ପିଲାଦିନର ସ୍ୱପ୍ନକୁ ପୂରଣ କରିବାକୁ ଚାଷୀ ତିଆରି କଲେ ବିଶାଳ ବିମାନ ମଡେଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 30, 2018

ପିଲାଦିନର ସ୍ୱପ୍ନକୁ ପୂରଣ କରିବାକୁ ଚାଷୀ ତିଆରି କଲେ ବିଶାଳ ବିମାନ ମଡେଲ୍‌

ବେଜିଂ: ଶୀର୍ଷକ ପଢ଼ି ଆପଣ ଭାବୁଥିବେ ଜଣେ ସାଧାରଣ ଚାଷୀ କେମିତି ବିମାନ ନିର୍ମାଣ କରିବାକୁ ସକ୍ଷମ ହେଲେ? କିନ୍ତୁ ଏମିତି ଏକ ଘଟଣା ଚୀନ୍‌ରେ ଘଟିଛି। ଚୀନ୍‌ର ଜଣେ ରସୁଣ ଚାଷୀ ପିଲାଟି ଦିନରୁ ବିମାନ ମାଲିକ ହେବା ପାଇଁ ଯେଉଁ ସ୍ୱପ୍ନ ଦେଖିଥିଲେ, ତାକୁ ପୂରଣ କରିବାକୁ ଏକ ବିରାଟ୍‌ ବିମାନ ମଡେଲ୍‌ ନିର୍ମାଣ କରିବାକୁ ସକ୍ଷମ ହୋଇଛନ୍ତି।

ଏହି ମଡେଲ୍‌ଟି ଏକଦମ ବିମାନର ଅବିକଳ ସାଇଜ ଓ ଆକୃତିରେ ତିଆରି ହୋଇଛି। ଏୟାରବସ୍‌ ଏ-୩୨୦ବିମାନର ଏହି ମଡେଲଟିକୁ ଆଉ ମାତ୍ର କିଛି ମାସ ମଧ୍ୟରେ ଚାଷୀ ଜଣଙ୍କ ଶେଷ ସ୍ପର୍ଶ ଦେବେ।

ଉକ୍ତ ଚାଷୀଙ୍କ ନାଁ ଝୁ ୟୁଇ। ଏହି ବିମାନ ମଡେଲ୍‌ଟିକୁ ନିର୍ମାଣ କରିବାକୁ ତାଙ୍କୁ ପାଖାପାଖି ୨ ବର୍ଷ ସମୟ ଲାଗିଛି। ଏଥିପାଇଁ ପ୍ରାୟ ୨ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି।

ସନ୍‌ ଟିଭିରେ ପ୍ରସାରିତ ଖବର ଅନୁଯାୟୀ, ଝୁ ପିଲାଟି ବେଳୁ ବିମାନର ମାଲିକ ହେବାକୁ ଲକ୍ଷ୍ୟ ରଖିଥିଲେ। ତେବେ ୪୦ ବର୍ଷ ବୟସରେ ସେ ଏହି ସ୍ୱପ୍ନକୁ ସାକାର କରିବା ପାଇଁ ବିରାଟ୍‌ ବିମାନ ମଡେଲ୍‌ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ। ବିମାନ ମଡେଲଟି ୧:୧ ସ୍କେଲ୍‌ ରେ ନିର୍ମାଣ ହୋଇଛି। ଏହାର ଲମ୍ବ ୧୪୨ ଫୁଟ୍‌ ହୋଇଥିବା ବେଳେ ଚଉଡ଼ା ୧୧୮ ଫୁଟ୍‌। ଏହାର ଉଚ୍ଚତା ୪୦ ଫୁଟ୍‌ ଏବଂ ଏହି ନିର୍ମାଣ କାର୍ଯ୍ୟରେ ଝୁ’ଙ୍କୁ ତାଙ୍କର ୫ ଜଣ ବନ୍ଧୁ ସହଯୋଗ କରିଥିଲେ।

 

ଅବଶ୍ୟ ଏହି ବିମାନ ମଡେଲ୍‌ଟି କେବେ ଉଡ଼ିପାରିବ ନାହିଁ। କିନ୍ତୁ ଏହାର ନିର୍ମାଣ ଶେଷ ହେଲେ ଝୁ ଏହାକୁ ଏକ ରେଷ୍ଟୁରାଣ୍ଟ୍‌ରେ ପରିଣତ କରିବେ ବୋଲି କହିଛନ୍ତି।



from Odisha Reporter https://ift.tt/2JokxdT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages