
ଢେଙ୍କାନାଳ (ଓଡ଼ିଶା ରିପୋର୍ଟର): ବାତ୍ୟା ‘ତିତ୍ଲି’ ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶାରେ ତାଣ୍ଡବ ରଚିଥିଲା। ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଥିଲା। ଏଥିରେ ଢେଙ୍କାନାଳ ଜିଲ୍ଲାର ଚାଷୀ ମଧ୍ୟ ପ୍ରଭାବିତ ହୋଇଛନ୍ତି। ଚାଷ ନଷ୍ଟ ହୋଇଥିବାରୁ ଆଜି ଜଣେ ଚାଷୀ ଜୀବନ ହାରିଥିବା ଅଭିଯୋଗ ହୋଇଛି।
ଢେଙ୍କାନାଳ ଜିଲ୍ଲା ସଦର ଥାନା ତାଳବରକୋଟ ଗାଁର କୈଳାସ ନାୟକ ୩ ଏକର ଜମିରେ ଧାନ, ବିରି ଓ ମୁଗ ଚାଷ କରିଥିଲେ। ଏଥିପାଇଁ ଋଣ ମଧ୍ୟ କରିଥିଲେ। ମାତ୍ର ‘ତିତ୍ଲି’ ବାତ୍ୟା ଯୋଗୁ ଫସଲ ନଷ୍ଟ ହୋଇଯାଇଥିଲା। ଏନେଇ ସେ କୃଷି ବିଭାଗ ପାଖରେ ଅଭିଯୋଗ କରିଥିଲେ। କିନ୍ତୁ କୃଷି ବିଭାଗ ଅଧିକାରୀ ଚାଷ ଜମି ପରିଦର୍ଶନ କରି କ୍ଷତି ହୋଇନଥିବା କହିଥିବା ଅଭିଯୋଗ ହୋଇଛି।
ଏଥିରେ ମାନସିକ ଭାରସାମ୍ୟ ହରାଇ ଗତକାଲି ରାତିରେ କୈଳାସ ବିଷ ପିଇଦେଇଥିଲେ। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲ୍କୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି।
ଫସଲ ନଷ୍ଟ ସାଙ୍ଗକୁ ଋଣଭାର ଯୋଗୁ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭଯୋଗ କରିଛନ୍ତି।
from Odisha Reporter https://ift.tt/2yELBla
No comments:
Post a Comment