ତିତ୍‌ଲି ବିପତ୍ତି ବେଳେ ସରକାରଙ୍କ ଡିଜିଟାଲ ତତ୍ପରତା ଏମିତି: ୨୦୧୭ ପରଠାରୁ ଅପଡେଟ୍‌ ହୋଇନି ସ୍ପେଶାଲ୍‌ ରିଲିଫ୍‌ କମିଶନର୍‌ ୱେବ୍‌ସାଇଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 10, 2018

ତିତ୍‌ଲି ବିପତ୍ତି ବେଳେ ସରକାରଙ୍କ ଡିଜିଟାଲ ତତ୍ପରତା ଏମିତି: ୨୦୧୭ ପରଠାରୁ ଅପଡେଟ୍‌ ହୋଇନି ସ୍ପେଶାଲ୍‌ ରିଲିଫ୍‌ କମିଶନର୍‌ ୱେବ୍‌ସାଇଟ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତିତ୍‌ଲି ବାତ୍ୟାକୁ ନେଇ ଉପକୂଳବର୍ତ୍ତୀ ଜିଲ୍ଲା ସବୁରେ ସମସ୍ତେ ଚିନ୍ତାରେ। ବିଭିନ୍ନ ଟେଲିଭିଜନ୍‌ ଚ୍ୟାନେଲ୍‌ରେ ସତର୍କବାଣୀ ସମେତ ସୋଶାଲ୍‌ ମିଡିଆ ଏବଂ ଅନ୍ୟାନ୍ୟ ଗଣମାଧ୍ୟମ ପ୍ଲାଟଫର୍ମରେ ପ୍ରତି ମିନିଟ୍‌ରେ ଅପଡେଟ୍‌।

ତେବେ ଏଭଳି ବିପତ୍ତି ସମୟରେ ସବୁଠାରୁ ଅଧିକ ଦାୟିତ୍ୱସମ୍ପନ୍ନ ସ୍ପେଶାଲ ରିଲିଫ୍‌ କମିଶନରଙ୍କ ୱେବସାଇଟ୍‌ ଆଡ଼େ ଟିକେ ନଜର ବୁଲାଇବା। ଉଭୟ ଇଂରାଜୀ ଏବଂ ଓଡ଼ିଆ ଭାଷାରେ ସୁଗଠିତ ଏହି ୱେବସାଇଟ୍‌ରେ ତିତ୍‌ଲି ତ ତିତ୍‌ଲି ଗତ ୧ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି କାହାର ସୁଦୃଷ୍ଟିରେ ପଡ଼ିନାହିଁ।

ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାମ ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ନାମ ଯଥାରୀତି ରହିଥିବାବେଳେ ଗତ ମେ ମାସରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓସଡମା) ନିର୍ଦ୍ଦେଶକଭାବେ ଦାୟିତ୍ୱ ନେଇଥିବା ପ୍ରଶାସକ ବିଷ୍ଣୁପଦ ସେଠୀଙ୍କ ନାମ ମଧ୍ୟ ତତ୍ପରତାର ସହିତ ସ୍ଥାନ ପାଇଛି। କିନ୍ତୁ ସବୁ ସର୍କୁଲାର ପାଖରେ ନ୍ୟୁ ଚିହ୍ନ ଲେଖାଥିବାବେଳେ ପ୍ରକୃତରେ ଏସବୁ କେତେ ନୂଆ ଜାଣିଲେ ଆଶ୍ଚର୍ଯ୍ୟ ହେବେ।

୨୦୧୭ ବର୍ଷ ଶେଷ ଅର୍ଥାତ ଡିସେମ୍ବର ୩୦ ତାରଖରେ ଆସିଥିବା ବିଜ୍ଞପ୍ତି ହେଉଛି ୱେବ୍‌ସାଇଟ୍‌ର ଶେଷ ବିଜ୍ଞପ୍ତି। ସେହିଭଳି ସର୍କୁଲାର ଲେଖାଥିବା ଟ୍ୟାବ୍‌ରେ ନ୍ୟୁ ଲେଖାଥିବା ଏକ ଚିହ୍ନ ହାଇଲାଇଟ୍‌ ହୋଇଥିଲେ ହେଁ ତାହା ନୂଆ ନୁହେଁ ବରଂ ୨୦୧୭ ମସିହା ଜୁଲାଇ ମାସର। ଅବିଭକ୍ତ କୋରାପୁଟ ଏବଂ ନିକଟବର୍ତ୍ତୀ କିଛି ଜିଲ୍ଲାରେ ହୋଇଥିବା ବନ୍ୟା ବାବଦରେ ଏହି ଚିଠିରେ ଉଲ୍ଲେଖ ରହିଛି ଯାହାକି କେନ୍ଦ୍ର ଗୃହମନ୍ତ୍ରଣାଳୟର ଯୁଗ୍ମ ସଚିବଙ୍କ ପାଖକୁ ଲେଖାଯାଇଛି। ତା’ର ଟିକେ ତଳକୁ ଗଲେ ନ୍ୟୁଜ୍‌ ଆଣ୍ଡ୍‌ ପ୍ରେସ୍‌ ରିଲିଜ୍‌ ଲେଖାଥିବା ଟ୍ୟାବ୍‌ରେ ମଧ୍ୟ ସେହି ଅବସ୍ଥା। ସେଥିରେ ମଧ୍ୟ ଅପଲୋଡ୍‌ ହୋଇଥିବା ପ୍ରେସ୍‌ ରିଲିଜ୍‌ ୨୦୧୭ ମସିହା ଜୁଲାଇ ମାସ ୧୬ ତାରିଖର।


ଆଜ୍ଞା ହଁ, ତାହା ମଧ୍ୟ ରାୟଗଡ଼ା ଅଞ୍ଚଳରେ ହୋଇଥିବା ବନ୍ୟା ସମୟର। ଆଉ ପୂରା ଶେଷ ପର୍ଯ୍ୟନ୍ତ ସ୍କ୍ରଲ୍‌ କରାଗଲେ copyright @ 2018 ଲେଖାଥିବା ଦେଖିବାକୁ ପାଇପାରିବା। ଏସବୁକୁ ନଜରକୁ ନେଲେ ସରକାରଙ୍କ ତତ୍ପରତା ସ୍ପଷ୍ଟ ଜଣାଯାଉଛି। ବର୍ତ୍ତମାନର ଡିଜିଟାଲ ଦୁନିଆରେ ୱେବସାଇଟ୍‌ ତଥ୍ୟ ଯୋଗାଣ ପାଇଁ ନା କେବଳ ଫର୍ମାଲିଟି ପୂରଣ ପାଇଁ, ସେନେଇ ପ୍ରଶ୍ନ ଉଠୁଛି।


ଏତଦ୍‌ବ୍ୟତୀତ ୱେବସାଇଟ୍‌ ଏବଂ ଏଭଳି ଡିଜିଟାଲ ପ୍ରକ୍ରିୟା ବାବଦକୁ କୋଟିକୋଟି ଟଙ୍କାର ଖର୍ଚ୍ଚ କାହା ସ୍ୱାର୍ଥରେ ସେନେଇ ମଧ୍ୟ ପ୍ରଶ୍ନ ଉଠୁଛି। ବାତ୍ୟା ସମୟରେ ସୂଚନା ଦେବାରେ ସବୁଠାରୁ ଆଗୁଆ ବୋଲି ଡିଣ୍ଡିମ ପିଟୁଥିବା ଓଡ଼ିଶା ସରକାର ପ୍ରକୃତରେ କେତେ ଯତ୍ନବାନ୍‌ ଏଥିରୁ ସ୍ପଷ୍ଟ।



from Odisha Reporter https://ift.tt/2pLozUB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages