କୁରୁକ୍ଷେତ୍ରରେ କାହିଁକି ଲଢ଼ାଯାଇଥିଲା ମହାଭାରତ ଯୁଦ୍ଧ ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 27, 2018

କୁରୁକ୍ଷେତ୍ରରେ କାହିଁକି ଲଢ଼ାଯାଇଥିଲା ମହାଭାରତ ଯୁଦ୍ଧ ?

ଆଜି ମହାଭାରତ ବିଷୟରେ ଏମିତି କିଛି ତଥ୍ୟ ଜାଣିବା ଯାହା ଖୁବ୍  ଅଳ୍ପ ଲୋକଙ୍କୁ ଜଣାଥିବ। ମହର୍ଷି ବ୍ୟାସେଦେବ ମହାଭାରତ ଚରଚନା କରିଥିଲେ। ଏହାକୁ ପଞ୍ଚମ ବେଦ ଶାସ୍ତ୍ର ରୂପେ ବିବେଚନା କରାଯାଏ। ହିନ୍ଦୁ ସଂସ୍କୃତିର ବହୁମୂଲ୍ୟ ସମ୍ପତ୍ତି ହେଉଛି ଏହି ମହାଭାରତ। ଏହି ମହାକାବ୍ୟରୁ ଭଗବତ୍‌ ଗୀତାର ସୃଷ୍ଟି ହୋଇଛି। ଭଗବତ ଗୀତାରେ ପ୍ରାୟ ୧ ଲକ୍ଷ ଶ୍ଲୋକ ଅଛି।  ତେଣୁ ଏଥିପାଇଁ ଏହାକୁ ସତଶହସ୍ତ୍ରୀ ସଂହିତା ବୋଲି କୁହାଯାଏ।

ପୌରାଣିକ କଥା ଅନୁଯାୟୀ, ଅନୁସାରେ ରାଜା କୁରୁଙ୍କୁ ଦେବରାଜ ଇନ୍ଦ୍ର ବରଦାନ ଦେଇଥିଲେ। ବରଦାନ ସୂରୁପ ଯେଉଁ ବ୍ୟକ୍ତି କୁରୁକ୍ଷେତ୍ରରେ ମୃତ୍ୟୁବରଣ କରିବେ ତାଙ୍କୁ ସ୍ୱର୍ଗ ପ୍ରାପ୍ତି ହେବ । ଆଉ ଖାସ୍‌ ଏହି କାରଣ ପାଇଁ କୁରୁକ୍ଷେତ୍ରରେ ମହାଭାରତ ଯୁଦ୍ଧ ହୋଇଥିଲା। କିନ୍ତୁ ରାଜା କୁରୁଙ୍କୁ ଏହି ବରଦାନ କେବେ ଏବଂ କେଉଁଠି ମିଳିଥିଲା ସେନେଇ ଏ ସମ୍ପର୍କରେ କାହାକୁ ଜଣାନାହିଁ। ମହାଭାରତ ଅନୁସାରେ ରାଜା କୁରୁ ବାରମ୍ବାର ଯେଉଁ ସ୍ଥାନକୁ ଖୋଳୁଥିଲେ ତାହା କୁରୁକ୍ଷେତ୍ର ଭାବରେ ନାମିତ ହେଲା । କୁହାଯାଏ, କୁରୁ ଏହି ସ୍ଥାନକୁ ଖୋଳୁଥିବା ସମୟରେ ଇନ୍ଦ୍ର ପହଂଚିଥିଲେ ।

ଆଉ ସେ ତାଙ୍କୁ ଏହାର କାରଣ ପଚାରିଥିଲେ । କୁରୁ କହିଥିଲେଯେ, ଯେଉଁ ବ୍ୟକ୍ତି ଏହି ସ୍ଥାନରେ ମୃତ୍ୟୁବରଣ କରିବେ ସେ ପୂଣ୍ୟ ଲୋକ ଗମନ କରିବ। ଏହି କଥାରେ ଇନ୍ଦ୍ର ହସି ଦେଇଥିଲେ ।  ଆଉ ସେ ସ୍ୱର୍ଗ ଲୋକ ଚାଲିଗଲେ । ଇନ୍ଦ୍ର ଅନ୍ୟ ଦେବତାଙ୍କୁ ମଧ୍ୟ ଏହି କଥା କହିଲେ । ଦେବତାଗଣ ଇନ୍ଦ୍ରଙ୍କୁ କହିଲେ ଯେ, ଯଦି ସମ୍ଭବ ହେଉଛି ତେବେ କୁରୁଙ୍କୁ ତୁମ ପକ୍ଷରେ କରି ନିଅ । ଏହାପରେ ଇନ୍ଦ୍ର କୁରୁଙ୍କ ପାଖକୁ ଯାଇ କହିଲେ ଯେଉଁ ପଶୁ,ପକ୍ଷୀ ଏବଂ ମନୁଷ୍ୟ ବିନା ଆହାରରେ ଯୁଦ୍ଧ କରି ସେହି ସ୍ଥାନରେ ମୃତ୍ୟୁବରଣ କରିବେ ସେ ସ୍ୱର୍ଗର ଭାଗୀଦାର ହେବେ । ଏହି କଥାକୁ ଭୀଷ୍ମ ଏବଂ କୃଷ୍ଣ ଆଦି ସମସ୍ତେ ଜାଣିଥିଲେ । ତେଣୁ ମହାଭାରତ ଯୁଦ୍ଧ କୁରୁକ୍ଷେତ୍ରରେ ଲଢ଼ା ଯାଇଥିଲା ।



from Odisha Reporter https://ift.tt/2O9EjuA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages