ଲାଞ୍ଚ ନେଇ ନିଲମ୍ବିତ ହୋଇଥିଲେ ପୁଲିସ ବାବୁ, ଏବେ ଆସିଲା ଦୁଷ୍କର୍ମ ଅଭିଯୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 19, 2018

ଲାଞ୍ଚ ନେଇ ନିଲମ୍ବିତ ହୋଇଥିଲେ ପୁଲିସ ବାବୁ, ଏବେ ଆସିଲା ଦୁଷ୍କର୍ମ ଅଭିଯୋଗ

ଚଣ୍ଡିଗଡ଼: ପ୍ରଥମେ ଲାଞ୍ଚ ନେଇ ଚାକିରିରୁ ନିଲମ୍ବିତ ହୋଇଥିବା ଚଣ୍ଡିଗଡ଼ ପୁଲିସ୍‌ ସବ୍‌ ଇନ୍‌ସ୍‌ପେକ୍ଟର ନବୀନ ଫୋଗଟ୍‌ଙ୍କ ବିରୋଧରେ ଏବେ ଦୁଷ୍କର୍ମ ଅଭିଯୋଗ ଆସିଛି। ମୁମ୍ବାଇର ଜଣେ ୨୫ ବର୍ଷୀୟ ମଡେଲ୍‌ ଏନେଇ ପୁଲିସ୍‌ରେ ଏଫ୍‌ଆଇଆର୍‌ ରୁଜୁ କରିଛନ୍ତି। ଖାଲି ସେତିକି ନୁହେଁ, ନବୀନ ଉକ୍ତ ଯୁବତୀ ଜଣଙ୍କର କିଛି ଆପତ୍ତିଜନକ ଫଟୋ ଓ ଭିଡିଓ ରଖି ତାଙ୍କ ବ୍ଲାକମେଲ୍‌ କରୁଥିବା ଅଭିଯୋଗ ହୋଇଛି।

ଅଭିଯୋଗ ଅନୁଯାୟୀ, ନବୀନ ଜୁନ୍‌ ମାସରେ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ। ଏହି ସମୟରେ କିଛି ଆପତ୍ତିଜନକ ଫଟୋ ଓ ଭିଡିଓ ନବୀନ ନିଜ ପାଖରେ ରଖିଥିଲେ। ଯାହାକୁ ପରବର୍ତ୍ତୀ ଅବସ୍ଥାରେ ଯୁବତୀଙ୍କୁ ଦେଖାଇ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିଲେ। ପୁଲିସ୍‌ ଏଭଳି ଅଭିଯୋଗ ପାଇବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଗତ ଅଗଷ୍ଟ ମାସରେ ନବୀନ ଏକ ବିଟ୍‌ କଏନ୍‌ ଫର୍ଜରୀ କେସ୍‌ ରଫାଦଫା କରିବାକୁ ୧୫ରୁ ୨୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଥିଲେ। ଏଥିପାଇଁ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିଲା।



from Odisha Reporter https://ift.tt/2Ev4gVC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages