ପୂଜା ବଜାରରେ ସ୍ମାର୍ଟ ଫୋନ କିଣୁଥିଲେ ମନେରଖନ୍ତୁ ଏସବୁ କଥା  - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 3, 2018

ପୂଜା ବଜାରରେ ସ୍ମାର୍ଟ ଫୋନ କିଣୁଥିଲେ ମନେରଖନ୍ତୁ ଏସବୁ କଥା 

ଆଜିର ସମୟରେ ଅପେକ୍ଷା କରିବାକୁ କାହାରି ଆଉ ଧୈର୍ଯ୍ୟ ନାହିଁ। ସବୁ ଜିନିଷ ଆମକୁ ଚଟକିନା ଆଉ ଫଟାଫଟ୍ ଦରକାର। ସ୍ମାର୍ଟ ଫୋନଟିଏ କିଣିଦେଲେ କେତେ କଣ କାମ ହୋଇ ପାରୁଛି। ଏଇ ପାର୍ବଣ ଋତୁରେ ବହୁ କମ୍ପାନୀ ନୂଆ ନୂଆ ସ୍ମାର୍ଟଫୋନ୍ ବଜାରକୁ ଆଣିବେ। ଭଲ ଅଫର ମଧ୍ୟ ଘୋଷଣା କରିବେ। ଯେଉଁମାନେ ସ୍ମାର୍ଟଫୋନ୍ କିଣିବାକୁ ଚାହୁଁଛନ୍ତି ଏଠି ସେମାନଙ୍କ ପାଇଁ କେତୋଟି ଜାଣିବା କଥା:

୧- ଆଜି ସବୁ ତଥ୍ୟ ଇଣ୍ଟରନେଟରେ ଉପଲବ୍ଧ। ତେଣୁ ବଜାରକୁ ଯିବା ପୂର୍ବରୁ ସେଥିରେ ବିଭିନ୍ନ କମ୍ପାନୀର ସଦ୍ୟତମ ଉତ୍ପାଦ ସମ୍ପର୍କରେ ଟିକେ ଖୋଳତାଡ଼ କରନ୍ତୁ।

୨- ଆପଣଙ୍କ ବଜେଟ୍ କେତେ, କେଉଁ କମ୍ପାନୀର ଉତ୍ପାଦ ଆପଣଙ୍କର ପସନ୍ଦ, କଣ କଣ ଫିଚର ଆପଣଙ୍କର ଆବଶ୍ୟକ, ସେ ସବୁ ଶୋ’ରୁମରେ ସେଲସ ବୟଠାରୁ ନ ପଚାରି ନିଜ ଘରୁ ପ୍ରସ୍ତୁତ ହୋଇ ଯାଆନ୍ତୁ, ନଚେତ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି।

୩- ସମସ୍ତେ ଚାହାନ୍ତି ଭଲ ଜିନିଷ ଟିକେ କମ୍ ଦାମରେ ମିଳିଯାଉ। ତେଣୁ ବଜାର ଦର ଅପେକ୍ଷା ଯେଉଁ ଦୋକାନୀ ସାମାନ୍ୟ ଶସ୍ତାରେ ସମାନ ମଡେଲର ସ୍ମାର୍ଟଫୋନ୍ ବିକ୍ରି କରୁଛନ୍ତି ସେଠି ମୁଲଚାଲ କରନ୍ତୁ। କମ୍ପାନୀ ଅଫର ସହିତ ଯେଉଁ ରିଟେଲର ଅତିରିକ୍ତ ଅଫର ପ୍ରଦାନ କରୁଛି ତା’କୁ ବାଛିବା ଭଲ।

୪- କଥାରେ ଅଛି ଶସ୍ତାରୁ ହୀନସ୍ତା। ୨୦୦ କି ୪୦୦ ଟଙ୍କା କମ୍ ଖର୍ଚ୍ଚ ହେବ ବୋଲି ଭଲ ଫୋନ୍ ଛାଡି ନିମ୍ନମାନର ଫୋନ୍ ପସନ୍ଦ କରିବା ଉଚିତ ନିଷ୍ପତ୍ତି ହୋଇ ନପାରେ।

୫- ପୂଜା ବଜାରରେ ଲକି ଡ୍ର, ସ୍କ୍ରାଚ୍ କୁପନ ଠାରୁ ଆରମ୍ଭ କରି କମ୍ପାନୀ ତଥା ରିଟେଲରମାନେ ବିଭିନ୍ନ ସ୍ମିମ୍ ଘୋଷଣା କରିଥାଆନ୍ତି। ସେ ସବୁର ମଜା ନେବା ଉଚିତ। କିନ୍ତୁ ଟର୍ମ୍ ଆଣ୍ଡ୍ କଣ୍ଡିଶନକୁ ଭଲଭାବେ ପଢ଼ିନେବା ଭଲ ହେବ।



from Odisha Reporter https://ift.tt/2OzTyB7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages