ରାଜନୀତିକ ଦଳରେ ‘ମି-ଟୁ’: କମିଟି ଗଠନ କରିବାକୁ କହିଲେ ମାନେକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 18, 2018

ରାଜନୀତିକ ଦଳରେ ‘ମି-ଟୁ’: କମିଟି ଗଠନ କରିବାକୁ କହିଲେ ମାନେକା

ନୂଆଦିଲ୍ଲୀ: ଫିଲ୍ମ, ସାହିତ୍ୟ ଓ ମିଡିଆ ଇଣ୍ଡଷ୍ଟ୍ରି ପରି ରାଜନୀତିକ ଦଳଗୁଡ଼ିକରେ ମଧ୍ୟ ମହିଳା କର୍ମୀମାନେ ବରିଷ୍ଠଙ୍କ ଦ୍ୱାରା ଯୌନ ନିର୍ଯାତନାର ଶିକାର ହେଉଛନ୍ତି।

ଏକଥାକୁ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମାନେକା ଗାନ୍ଧି ହୃଦୟଙ୍ଗମ କରିବା ସହ ଏହାକୁ ରୋକିବା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ରାଜନୀତିକ ଦଳଙ୍କୁ ପରାମର୍ଶ ଦେଇଛନ୍ତି।

ସେ ଆଜି ସମସ୍ତ ପଞ୍ଜିକୃତ ରାଜନୀତିକ ଦଳଗୁଡ଼ିକୁ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ କରିବାକୁ ପରାମର୍ଶ ଦେଇଛନ୍ତି। ଏହି କମିଟି ହିଁ ରାଜନୀତିକ ଦଳଗୁଡ଼ିକରେ ମହିଳାଙ୍କ ସହ ହେଉଥିବା ଯୌନ ନିର୍ଯାତନାର ତର୍ଜମା କରିବ।

ଶ୍ରୀମତୀ ଗାନ୍ଧି କହିଛନ୍ତି, “ମୁଁ ଦେଶର ୬ଟି ଜାତୀୟ ଓ ୫୯ଟି ଆଞ୍ଚଳିକ ଦଳଗୁଡ଼ିକୁ ଚିଠି ଲେଖି ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ କରିବାକୁ କହିଛି। ଏଥିସହ ଦଳ ମଧ୍ୟରୁ ଆସୁଥିବା ଯୌନ ବ୍ୟଭିଚାର ଅଭିଯୋଗଗୁଡ଼ିକ ସମ୍ପର୍କରେ ଏହି କମିଟି ତର୍ଜମା କରିବା ସହ ଏହାର ତଥ୍ୟ ଦଳୀୟ ୱେବ୍‌ସାଇଟ୍‌ରେ ଅପ୍‌ଡେଟ୍‌ କରିବାକୁ କହିଛି।

ମହିଳାମାନେ କର୍ମକ୍ଷେତ୍ରରେ ଭୋଗିଥିବା ଯୌନ ନିର୍ଯାତନା ସମ୍ପର୍କରେ ଆମେ ଜାଣିବାକୁ ଚାହୁଁଛୁ। ଯଦି ଆମେ ପ୍ରତି ଅଫିସ, ସଂସ୍ଥା ଓ ସଂଗଠନକୁ ଯୌନ ନିର୍ଯାତନା ତର୍ଜମା କମିଟି ଗଠନ କରିବାକୁ କହୁଛୁ, ତା’ହେଲେ ଏଥିରୁ ରାଜନୀତିକ ଦଳଗୁଡ଼ିକ ବାଦ ପଡ଼ିବେ କେମିତି ?”

ଶ୍ରୀମତୀ ଗାନ୍ଧି ବଲିଉଡ୍‌ର ପ୍ରଡକ୍ସନ ହାଉସ୍‌ଗୁଡ଼ିକୁ ମଧ୍ୟ ଅନୁରୂପ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ କରିବାକୁ ଚିଠି ଲେଖିଛନ୍ତି।

ଉଲ୍ଲେଖଯୋଗ୍ୟ, କଂଗ୍ରେସର ଛାତ୍ର ସାମ୍ମୁଖ୍ୟ ଏନ୍‌ଏସ୍‌ୟୁୱାଇରେ ମହିଳା ସଭ୍ୟମାନଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଥିଲା। ଏଥିପାଇଁ ଏନ୍‌ଏସ୍‌ୟୁୱାଇର ସଭାପତିଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା।



from Odisha Reporter https://ift.tt/2R0QawQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages