
ସୁରତ୍: ଗତବର୍ଷ ଦୀପାବଳିର ବୋନସ୍ ବାବଦରେ ମିଳିଥିଲା ଫ୍ଲାଟ୍ ଓ କାର୍। ଏଥର ମିଳୁଛି କାର୍ ଏବଂ ଏଫ୍ଡି(ଫିକ୍ସଡ୍ ଡିପୋଜିଟ୍)।
ନିଜ କର୍ମଚାରୀଙ୍କୁ ବାର୍ଷିକ ବୋନସ୍ରେ ଏଭଳି ଦାମୀ ଗିଫ୍ଟ୍ ଦେଇ ସାରା ବିଶ୍ୱର ଧ୍ୟାନ ଆକର୍ଷଣ କରିଛନ୍ତି ସୁରତ୍ର ସଫଳ ହୀରା ବ୍ୟବସାୟୀ ଶିବାଜୀ ଢୋଲକିଆ।
କମ୍ପାନୀ ପାଇଁ ନିଷ୍ଠାର ସହ କାମ କରିଥିବା ବଛା ବଛା ପ୍ରାୟ ୧୫୦୦ କର୍ମଚାରୀଙ୍କୁ ଦୀପାବଳୀରେ ଢୋଲକିଆ ଏଭଲି ଗିଫ୍ଟ୍ ଦେଉଛନ୍ତି। ଏମାନଙ୍କ ମଧ୍ୟରୁ ୬୦୦ ଜଣଙ୍କୁ କାର୍ ଓ ୯୦୦ କର୍ମଚାରୀଙ୍କୁ ଏଫ୍ଡି ମିଳୁଛି।
ଢୋଲକିଆଙ୍କ କହିବା ଅନୁଯାୟୀ, ଚଳିତବର୍ଷ ‘କମ୍ପାନୀ ପ୍ରତି ଲୟାଲଟି’ ବର୍ଗରେ ଏହି କର୍ମଚାରୀଙ୍କୁ ଏଭଳି ବୋନସ୍ ଦିଆଯାଇଛି।
କିଏ ଏହି ଶିବାଜୀ ଢୋଲକିଆ?
ଶିବାଜୀ ଢୋଲକିଆ ଗୁଜରାଟ ଅମ୍ରେଲି ଜିଲ୍ଲା ଦୁଧାଲା ଗାଁର ବାସିନ୍ଦା। ସେ ୧୩ ବର୍ଷ ବୟସରେ ନିଜ ଦାଦାଙ୍କୁ ହୀରା ବ୍ୟବସାୟରେ ସହଯୋଗ କରୁଥିଲେ। ପରେ ସେ ଦାଦାଙ୍କ ଠାରୁ ଟଙ୍କା ଋଣ ନେଇ ନିଜର ହୀରା ବ୍ୟବସାୟ ଆରମ୍ଭ କରିଥିଲେ। ୧୦ ବର୍ଷ ଡାଇମଣ୍ଡ୍ ପଲିସିଂ ଉଦ୍ୟୋଗରେ କଠୋର ପରିଶ୍ରମ କରିବା ପରେ ୧୯୯୧ରେ ସେ ହରିକୃଷ୍ଣ ଏକ୍ସପୋର୍ଟ ସ୍ଥାପନ ରିଥିଲେ। ସେତେବେଳେ କମ୍ପାନୀର ସେଲ୍ ନାଁକୁ ମାତ୍ର ହେଉଥିଲା।
ଏବେ ଢୋଲକିଆଙ୍କ କମ୍ପାନୀରେ ୬ ହଜାରରୁ ଅଧିକ କର୍ମଚାରୀ ଅଛନ୍ତି। ସେ ଡାଇମଣ୍ଡ୍ ଜୁଏଲାରୀ ତିଆରି କରି ବିଦେଶକୁ ରପ୍ତାନି କରନ୍ତି। ଏହି କାମ ତାଙ୍କର ୨ଟି କମ୍ପାନୀ ଏଚ୍.କେ ଡିଜାଇନସ୍ ଏବଂ ୟୁନିଟି ଜ୍ୱେଲ୍ସ୍ କରିଥାଏ। ଏଚ୍.କେ ଜୁଏଲର୍ସ ପ୍ରାଇଭେଟ ଲିମିଟେଡ୍ ୫୦ରୁ ଅଧିକ ଦେଶକୁ ହୀରା ଗହଣା ରପ୍ତାନୀ କରିଥାଏ। ଆମେରିକା, ବେଲଜିୟମ, ୟୁଏଇ, ହଙ୍ଗ୍କଙ୍ଗ୍ ଓ ଚୀନ୍ ପରି ଦେଶରେ ଏହାର ସହାୟକ କମ୍ପାନୀସବୁ ରହିଛି।

ଢୋଲକିଆ ୨୦୧୧ ମସିହାରୁ ପ୍ରତିବର୍ଷ ତାଙ୍କ କର୍ମଚାରୀଙ୍କୁ ଏହିଭଳି ଦାମୀ ଗିଫ୍ଟ୍ ଦୀପାବଳି ବୋନସ ଆକାରରେ ଦେଇ ଆସୁଛନ୍ତି। ପ୍ରତିବର୍ଷ ସେ ତାଙ୍କ କର୍ମଚାରୀଙ୍କୁ ଦୀପାବଳିରେ କାର୍, ଫ୍ଲାଟ୍ କିମ୍ବା ମୋଟା ଅଙ୍କର ଟଙ୍କା ବୋନସ୍ ଆକାରରେ ଦେଇଥା’ନ୍ତି।
from Odisha Reporter https://ift.tt/2ABfe8j
No comments:
Post a Comment