ଗୁପ୍‌ଚୁପ୍‌ ବିକୁଥିଲେ, ଆଜି ଦେଶ ପାଇଁ ଯଶ ଆଣିଲେ ଏହି ଖେଳାଳି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 7, 2018

ଗୁପ୍‌ଚୁପ୍‌ ବିକୁଥିଲେ, ଆଜି ଦେଶ ପାଇଁ ଯଶ ଆଣିଲେ ଏହି ଖେଳାଳି

ସେ ରାତି କାଟୁଥିବା ଡେୟାରୀ ଦୋକାନ୍‌ରୁ ତାଙ୍କୁ ବାହାର କରିଦିଆଯିବା ପରେ ୩ ବର୍ଷ ଧରି ମୁମ୍ବାଇର ଆଜାଦ୍‌ ମଇଦାନ୍‌ ପାଖରେ ଥିବା ମୁସଲିମ୍‌ ୟୁନାଇଟେଡ୍‌ କ୍ଲବ୍‌ର ଟେଣ୍ଟରେ ରହୁଥିଲେ। ସେତେବେଳକୁ ତାଙ୍କୁ ୧୧ ବର୍ଷ ହେବ ଯେତେବେଳେ ତାଙ୍କୁ ଗ୍ରାଉଣ୍ଡସ୍‌ମେନ୍‌ଙ୍କ ସହିତ ରହିବାକୁ ପଡ଼ୁଥିଲା। ସ୍ୱପ୍ନ ଥିଲା ଗୋଟିଏ, ‘କ୍ରିକେଟ୍‌ ଖେଳିବି’।

ୟା ଭିତରେ ୬ ବର୍ଷ ବିତି ଗଲାଣି ଆଉ ଆଜି ଏହି କ୍ରିକେଟ ପ୍ରତିଭା ଯଶସ୍ୱୀ ଜୟସ୍ୱାଲ ୧୯ ବର୍ଷରୁ କମ୍‌ ଏସିଆ କପ୍‌ରେ ୩୧୮ ରନ୍‌ କରି ବିଜୟୀ ଭାରତ ପାଇଁ ଯଶ ଏବଂ ଗୌରବ ଆଣି ପାରିଛନ୍ତି।

ଯଶସ୍ୱୀଙ୍କ ପିଲାଦିନର ସଂଘର୍ଷ ଗୋଟିଏ ଗପ ପରି ଲାଗିପାରେ। ଯଶସ୍ୱୀଙ୍କ ବାପାଙ୍କର ଉତ୍ତରପ୍ରଦେଶରେ ଗୋଟିଏ ଛୋଟ ଦୋକାନ ଅଛି। ଏତେ କମ୍ ରୋଜଗାରରେ ପରିବାର ଚଳାଇବା କଷ୍ଟକର ହୁଏ। ତେଣୁ ଯଶସ୍ୱୀ ଘର ଛାଡ଼ିବାବେଳେ ସେ ଆପତ୍ତି କରିନଥିଲେ। ଯଶସ୍ୱୀ ମୁମ୍ବାଇରେ ରହୁଥିବା ତାଙ୍କର ଜଣେ ସମ୍ପର୍କୀୟଙ୍କ ପାଖକୁ ଚାଲିଯାଇଥିଲେ, କିନ୍ତୁ ତାଙ୍କ ଘରେ ଯଥେଷ୍ଟ ଜାଗା ନଥିବାରୁ ତାଙ୍କ ରହିବାରେ ସମସ୍ୟା ହେଲା।

ଫଳରେ ସେହି ସମ୍ପର୍କୀୟ ଜଣକ ମୁସଲିମ୍‌ ୟୁନାଇଟେଡ୍‌ କ୍ଲବ୍‌ ଟେଣ୍ଟରେ ତାଙ୍କର ରହିବାର ବନ୍ଦୋବସ୍ତ କରାଇଥିଲେ। ୩ ବର୍ଷ ପାଇଁ ଏହି ସ୍ଥାନ ତାଙ୍କ ଠିକଣା ପାଲଟି ଯାଇଥିଲା। ବେଳେବେଳେ ବାପା ଟଙ୍କା ପଠାଉଥିଲେ ମଧ୍ୟ ସେସବୁ ଯଥେଷ୍ଟ ହେଉନଥିଲା। ଏଥିପାଇଁ ସେ ଆଜାଦ୍‌ ମଇଦାନ୍‌ରେ ରାମଲୀଳା ସମୟରେ ଗୁପଚୁପ୍‌ ବିକ୍ରି କରିବା ଏବଂ ଫଳ ଦୋକାନୀଙ୍କୁ ସାହାଯ୍ୟ କରିବା ଆଦି କାମରେ ସାହାଯ୍ୟ କରିବା ଆରମ୍ଭ କରିଥିଲେ।

ଗୁପ୍‌ଚୁପ୍‌ ବିକ୍ରି କରିବା ସମୟରେ ସେ ପ୍ରାର୍ଥନା କରୁଥିଲେ ତାଙ୍କ ଟିମ୍‌ର କେହି ଯେମିତି ନ ଆସନ୍ତୁ କି ତାଙ୍କୁ ନଦେଖନ୍ତୁ, କିନ୍ତୁ ବେଳେବେଳ ସେମାନେ ଆସିଯାଉଥିବାରୁ ତାଙ୍କୁ କଷ୍ଟ ହୁଏ ବୋଲି ସେ କହନ୍ତି। ଟେଣ୍ଟରେ ରହୁଥିବା ଗ୍ରାଉଣ୍ଡସ୍‌ମେନ୍‌ଙ୍କ ମଧ୍ୟରେ ଯେଉଁଦିନ ଲଢ଼େଇ ହେଉଥିଲା ସେ ଦିନ ରୋଷେଇ ବନ୍ଦ ଏବଂ ଖାଇବା ବନ୍ଦ ହୋଇଯାଉଥିଲା। ଆଉ ଇଲେକ୍ଟ୍ରି ନଥିବାରୁ ସବୁଦିନ କ୍ୟାଣ୍ଡଲ୍‌ ଲାଇଟ୍‌ ଡିନର୍‌।

ଆଶ୍ଚର୍ଯ୍ୟର କଥା ହେଉଛି, ବୋଲରଙ୍କ ଚାତୁରୀକୁ ସହଜରେ ଧରିପାରୁ ଥିବା ଯଶସ୍ୱୀଙ୍କ ପାଖରେ ଏବେ ନା ଅଛି ସ୍ମାର୍ଟଫୋନ୍ ନା କୌଣସି ସୋଶାଲ ମିଡିଆ ଆକାଉଣ୍ଟ। ଉତ୍ତରପ୍ରଦେଶରୁ ଆସିଥିବା ସ୍ଥାନୀୟ ଜଣେ କୋଚ୍‌ ଜ୍ୱାଲା ସିଂହଙ୍କ ନଜରକୁ ଆସିବା ପରେ ହିଁ ବଦଳିଥିଲା ଯଶସ୍ୱୀଙ୍କ ଜୀବନ।

ତାଙ୍କ ଜୀବନରେ କ’ଣ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ମାନେ କରନ୍ତି ପ୍ରଶ୍ନରେ ଯଶସ୍ୱୀ କହନ୍ତି, ମୁଁ ସ୍କୋର କରିବି, ୱିକେଟ୍‌ ନେବି, ଏସବୁ ସାଧାରଣ କଥା। କିନ୍ତୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି, ଆଜି ଖାଇବାକୁ ମିଳିବ ତ?



from Odisha Reporter https://ift.tt/2RxSkVF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages