ବିରାଟ ଭାଙ୍ଗିବେ ଏହି ପାକ୍‌ କିମ୍ବଦନ୍ତୀଙ୍କ ରେକର୍ଡ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 10, 2018

ବିରାଟ ଭାଙ୍ଗିବେ ଏହି ପାକ୍‌ କିମ୍ବଦନ୍ତୀଙ୍କ ରେକର୍ଡ !

ହାଇଦ୍ରାବାଦ (ଓଡ଼ିଶା ରିପୋର୍ଟର) : ଶୁକ୍ରବାର ହାଇଦ୍ରାବାଦରେ ଭାରତ ୱେଷ୍ଟଇଣ୍ଡିଜ୍‌କୁ ଦ୍ୱିତୀୟ ଟେଷ୍ଟରେ ଭେଟିବ ଏବଂ ଏଥିରେ ଅଧିନାୟକ ବିରାଟ କୋହଲିଙ୍କ ପାଇଁ ରହିଛି ବିରାଟ ସୁଯୋଗ। ବର୍ତ୍ତମାନ ତାଙ୍କ ନାମରେ ୨୪ଟି ଶତକ ରହିଥିବାବେଳେ ଆଉ ଗୋଟିଏ ଶତକ କରିଲେ ସେ ପାକିସ୍ତାନର କିମ୍ବଦନ୍ତୀ ଖେଳାଳି ଇଞ୍ଜମାମ୍‌ ଉଲ୍ ହକ୍‌ଙ୍କ ସହିତ ସମକକ୍ଷ ହୋଇଯିବେ।

ବର୍ତ୍ତମାନ ଇଞ୍ଜମାମ୍‌ଙ୍କ ନାମରେ ୨୫ଟି ଟେଷ୍ଟ ଶତକର ରେକର୍ଡ ରହିଛି। ଉଲ୍ଲେଖନୀୟ ବିଷୟ ହେଉଛି, କୋହଲି ଏହି ରେକର୍ଡ ମାତ୍ର ୭୩ଟି ମ୍ୟାଚ୍‌ ଖେଳି ହାସଲ କରିବେ। ସେ ବର୍ତ୍ତମାନ ପର୍ଯ୍ୟନ୍ତ ୭୨ଟି ମ୍ୟାଚ୍‌ ଖେଳି ୫୪.୬୬ ରନ୍‌ ହାରରେ ୬୨୮୬ ରନ୍‌ କରିଛନ୍ତି ଏବଂ ଇଞ୍ଜମାମ୍‌ ୧୨୦ ଟେଷ୍ଟରୁ ୪୬.୯୦ ରନ୍‌ ହାରରେ ୮୮୩୦ ରନ୍‌ କରିପାରିଛନ୍ତି। ଟେଷ୍ଟରେ ଶତକ କରିବା ତାଲିକାରେ କୋହଲି ବର୍ତ୍ତମାନ ୨୧ତମ ସ୍ଥାନରେ ଅଛନ୍ତି।



from Odisha Reporter https://ift.tt/2NA2kKM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages