ମାଟି ଖୋଳି ଦେଢ଼ କୋଟିର ହୀରା ପାଇଲେ ଶ୍ରମିକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 10, 2018

ମାଟି ଖୋଳି ଦେଢ଼ କୋଟିର ହୀରା ପାଇଲେ ଶ୍ରମିକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ମାଟି ଖୋଳିବାବେଳେ ଶ୍ରମିକଙ୍କୁ ମିଳିଛି ହୀରା। ମିଳିଥିବା ହୀରାଟି ୪୨ କ୍ୟାରେଟ୍‌ର। ଏହାର ଆନୁମାନିକ ବଜାର ଦର ହେଉଛି ଦେଢ଼ କୋଟି ଟଙ୍କାରୁ ଅଧିକ।
ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ। ତେବେ ମାଟି ଖୋଳି ପାଇଥିବା ଏହି ମୂଲ୍ୟବାନ ହୀରା ଖଣ୍ଡଟି ଶ୍ରମିକଙ୍କୁ ମିଳି ପାରିନାହିଁ।

ମଧ୍ୟପ୍ରଦେଶ ଖଣିଜ ସଂପଦ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ବୁନ୍ଦେଲ୍‌ଖଣ୍ଡର ଶ୍ରମିକ ମୋତିଲାଲ୍‌ ପ୍ରଜାପତି ଗତ ସେପ୍ଟେମ୍ବର୨୦ ତାରିଖରେ ୨୫ବର୍ଗଫୁଟ୍‌ର ଏକ ଜମି ଲିଜ୍‌ରେ ନେଇଥିଲେ। ଏହାର କିଛି ସପ୍ତାହ ପରେ ଜମି ଖୋଳିବା ବେଳେ ମୋତିଲାଲ୍‌ ମାଟି ତଳୁ ହୀରାଖଣ୍ଡଟି ପାଇଥିଲେ। ମିଳିଥିବା ହୀରାଟି ୪୨ କ୍ୟାରେଟ୍‌ର।

ତେବେ ଏହି ମୂଲ୍ୟବାନ ହୀରା ଖଣ୍ଡକୁ ଆଗାମୀ ବିଧାନସଭା ନିର୍ବାଚନ ଶେଷ ହେବା ପରେ ନିଲାମ କରାଯିବ ବୋଲି ମଧ୍ୟପ୍ରଦେଶର ଏହି ଖଣିଜ ସଂପଦ ବିଭାଗ ଅଧିକାରୀ ମଙ୍ଗଳବାର କହିଛନ୍ତି।



from Odisha Reporter https://ift.tt/2yaRiXA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages