ମହାକାଳେଶ୍ୱରଙ୍କ ଶରଣରେ ରାହୁଲ ଗାନ୍ଧି, ତାଚ୍ଛଲ୍ୟ କଲା ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 30, 2018

ମହାକାଳେଶ୍ୱରଙ୍କ ଶରଣରେ ରାହୁଲ ଗାନ୍ଧି, ତାଚ୍ଛଲ୍ୟ କଲା ବିଜେପି

ନୂଆଦିଲ୍ଲୀ:ପୂର୍ବରୁ ସୋମନାଥ ମନ୍ଦିର ଏବଂ ଅନ୍ୟ କିଛି ମନ୍ଦିରରେ ପୂଜା କରି ଚର୍ଚ୍ଚାକୁ ଆସିଥିବା ରାହୁଲ ଗାନ୍ଧି ଆଜି ମଧ୍ୟପ୍ରଦେଶର ଉଜ୍ଜୈନ୍‌ସ୍ଥିତ ମହାକାଳେଶ୍ୱର ମନ୍ଦିରରେ ପୂଜା କରି ପୁଣି ଥରେ ତାଙ୍କର ‘ଶିବଭକ୍ତି’ ପ୍ରଦର୍ଶନ କରିଛନ୍ତି। ବିଜେପିର ଗଡ଼ ଭାବେ ପରିଚିତ ମାଲ୍‌ୱା-ନିମାର ଅଞ୍ଚଳରେ ଦୁଇ ଦିନିଆ ଗସ୍ତରେ ଆସିଥିବା ରାହୁଲ ପରମ୍ପରା ଅନୁଯାୟୀ ପ୍ରସିଦ୍ଧ ଜ୍ୟୋତିର୍ଲିଙ୍ଗଙ୍କ ଆରାଧନା କରିଥିବା ଜଣାଯାଇଛି।

ମଧ୍ୟପ୍ରଦେଶର କଂଗ୍ରେସ ଅଧ୍ୟକ୍ଷ କମଲନାଥ ତାଙ୍କୁ ସ୍ୱାଗତ କରିଥିଲେ ଏବଂ ନିର୍ବାଚନ ଦାୟିତ୍ୱରେ ଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ତାଙ୍କ ସହ ଥିଲେ। ୨୦୦୮ ମସିହାରେ ସୋନିଆ ଗାନ୍ଧି ମଧ୍ୟ ଏହି ସ୍ଥାନକୁ ଆସିଥିଲେ, କିନ୍ତୁ କଂଗ୍ରେସର ପରାଜୟ ଘଟିଥିଲା। ୧୯୭୯ ମସିହାରେ କ୍ଷମତାକୁ ଫେରିବା ପୂର୍ବରୁ ଇନ୍ଦିରା ଗାନ୍ଧି ମଧ୍ୟ ସେହିବର୍ଷ ଡିସେମ୍ବରରେ ଏହି ମନ୍ଦିରକୁ ଆସିଥିଲେ।

ଏପରି ପ୍ରୟାସ ପଛରେ ରାହୁଲ କଂଗ୍ରେସର ଧର୍ମନିରପେକ୍ଷ ଭାବମୂର୍ତ୍ତି ବା ବିଜେପି କହିବା ଅନୁଯାୟୀ ହିନ୍ଦୁ ବିରୋଧୀ ଚିତ୍ରକୁ ବଦଳାଇବା ପ୍ରୟାସ କରୁଥିବା ଚର୍ଚ୍ଚା ହେଉଛି। କାରଣ ସେ ବର୍ତ୍ତମାନ ଯେ କୌଣସି ସ୍ଥାନକୁ ପ୍ରଚାରରେ ଯାଉଛନ୍ତି, ତାଙ୍କର ପ୍ରଥମ ଗନ୍ତବ୍ୟ ସ୍ଥଳ ହେଉଛି ସ୍ଥାନୀୟ ଅଞ୍ଚଳର ପ୍ରସିଦ୍ଧ ମନ୍ଦିର।

ରାହୁଲଙ୍କ ଏତାଦୃଶ ପରିବର୍ତ୍ତନକୁ ଟାର୍ଗେଟ କରିଛି ବିଜେପି। ବିଜେପି ପକ୍ଷରୁ କୁହାଯାଇଛି ନିର୍ବାଚନକୁ ଆଖି ଆଗରେ ରଖି ଭୋଟରଙ୍କୁ ଆକୃଷ୍ଟ କରିବାକୁ ସେ ଏପରି ‘ସଫ୍ଟ ହିନ୍ଦୁତ୍ୱ କାର୍ଡ’ ଖେଳୁଛନ୍ତି।



from Odisha Reporter https://ift.tt/2EQAnzf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages