ଚାଷୀଙ୍କୁ ଦଶହରା ଭେଟି, ରବି ଫସଲରେ ବଢ଼ିଲା ଏମ୍‌ଏସ୍‌ପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 3, 2018

ଚାଷୀଙ୍କୁ ଦଶହରା ଭେଟି, ରବି ଫସଲରେ ବଢ଼ିଲା ଏମ୍‌ଏସ୍‌ପି

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର)- ୨୦୧୮-୧୯ ବର୍ଷର ରବି ଫସଲରେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ବୃଦ୍ଧି ନେଇ ଆଜି କେନ୍ଦ୍ର କ୍ୟାବିନେଟ୍‌ରେ ନିଷ୍ପତ୍ତି ନିଆଯାଇଛି।

ଏହି ବୈଠକରେ ଗହମ, ଚଣା, ସୋରିଷ, ଯଅ ଏବଂ ମସୁର ଡାଲିର ଏମ୍‌ଏସ୍‌ପି ବୃଦ୍ଧି କରାଯାଇଥିବା ନେଇ ଘୋଷଣା କରାଯାଇଛି। ଏଥିରେ ଗହମର କ୍ୱିଣ୍ଟାଲ୍‌ ପ୍ରତି ପୂର୍ବରୁ ରହିଥିବା ଏମ୍‌ଏସ୍‌ପି ୧୭୩୫ ଟଙ୍କାରୁ ୧୮୪୦ ଟଙ୍କାକୁ ବଢ଼ାଇଦିଆଯାଇଛି।

ସେହିଭଳି ଚଣାରେ କ୍ୱିଣ୍ଟାଲ୍‌ ପ୍ରତି ୪,୪୪୦ ଟଙ୍କାରୁ ୪,୬୨୦ ଟଙ୍କା, ମସୁର ଡାଲିରେ କ୍ୱିଣ୍ଟାଲ୍‌ ପ୍ରତି ୪୨୫୦ ଟଙ୍କାରୁ ୪,୪୭୫ ଟଙ୍କାକୁ ବଢ଼ାଇ ଦିଆଯାଇଛି। ଚାଷୀଙ୍କୁ ସେମାନଙ୍କ କୃଷିଜନିତ ଖର୍ଚ୍ଚର ୫୦ ପ୍ରତିଶତ ଲାଭ ଦେବାପାଇଁ ସରକାରଙ୍କ ପ୍ରୟାସ ଆଧାରରେ ଏବଂ କମିଶନ୍‌ ଫର୍‌ ଏଗ୍ରିକଲ୍‌ଚରାଲ୍‌ କଷ୍ଟସ୍‌ ଆଣ୍ଡ୍‌ ପ୍ରାଇସେସ୍‌ (ସିଏସିପି)ର ସୁପାରିସ ପରେ ଏହି ଏମ୍‌ଏସ୍‌ପି ବୃଦ୍ଧି ନିଷ୍ପତ୍ତି ନିଆଯାଇଛି।



from Odisha Reporter https://ift.tt/2NidkMQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages