ଦଶହରାରେ ସାମାନ୍ୟ କମିଲା ତୈଳଦର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 19, 2018

ଦଶହରାରେ ସାମାନ୍ୟ କମିଲା ତୈଳଦର

ନୂଆଦିଲ୍ଲୀ: ପବିତ୍ର ବିଜୟା ଦଶମୀ ତଥା ଦଶହରାରେ ବର୍ଦ୍ଧିତ ତୈଳଦରରୁ ଗ୍ରାହକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ବିଶ୍ୱବଜାରରେ ଆଜି ଅଶୋଧିତ ତୈଳଦରର ମୂଲ୍ୟ ହ୍ରାସ ପାଇବାରୁ ଭାରତରେ ମଧ୍ୟ ଉଭୟ ଓ ପେଟ୍ରୋଲ ଓ ଡିଜେଲ୍‌ ଦର ହ୍ରାସ ପାଇଛି।

ଆଜି ଦିଲ୍ଲୀରେ ପେଟ୍ରୋଲରର ଲିଟର୍‌ ପିଛା ଦର ୨୪ ପଇଓ ହ୍ରାସ ଘଟିଥିବା ବେଳେ ଡିଜେଲ୍‌ର ଲିଟର ପିଛା ଦର ୧୦ ପଇସା ଶସ୍ତା ହୋଇଛି। ଗତ ଦୁଇ ମାସ ଧରି ବଢ଼ି ଚାଲିଥିବା ତୈଳଦରରେ ପ୍ରଥମଥର ପାଇଁ ଆଜି ହ୍ରାସ ଘଟିଛି।

ଦର ହ୍ରାସ ପାଇବା ପରେ ଶୁକ୍ରବାର ଦିଲ୍ଲୀରେ ପେଟ୍ରୋଲ୍‌ର ଲିଟର୍‌ ପିଛା ଦର ୮୨.୩୮ ରହିଥିବା ବେଳେ ଡିଜେଲ୍‌ର ଲିଟର୍‌ ପିଛା ଦର ୭୫.୪୮ରେ ପହଞ୍ଚିଛି। ସେହିପରି ମୁମ୍ବାଇରେ ପେଟ୍ରୋଲର୍‌ର ଲିଟର୍‌ ପିଛା ଦର ୮୭.୮୪ ରହିଥିବା ବେଳେ ଡିଜେଲ୍‌ର ଲିଟର୍‌ ପିଛା ଦର ୭୯.୧୩ ଟଙ୍କା ରହିଛି। କୋଲକାତାରେ ପେଟ୍ରୋଲ୍‌ର ଦର ୮୪.୨୧ ଓ ଡିଜେଲ୍‌ର ଲିଟର୍‌ ପିଛା ଦର ୭୭.୩୩ ଟଙ୍କା ରହିଛି। ଚେନ୍ନାଇରେ ପେଟ୍ରୋଲର୍‌ର ଲିଟର୍‌ ପିଛା ଦର ୮୫.୬୩ ଟଙ୍କା ଓ ଡିଜେଲ୍‌ର ଲିଟର୍‌ ପିଛା ଦର ୭୯.୮୨ ଟଙ୍କା ରହିଛି।

ଉଲ୍ଲେଖଯୋଗ୍ୟ, ଅଗଷ୍ଟ ୧୬ରୁ ଏ ପର୍ଯ୍ୟନ୍ତ ଲିଟର ପିଛା ପେଟ୍ରୋଲ ଦର ୬.୮୬ ଟଙ୍କା ଓ ଡିଜେଲ୍‌ ଦର ୬.୭୩ ଟଙ୍କା ବଢ଼ିଛି।



from Odisha Reporter https://ift.tt/2q0ILly

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages