
ନୂଆଦିଲ୍ଲୀ: କରନ୍ ଜୋହର୍ଙ୍କ ସେଲିବ୍ରିଟି ଚାଟ୍ ଶୋ ‘କଫି ଉଇଥ୍ କରନ୍’ର ଆଗାମୀ ଅତିଥି ହେଉଛନ୍ତି, ଅକ୍ଷୟ କୁମାର୍ ଓ ରଣବୀର୍ ସିଂହ। ଶୋରେ ରଣବୀର୍ ଅନେକ ରାଜ୍ର ପର୍ଦ୍ଦାଫାସ୍ କରିଛନ୍ତି।
ରଣବୀର୍ଙ୍କ ଫ୍ୟାଶନ୍ ସେନ୍ସ୍ ଭଲ ବୋଲି କୁହାଯାଇଥାଏ। ସେ ସର୍ବଦା ଏଥିପାଇଁ ଚର୍ଚ୍ଚାରେ ରହିଆସିଛନ୍ତି। ହେଲେ ଏହି ଶୋରେ ରଣବୀର୍ କହିଛନ୍ତି ଯେ, କରନ୍ ଜୋହର୍ ତାଙ୍କୁ ନିଜର ପୁରୁଣା କପଡ଼ା ପିନ୍ଧିବାକୁ ଦେଉଥିଲେ।
ରଣବୀର୍ଙ୍କ କହିବା ଅନୁସାରେ, କରନ୍ ନିଜର ସପିଂ ଟ୍ରିପ୍ରେ ଯିବା ସମୟରେ ଦାମୀ ଓ ଆକର୍ଷଣୀୟ ପୋଷାକ କିଣି ଆଣୁଥିଲେ। ଯେତେବେଳେ ତାଙ୍କୁ ଲାଗୁଥିଲା କି ସେହି ପୋଷାକ ପିନ୍ଧିପାରିବେ ନାହିଁ, ସେ ରଣବୀର୍ଙ୍କୁ ପୋଷାକ ସବୁ ଦେଇ ଦେଉଥିଲେ। ସେହି ପୋଷାକ ମଧ୍ୟରେ ଫଙ୍କି ଟ୍ରାକ୍ସୁଟ୍ ମଧ୍ୟ ରହିଥିଲା। ଯାହାର ମୂଲ୍ୟ ସାଢ଼େ ତିନି ଲକ୍ଷ । ରଣବୀର୍ ଏହି କପଡ଼ା ସବୁକୁ ଯତ୍ନର ସହିତ ସଜାଡ଼ି ରଖୁଥିଲେ।
ଶୋରେ ରଣବୀର୍ ଅକ୍ଷୟ କୁମାରଙ୍କ ସହିତ ତାଙ୍କର ପ୍ରଥମ ଦେଖା କିପରି ହୋଇଥିଲା ସେ ବିଷୟରେ ମଧ୍ୟ କହିଥିଲେ। ଅକ୍ଷୟ ରବିନା ଟନ୍ଣ୍ଡନ୍ଙ୍କ ସହିତ ଫିଲ୍ମ ସୁଟିଂ କରିବା ସମୟରେ ରଣବୀର୍ଙ୍କ ସହିତ ତାଙ୍କର ପ୍ରଥମ ଦେଖା ହୋଇଥିଲା। ଅନେକ ସେଲିବ୍ରିଟି କରନ୍ ଜୋହର୍ଙ୍କ ଏହି ଶୋରେ ନିଜର ସିକ୍ରେଟ୍ ସେୟାର୍ କରିବାକୁ ଯାଉଛନ୍ତି।
କେବଳ ଏତିକି ନୁହେଁ, ସୂଚନା ଅନୁସାରେ କେବେ ଏକାଠି ହୋଇ ନ ଥିବା ତାରକା ସାହିଦ୍ କପୁର୍ ଏବଂ ଇଶାନ୍ ଖଟ୍ଟର ମଧ୍ୟ କରନ୍ଙ୍କ ଶୋରେ ଏକାଠି ନଜର ଆସିବେ।
ମୁମ୍ୱାଇ ମିରର୍ର ଖବର ଅନୁସାରେ କରନ୍ଙ୍କର ଶୋ’କୁ ପ୍ରିୟଙ୍କା ଏବଂ କରିନା ମଧ୍ୟ ଆସିବାକୁ ଯାଉଛନ୍ତି। ପ୍ରିୟଙ୍କା ଆମେରିକାରେ ଥିବାରୁ ବର୍ତ୍ତମାନ ପର୍ଯ୍ୟନ୍ତ ସୁଟିଂ ହୋଇପାରିନାହିଁ। କିନ୍ତୁ ଶୋକୁ ଆସିବା ପାଇଁ ଦୁହେଁ ହଁ ଭରିଛନ୍ତି।
from Odisha Reporter https://ift.tt/2qfLeZG
No comments:
Post a Comment