ମାଆଙ୍କୁ ଶାନ୍ତ କରିବାକୁ ପରଷା ଯାଏ ଦହି ପଖାଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 19, 2018

ମାଆଙ୍କୁ ଶାନ୍ତ କରିବାକୁ ପରଷା ଯାଏ ଦହି ପଖାଳ

କଟକ (ଓଡ଼ିଶା ରିପୋର୍ଟର): ଶାନ୍ତି ଭୋଗର ଆଧାର ଦହି ଅନ୍ନ। ମା’ ଦୁର୍ଗାଙ୍କୁ ଶାନ୍ତ କରିବା ପାଇଁ ଲାଗି ହୋଇଥାଏ ଦହି ପଖାଳ ଭୋଗ। ତେଣୁ ଶାରଦୀୟ ଦୁର୍ଗା ପୂଜାରେ ଦହି ପଖାଳ ଲାଗିର ରହିଛି ଅନନ୍ୟ ପରମ୍ପରା। ବିଜୟା ଦଶମୀ ଅବସରରେ ଦେବୀ ଦୁର୍ଗା ମହିଷମର୍ଦ୍ଦିନୀ ବେଶ ଧାରଣ କରି ମହିଷାସୁରଙ୍କୁ ବଧ କରି ଶାନ୍ତି ପ୍ରତିଷ୍ଠା କରିଥିଲେ।

ଏହି ସମୟରେ ମା’ ଉଗ୍ରରୂପ ଧାରଣ କରିଥିବାରୁ ତାଙ୍କୁ ଶାନ୍ତ କରିବା ଲାଗି ଦହି ପଖାଳ ଭୋଗ ଲାଗି କରାଯାଇଥାଏ। ଏଥିପାଇଁ କଟକ ସିଡିଏ ସେକ୍ଟର ୧୦ ନମ୍ବର ପୂଜା ମଣ୍ଡପରେ ୪ ହଜାର ଶ୍ରଦ୍ଧାଳୁଙ୍କ ପାଇଁ ଦହି ପଖାଳ ତିଆରି ହୋଇଥିଲା।

ଦହି ପଖାଳ ତିଆରିର ସ୍ୱତନ୍ତ୍ର ପ୍ରକ୍ରିୟା ରହିଛି।ପୂର୍ବ ରାତିରୁ ଅନ୍ନ ପ୍ରସ୍ତୁତ କରିବା ପରେ ଥଣ୍ଡା କରାଯାଇ ସେଥିରେ ଖଣ୍ଡ ବସା ଦହି ମିଶାଯାଏ। ଏହା ପରେ ଶୁଖିଲା ଲଙ୍କା, ସୋରିଷ ଓ ଭୃଶଙ୍ଗପତ୍ରକୁ ଛୁଙ୍କ କରାଯାଏ। ଏଥିସହ ଆମ୍ବକଷିଆ ଅଦା, କଞ୍ଚାଲଙ୍କା, ପୋଦିନା ପତ୍ର ଆଦି ପକାଯାଇ ସୁସ୍ୱାଦୁ ଦହି ପଖାଳ ପ୍ରସ୍ତୁତ କରାଯାଏ।



from Odisha Reporter https://ift.tt/2QZgzLm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages