କ୍ରିକେଟ୍‌କୁ ଅଲବିଦା କହିଲେ ପ୍ରବୀଣ କୁମାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 20, 2018

କ୍ରିକେଟ୍‌କୁ ଅଲବିଦା କହିଲେ ପ୍ରବୀଣ କୁମାର

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଡାହଣହାତୀ ସୁଇଂ ଦ୍ରୁତ ବୋଲର୍‌ ପ୍ରବୀଣ କୁମାର ଆଜି ସବୁ ପ୍ରକାରର କ୍ରିକେଟ୍‌ରୁ ସନ୍ୟାସ ଘୋଷଣା କରିଛନ୍ତି। ଉତ୍ତର ପ୍ରଦେଶର ଏହି ବୋଲର୍‌ଙ୍କ ଘାତକ ବୋଲିଂ ଯୋଗୁ ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆରେ ଭିବି ସିରିଜ୍‌ ଜିତି ପାରିଥିଲା। କିନ୍ତୁ ଖରାପ ଫର୍ମ ଯୋଗୁ ପ୍ରବୀଣଙ୍କୁ ଦୀର୍ଘ ବର୍ଷ ହେଲା ଟିମ୍‌ ଇଣ୍ଡିଆର ଜାତୀୟ ଦଳରେ ସ୍ଥାନ ମିଳୁ ନଥିଲା। ଆଜି ୩୨ ବର୍ଷୀୟ ପ୍ରବୀଣ କୁମାର ଇନଷ୍ଟାଗ୍ରାମ ଜରିଆରେ ଅବସର ଘୋଷଣା କରିବା ସହ ତାଙ୍କୁ ସମର୍ଥନ କରି ଆସିଥିବା ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ପ୍ରବଣୀ କହିଛନ୍ତି, ବର୍ତ୍ତମାନ କ୍ରିକେଟ୍‌କୁ ଗୁଡ୍‌ ବାଏ କହିବାକୁ ସମୟ ଆସି ଯାଇଛି। କ୍ରିକେଟ୍‌କୁ ଛାଡ଼ି ଏବେ ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ପଡ଼ିବ।

୨୦୦୫ ମସିହା ନଭେମ୍ବର ୨୩ରେ ପ୍ରବୀଣ କୁମାର ପ୍ରଥମେ ଉତ୍ତର ପ୍ରଦେଶର ସିନିୟର ଟିମ୍‌ରେ ସ୍ଥାନ ପାଇଥିଲେ। ଏହାର ୨ ବର୍ଷ ପରେ ଅର୍ଥାତ ୨୦୦୭ ନଭେମ୍ବର ୧୮ରେ ସେ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ସ୍ତରରେ ପାକିସ୍ତାନ ବିପକ୍ଷରେ ଟିମ୍‌ ଇଣ୍ଡିଆ ପକ୍ଷରୁ ଡେବ୍ୟୁ କରିଥିଲେ।

ସେବେଠାରୁ ପ୍ରବୀଣ କୁମାର ଭାରତ ପାଇଁ ୬ଟି ଟେଷ୍ଟ, ୬୮ଟି ଦିନିକିଆ ଓ ୧୦ଟି ଟି-୨୦ ମ୍ୟାଚ୍‌ ଖେଳିଥିଲେ।

ପ୍ରବୀଣ ୬୮ଟି ଦିନିକିଆରେ ୩୬.୦୨ ହାର୍‌ରେ ୭୭ଟି ୱିକେଟ ଦଖଲ କରିଥିଲେ। ସେହିପରି ୬ଟି ଟେଷ୍ଟ୍‌ରେ ୨୭ଟି ୱିକେଟ୍‌ ପାଇଥିବା ପ୍ରବୀଣ କୁମାର ଟି-୨୦ର ୧୦ଟି ମ୍ୟାଚ୍‌ରୁ ୮ଟି ୱିକେଟ୍‌ ହାସଲ କରିଥିଲେ।



from Odisha Reporter https://ift.tt/2OAZ73e

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages