ରି ପାଇଂ ରିସେପଶନ୍ ପାର୍ଟି ମଧ୍ୟ ରଖିଥିଲେ।

ବାହାଘରର ପ୍ରାୟ ୧୮ ବର୍ଷ ପରେ, ୨୦୧୬ ମସିହା ମାର୍ଚ୍ଚ ୨୮ରେ ସେମାନେ ଅଲଗା ହେବା ନେଇ ଘୋଷଣା କରିଥିଲେ ଓ ୧ବର୍ଷ ଭିତରେ ପରସ୍ପରକୁ ଛାଡ଼ପତ୍ର ଦେଇଥିଲେ। ହେଲେ ଏବେ ବି ଉଭୟଙ୍କ ମଧ୍ୟରେ ବନ୍ଧୁତାର ସମ୍ପର୍କ ରହିଛି। କୁହାଯାଉଛି ଏ ସମ୍ପର୍କ କେବଳ ତାଙ୍କ ପୁଅ ଅରହାନ୍‌ ଖାନ୍‌ଙ୍କ ପାଇଁ ଅଛି। ଅନ୍ୟପଟେ ମଲାଇକାଙ୍କର ବଲିଉଡ ଅଭିନେତା ଅର୍ଜୁନ୍‌ କପୁର୍‌ଙ୍କ ସହ ଅଫେୟାର ଚାଲିଥିବା ଚର୍ଚ୍ଚା ହେଉଥିବାବେଳେ, ଅରବାଜ୍‌ ତାଙ୍କ ଗର୍ଲଫ୍ରେଣ୍ଡ ଜର୍ଜିଆଙ୍କ ସହ ଥିବା ସମ୍ପର୍କକୁ ସ୍ୱୀକାର କରିସାରିଛନ୍ତି।



from Odisha Reporter https://ift.tt/2R3n3Zy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages