
ଜଳେଶ୍ୱର (ଅଜିତ ଦାସ): ଜଣେ ବ୍ୟକ୍ତିଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି। ପୁଲିସର ବେପରୁଆ ମନୋଭାବକୁ ବିରୋଧ କରି ମୃତକଙ୍କ ପରିବାର ଲୋକେ ଓ ଗ୍ରାମବାସୀ ରାସ୍ତାରେ ଶବ ରଖି ଯାତାୟାତ ଅବରୋଧ କରିଛନ୍ତି। ଏପରିକି ଉତ୍ତ୍ୟକ୍ତ ଲୋକେ ପୁଲିସକୁ ଠେଲାପେଲା ମଧ୍ୟ କରିଛନ୍ତି।
ସୂଚନାଯୋଗ୍ୟ, ଆଜି ସକାଳେ କାଠ ବେପାରୀ ମହେଶ୍ୱର ଚୌହାନଙ୍କ ମୃତଦେହ ଏକ ନିମ ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ପୂର୍ବ ଶତ୍ରୁତାରୁ ୨ ଜଣ ବ୍ୟକ୍ତି ତାଙ୍କୁ ହତ୍ୟା କରିଥିବା ପରିବାର ଲୋକେ କମର୍ଦ୍ଦା ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ ଏହାକୁ ଗୁରୁତ୍ୱ ନଦେବାରୁ ଓ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ସ୍ଥାନୀୟ ଲୋକେ ଜଳେଶ୍ୱର-ଚନ୍ଦନେଶ୍ୱର ରାସ୍ତାର ବେଣୁଦା ଛକରେ ମୃତଦେହ ରଖି ରାସ୍ତା ଅବରୋଧ କରିଛନ୍ତି।
ରାସ୍ତା ଅବରୋଧ ଖବର ପାଇବା ପରେ ପୁଲିସ ଘଟଣାସ୍ଥଳକୁ ଯାଇଥିବା ବେଳେ ଲୋକଙ୍କ ଆକ୍ରୋଶର ଶିକାର ହୋଇଛି। କିଛି ଉତ୍ତ୍ୟକ୍ତ ଲୋକ ପୁଲିସକୁ ଠେଲାପେଲା କରିଥିବା ଜଣାପଡିଛି।
from Odisha Reporter https://ift.tt/2yMcG51
No comments:
Post a Comment