
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ଲୋକମାନଙ୍କ ମଧ୍ୟରେ ନରେନ୍ଦ୍ର ମୋଦି ସରକାରଙ୍କ ସ୍ୱାସ୍ଥ୍ୟବୀମା ଯୋଜନା ‘ଆୟୁଷ୍ମାନ’ ପ୍ରତି ପ୍ରବଳ ଉତ୍ସାହ ରହିଛି। ତେଣୁ ଏଭଳି ଏକ ଜନକଲ୍ୟାଣ ସ୍ୱାସ୍ଥ୍ୟ ଯୋଜନାରୁ ରାଜ୍ୟର ଗରିବ ଲୋକମାନଙ୍କୁ ବଞ୍ଚିତ ନ କରିବାକୁ ରାଜ୍ୟ ସରକାରଙ୍କ ଉପରେ ଚାପ ପକାଇବା ପାଇଁ ବିଜେପି ଦାବି କରିଛି। ଆୟୁଷ୍ମାନ ଯୋଜନା ପ୍ରତି ଲୋକଙ୍କ ଆଗ୍ରହ ରହିଥିବାର ପ୍ରମାଣ ସ୍ୱରୂପ ଏକ କୋଟି ଦସ୍ତଖତ ସମ୍ବଳିତ ସ୍ମାରକପତ୍ରକୁ ବିଜେପିର ପ୍ରତିନିଧି ଦଳ ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କୁ ଭେଟି ପ୍ରଦାନ କରିଛନ୍ତି।
ଏ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର କହିଛନ୍ତି ଯେ ସେପ୍ଟେମ୍ବର ୩୦ରୁ ଅକ୍ଟୋବର ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ନିର୍ବାଚନମଣ୍ଡଳୀର ପ୍ରତ୍ୟେକ ବୁଥକୁ ଯାଇ ବିଜେପି କର୍ମୀମାନେ ଲୋକଙ୍କ ମତକୁ ଦସ୍ତଖତ ମାଧ୍ୟମରେ ସଂଗ୍ରହ କରିଛନ୍ତି। ଏହି ସମୟରେ ରାଜ୍ୟବାସୀଙ୍କ ମନରେ ଆୟୁଷ୍ମାନ ଯୋଜନାରେ ସାମିଲ ହେବାକୁ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଥିଲା। ସଂଗୃହୀତ ଏକ କୋଟିରୁ ଅଧିକ ଦସ୍ତଖତକୁ ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଛି। ଏ ସମ୍ପର୍କରେ ରାଜ୍ୟପାଳ ଖୁବଶୀଘ୍ର ରାଜ୍ୟ ସରକାର, କେନ୍ଦ୍ର ସରକାର ଓ ରାଷ୍ଟ୍ରପତିଙ୍କୁ ଅବଗତ କରିବେ ବୋଲି ସୂଚନା ଦେଇଛନ୍ତି।
ଏହି ପ୍ରତିନିଧି ଦଳରେ ରାଜ୍ୟ ଉପସଭାପତି ସମୀର ମହାନ୍ତି, ସାଧାରଣ ସମ୍ପାଦକ ପୃ୍ଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର, ରବି ନାଏକ, ଲେଖାଶ୍ରୀ ସାମନ୍ତସିଂହାର, ସୀମନ୍ତିନୀ ଜେନା, ସୁଦୀପ୍ତ ରାୟ,ଦିଲ୍ଲୀପ ମହାନ୍ତି, ଠାକୁର ରଣଜିତ୍ ଦାଶ, ଟଙ୍କଧର ତ୍ରିପାଠୀ, ଜଗନ୍ନାଥ ପ୍ରଧାନ, ଅମୀୟ ଦାଶ, ହରେକୃଷ୍ଣ ଖୁଣ୍ଟିଆଙ୍କ ସମେତ ବିଭିନ୍ନ ଜିଲ୍ଲାର ପ୍ରତିନିଧିମାନେ ଯୋଗ ଦେଇଥିଲେ।
ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ‘ଆୟୁଷ୍ମାନ’ ଯୋଜନାକୁ ରାଜ୍ୟରେ କାର୍ଯ୍ୟକାରୀ ନକରାଇ ନବୀନ ପଟ୍ଟନାୟକ ସରକାର ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ’ ଯୋଜନାକୁ କାର୍ଯ୍ୟକ୍ଷମ କରିଛଡ଼୍ତି ।
from Odisha Reporter https://ift.tt/2yDnjqK
No comments:
Post a Comment