ଶାବରୀମାଲାରେ ମହିଳା ପ୍ରବେଶ: ମହିଳା ଥିବା ଗାଡ଼ି ଅଟକାଉଛନ୍ତି ବିକ୍ଷୋଭକାରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 16, 2018

ଶାବରୀମାଲାରେ ମହିଳା ପ୍ରବେଶ: ମହିଳା ଥିବା ଗାଡ଼ି ଅଟକାଉଛନ୍ତି ବିକ୍ଷୋଭକାରୀ

ଥିରୁଭନନ୍ତପୁରମ (ଓଡ଼ିଶା ରିପୋର୍ଟର): ଶାବରୀମାଲା ମନ୍ଦିରରେ ମହିଳା ପ୍ରବେଶ ପାଇଁ ଆଉ ଅଳ୍ପ କିଛି ଘଣ୍ଟା ବାକି। ଏହାପୂର୍ବରୁ ଶାବରୀମାଲା ମୁଖ୍ୟ ପ୍ରବେଶଦ୍ୱାର ନିଲାକ୍କାଲ ନିକଟରେ ଲାଗିରହିଛି ଉଷ୍ମତା। ପୂର୍ବରୁ ନିଷିଦ୍ଧ ଘୋଷିତ ୧୦ରୁ ୫୦ ବର୍ଷ ବୟସର ଝିଅ କିମ୍ବା ମହିଳାମାନଙ୍କୁ ସେହି ରାସ୍ତାରେ ଯିବାପୂର୍ବରୁ ଅଟକାଯାଉଛି ଏବଂ ସେମାନେ ଯାଉଥିବା ଯାନବାହନଗୁନିକୁ ମଧ୍ୟ ଛଡ଼ାଯାଉନାହିଁ।

ଶାବରୀମାଲା ମନ୍ଦିରର ଭଗବାନ ଆୟପ୍ପାଙ୍କ ଦର୍ଶନ ପାଇଁ ପୂର୍ବରୁ ମହିଳାଙ୍କୁ ବାରଣ ଥିଲେ ମଧ୍ୟ ସୁପ୍ରିମ୍‌କୋର୍ଟଙ୍କ ରାୟ ପରେ ମହିଳାଙ୍କ ମନ୍ଦିର ପ୍ରବେଶ ପାଇଁ ବାଟ ଫିଟିଯାଇଥିଲା। ଏପରିକି ଅନେକ ଆୟପ୍ପା ଶ୍ରଦ୍ଧାଳୁ ମହିଳା ଏହାକୁ ଶ୍ରଦ୍ଧାର ସହିତ ସ୍ୱାଗତ କରିଥିଲେ। କିନ୍ତୁ ବର୍ଷ ବର୍ଷର ପରମ୍ପରା ଭାଙ୍ଗିବାକୁ ଯାଉଥିବାରୁ ଏହାକୁ ବିଭିନ୍ନ ସ୍ତରରେ ବିରୋଧ କରାଯାଉଛି। ଏହି ବିରୋଧ ଆଜି ମନ୍ଦିର ନିକଟକୁ ବ୍ୟାପିଯିବା ସହିତ ଆୟପ୍ପାଙ୍କ ଭକ୍ତ, ବିଶେଷ କରି ବୟସ୍କା ମହିଳା କାର୍‌, ବସ୍‌ ଏବଂ ଟ୍ୟାକ୍ସି ଆଦି ତନ୍ନ ତନ୍ନ କରି ମହିଳା ଯାତ୍ରୀଙ୍କୁ ଖୋଜି ବୁଲୁଛନ୍ତି।

ଏହି ପ୍ରବେଶଦ୍ୱାରଠାରୁ ପାହାଡ଼ ଉପରେ ଥିବା ମନ୍ଦିର ଯିବାପାଇଁ ୨୦ କିଲୋମିଟର ଯିବାକୁ ହୁଏ। ତେବେ ଏହି ପ୍ରବେଶଦ୍ୱାର ନିକଟରେ ମହିଳା ଯାତ୍ରୀ ଥିବା ସବୁ ଗାଡ଼ିକୁ ଅଟକାଇବା ସହିତ ମହିଳା ଓ ଯୁବତୀମାନଙ୍କୁ ପରମ୍ପରା ନଭାଙ୍ଗିବାକୁ ଅନୁରୋଧ କରାଯାଉଛି। କିଛି କଲେଜ୍‌ ଛାତ୍ରୀ ଏବଂ ସ୍ଥାନୀୟ ଏକ ଚ୍ୟାନେଲର ମହିଳା ସାମ୍ବାଦିକଙ୍କୁ ମଧ୍ୟ ସେହି ରାସ୍ତାରେ ଆଗକୁ ଯିବାକୁ ଛଡ଼ାଯାଉନାହିଁ।

କନ୍ନୁରର ଜଣେ ୩୨ ବର୍ଷୀୟ ମହିଳାଙ୍କ କହିବା ଅନୁଯାୟୀ, ସେ ଏହି ତୀର୍ଥକ୍ଷେତ୍ର ଦର୍ଶନ ପାଇଁ ଯିବେ ବୋଲି ଘୋଷଣା କରିବା ପରେ ତାଙ୍କୁ ସୋଶାଲ ମିଡିଆରେ ଗାଳିଗୁଲଜ କରାଯାଇଛି। ମାସିକ ଋତୁସ୍ରାବଯୋଗ୍ୟା ମହିଳାମାନଙ୍କୁ ଅଶୁଦ୍ଧ ବିଚାର କରି ସେମାନଙ୍କୁ ମନ୍ଦିର ଭିତରକୁ ଛଡ଼ାଯାଉନାହିଁ। ଦକ୍ଷିଣପନ୍ଥୀ ଗୋଷ୍ଠୀଙ୍କ ଦ୍ୱାରା ବାରମ୍ବାର ଆନ୍ଦୋଳନ ହେବା ପରେ ଗତକାଲି କେରଳ ବିଜେପି ମୁଖ୍ୟ ପିଏସ୍‌ ଶ୍ରୀଧରନ୍‌ ପିଲାଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହିତ କହିଥିଲେ ରାଜ୍ୟ ସରକାର ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହାର ସମାଧାନ କରି ସୁପ୍ରିମ୍‌କୋର୍ଟଙ୍କ ରାୟ ପାଳନ କରନ୍ତୁ। ଅନ୍ୟପକ୍ଷରେ ଶିବସେନାର ରାଜ୍ୟ ୟୁନିଟ୍‌ ଧମକାଇଛି ଯେ ଯଦି ମହିଳା ମନ୍ଦିର ପ୍ରବେଶ କରିବେ ତେବେ ଆୟାପ୍ପାଙ୍କ ନୈଷ୍ଠିକ ମହିଳା ଭକ୍ତମାନେ ଗଣଆତ୍ମହତ୍ୟା କରିବେ।



from Odisha Reporter https://ift.tt/2ynnwPt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages