
ଅନେକ ଭାବୁଥିବେ ନିତି ଖବରକାଗଜରେ ଏ କି ଖବର ବାହାରୁଛି? ଡଲାର ତୁଳନାରେ ଭାରତୀୟ ମୁଦ୍ରାର ବିନିମୟ ମୂଲ୍ୟ ଏତିକି ଟଙ୍କା ହ୍ରାସ ହେଲା। ଏତିକି ଟଙ୍କା ବୃଦ୍ଧି ହେଲା। ଏଥିରୁ ଆମକୁ କଣ ମିଳିବ ? ଆମେତ ଡଲାର ଦେଖି ନାହୁଁ କି ସେଥିରେ ଆମର କିଛି କାମ ନାହିଁ। ସେଥରେ ବୃଦ୍ଧି ଘଟିଲେ କି ହ୍ରାସ ଘଟିଲେ ଆମର କି ଯାଏ ?
ତେବେ ଜାଣନ୍ତୁ ଏ ସମ୍ପର୍କରେ କେତୋଟି ଗୁରୁତ୍ୱପୂର୍ଣ୍ଣ କଥା:
୧- ଭାରତ ଭଳି ଏକ ଜନବହୁଳ ରାଷ୍ଟ୍ରରେ ଦୈନିକ ଯେତେ ପରିମାଣର ତୈଳ ବ୍ୟବହାର କରାଯାଏ ତାହାର ୮୦%ରୁ ଅଧିକ ତୈଳ ବିଦେଶରୁ ଆମଦାନୀ ହୁଏ। ଏଥିପାଇଁ ଭାରତକୁ ଡଲାର ଆକାରରେ ଦେୟ ପଇଠ କରିବାକୁ ପଡ଼େ। ତେଣୁ ଡଲାର ତୁଳନାରେ ଭାରତୀୟ ମୁଦ୍ରା ଯେତେ ହ୍ରାସ ହେବ ଅଶୋଧିତ ତୈଳ କିଣିବା ପାଇଁ ଆମକୁ ସେତେ ଅଧିକ ଟଙ୍କା ଗଣିବାକୁ ପଡିବ । ତା ପରେ ପେଟ୍ରୋଲ, ଡିଜେଲ, ବିମାନ ଇନ୍ଧନ, ରନ୍ଧନ ଗ୍ୟାସ୍ ସବୁର ଦର ବୃଦ୍ଧି ପାଇବ। ସାଧାରଣ ଜନତାଙ୍କ ଉପରେ ହିଁ ମହଙ୍ଗା ମାଡ଼ ବସିବ।
୨- ଆମର କ୍ରୟଶକ୍ତି ମଧ୍ୟ କମିବ । କେମିତି ? ଧରିନିଅନ୍ତୁ, ରାମର ଦୈନିକ ରୋଜଗାର ୧୦୦ ଟଙ୍କା। ସେଥିରେ ସେ ଦୁଇ ଲିଟର ପେଟ୍ରୋଲ କିଣିପାରିବ। ରାମର ମଜୁରିରେ ଉଣେଇଶ୍ ବିଶ୍ ଏପଟ ସେପଟ ନ ହୋଇ ଯଦି ତୈଳ ଦର ବଢ଼ିଲା ତେବେ ରାମର କ୍ରୟ ଶକ୍ତି କମିବ। ଦି’ଦିନ ପୂର୍ବରୁ ୧୦୦ ଟଙ୍କାରେ ଯେତେ ତେଲ କିଣୁଥିଲା ଦର ବଢ଼ିଲା ପରେ ତା ଠାରୁ କମ୍ ତେଲ ପାଇବ ।
୩- ଯେଉଁ ସବୁ ସାମଗ୍ରୀ ବିଦେଶରୁ ଆମଦାନୀ ହେଉଛି ସେଥିପାଇଁ ଆମକୁ ଅଧିକ ଟଙ୍କା ଗଣିବାକୁ ପଡିବ। ଫଳରେ ଭାରତରେ ଆମକୁ ଅଧିକ ଟଙ୍କାରେ ତାହାକୁ କ୍ରୟ କରିବାକୁ ପଡିବ। ଯେଉଁ ସବୁ ସମାଗ୍ରୀ ଭାରତରୁ ବିଦେଶକୁ ରପ୍ତାନି ହେଉଛି ସେ ସବୁ ସେଠାରେ କମ୍ ଦାମରେ ବିକ୍ରି ହେବ। ଫଳରେ ଆମ ଭାରତୀୟଙ୍କୁ କମ୍ ମୂଲ୍ୟ ମିଳିବ।
୪-ଅନ୍ତର୍ଜାତୀୟ ବଜାରରେ ଆମ ସାମଗ୍ରୀଗୁଡ଼ିକର ମୂଲ୍ୟ ବା ଦର ହ୍ରାସ ହେବ।
from Odisha Reporter https://ift.tt/2IDZsvO
No comments:
Post a Comment