
(ଓଡ଼ିଶା ରିପୋର୍ଟର): ଦେଶର ବିଭିନ୍ନ ପ୍ରାନ୍ତରେ ୪ଜି ସୁବିଧାର ପ୍ରସାର ଓ ବ୍ୟବହାର ବଢ଼ିବାରେ ଲାଗିଛି। ଅର୍ଥାତ ପ୍ରାୟ ସମସ୍ତ ଇଣ୍ଟରନେଟ୍ ଉପଭୋକ୍ତା୨ଜିରୁ ୩ଜି ମାର୍ଗ ଦେଇ ୪ଜି ଯାଏ ପହଞ୍ଚିସାରିଛନ୍ତି। କିନ୍ତୁ ଏହାର ଯେଉଁ ଫାଇଦା ଉପଭୋକ୍ତାଙ୍କୁ ମିଳିବ ବୋଲି କୁହାଯାଉଥିଲା, ତାହା ଯୋଗାଇବାରେ ଟେଲିକମ୍ କମ୍ପାନୀ ସମୂହ କେତେଦୂର ସଫଳ ହୋଇଛନ୍ତି ତାହା ଏବେ ସନ୍ଦେହ ଘେରରେ।
୪ଜି ନେଟ୍ୱର୍କ ମିଳୁଛି ସତ କିନ୍ତୁ ମୋବାଇଲ ଭିଡିଓ ଷ୍ଟ୍ରିମିଂ ସୁବିଧା ଯୋଗାଇବାରେ ଏହି କମ୍ପାନୀଗୁଡ଼ିକ ବିଫଳ ହୋଇଛନ୍ତି। ବ୍ରିଟେନ୍ର ଏକ ସଂସ୍ଥା ଓପନ୍ ସିଗ୍ନାଲ୍ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣରୁ ଜଣାଯାଇଛି, ୪ଜି ନେଟୱର୍କ ଉପଲବ୍ଧ ହେବା ସହିତ ଭିଡିଓ ଷ୍ଟ୍ରିମିଂ ସ୍ପିଡର କୌଣସି ସମ୍ପର୍କ ନାହିଁ। ଭାରତର ୨୨ଟି ଟେଲିକମ୍ ସେବା ଅଞ୍ଚଳରେ ଲଙ୍ଗ-ଟର୍ମ ଇଭଲ୍ୟୁସନ୍ (ଏଲ୍ଟିଇ) ଏବଂ ମୋବାଇଲ ଭିଡିଓ ଏକ୍ସପିରିଏନ୍ସ ମପାଯାଇଥିଲା।
୧୦୦ ସଂଖ୍ୟାକୁ ମାନକ ଧାର୍ଯ୍ୟ କରି କରାଯାଇଥିବା ସର୍ବେକ୍ଷଣରେ ଜମ୍ମୁକଶ୍ମୀରରେ ଭିଡିଓ ଷ୍ଟ୍ରିମିଂ ସୁବିଧା ସର୍ବାଧିକ ୪୪.୨୩ ପ୍ରତିଶତ ରହିଛି ଯେଉଁଠି ଏଲ୍ଟିଇ ଉପଲବ୍ଧି ୮୪.୯୩ ପ୍ରତିଶତ ରହିଛି। ଦ୍ୱିତୀୟ ସ୍ଥାନରେ ଥିବା କୋଲକାତାରେ ଏଲ୍ଟିଇ ଉପଲବ୍ଧି ୯୦.୮୫ ପ୍ରତିଶତ ରହିଥିବାବେଳେ ଭିଡିଓ ଷ୍ଟ୍ରିମିଂ ସ୍ତର ୪୩.୩ ପ୍ରତିଶତ ରହିଛି। ଉତ୍ତର-ପୂର୍ବ ଭାରତ କ୍ଷେତ୍ରରେ ଏଲ୍ଟିଇ ଉପଲବ୍ଧି ୮୨.୬୭ ପ୍ରତିଶତ ଥିବାବେଳେ ଭିଡିଓ ଷ୍ଟ୍ରିମିଂ ହାର କିନ୍ତୁ ସର୍ବନିମ୍ନ ୨୯.୭୧ ପ୍ରତିଶତ ରହିଛି।
ଓଡ଼ିଶାରେ ଏଲ୍ଟିଇର ଉପଲବ୍ଧି ୯୦.୪୩ ଥିବାବେଳେ ଭିଡିଓ ଷ୍ଟ୍ରିମିଂ ସ୍ତର ୩୮.୨୫ ପ୍ରତିଶତ ରହିଛି। ଓଡ଼ିଶା ଏହି କ୍ଷେତ୍ରରେ ଦ୍ୱାଦଶ ସ୍ଥାନରେ ରହିଛି। ଦୁର୍ବଳ ଭିଡିଓ ଷ୍ଟ୍ରିମିଂରେ ଓଡ଼ିଶା ତଳକୁ ହରିଆନା, ଗୁଜରାଟ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଆସାମ, ରାଜସ୍ଥାନ ଏବଂ ବିହାର ପ୍ରଭୃତି ରାଜ୍ୟ ଅଛନ୍ତି। ଏହି ସମସ୍ୟାର ସମାଧାନ ହେଉଛି ଯେଉଁ ଅଞ୍ଚଳରେ ନିର୍ଦ୍ଦିଷ୍ଟ ଟାୱାରର କ୍ଷମତାଠାରୁ ଅଧିକ ଗ୍ରାହକ ରହିଛନ୍ତି ସେଗୁଡ଼ିକୁ ଠାବ କରି ଟାୱାରର କ୍ଷମତା ବଢ଼ାଇବା।
from Odisha Reporter https://ift.tt/2S1KJ1Y
No comments:
Post a Comment