ମୋ ଟାଙ୍କିରେ ଏବେବି ଯଥେଷ୍ଟ ତେଲ ଅଛି: ଇନ୍ଦ୍ରା ନୁୟୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 3, 2018

ମୋ ଟାଙ୍କିରେ ଏବେବି ଯଥେଷ୍ଟ ତେଲ ଅଛି: ଇନ୍ଦ୍ରା ନୁୟୀ

 

ନୂଆଦିଲ୍ଲୀ, (ଓଡିଶା ରିପୋର୍ଟର)- ଫୋର୍ବସ୍ ପତ୍ରିକାର ବିଶ୍ବର ଶ୍ରେଷ୍ଠ ପ୍ରଭାବଶାଳୀ ମହିଳାଙ୍କ ତାଲିକାରେ ରହିଛି ତାଙ୍କ ନାଁ। କିନ୍ତୁ ତାଙ୍କ ମାଆ ଏକଦା ତାଙ୍କୁ କହିଥିଲେ, ” ତୁ ଯାହା କରୁଛୁ କର, ପାଠ ପଢ଼, ଚାକିରି କର, ବ୍ୟବସାୟ କର, କିନ୍ତୁ ୧୮ ବର୍ଷ ହେଲା ମାନେ ତୋ’ର ବାହାଘର ହେବାଟା ଥୟ।” ସେ ଆଉ କେହି ନୁହେଁ ବିଶ୍ବର ପ୍ରମୁଖ ମୃଦୁପାନୀୟ କମ୍ପାନୀ ପେପ୍ସିକୋ'(Pepsico)ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ(ସିଇଓ) ଇନ୍ଦ୍ରା ନୁୟୀ।

ଦୀର୍ଘ ୨୪ ବର୍ଷ ପରେ ପେପ୍ସିକୋ’ ସହିତ ତାଙ୍କର ଏକ ଲମ୍ବା ଯାତ୍ରା ଆଜି ଶେଷ ହୋଇଛି। ଖାଲି ସେତିକି ନୁହେଁ, ୬୨ ବର୍ଷୀୟ ଏହି ଭାରତୀୟ ମହିଳା ପେପ୍ସିକୋରେ ଦୀର୍ଘ ୧୨ ବର୍ଷ ଧରି ସିଇଓ ପଦରେ ସଫଳତାର ସହ ଦାୟିତ୍ବ ସମ୍ପାଦନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ମୋ ଟାଙ୍କିରେ ଆହୁରି ଯଥେଷ୍ଟ ତେଲ ଅଛି। ଅର୍ଥାତ ମୁଁ ବହୁତ କିଛି କରିବା ପାଇଁ ମୋ ପାଖରେ ଢେର ସାମର୍ଥ୍ୟ ରହିଛି।

ଆଗାମୀ ସମୟରେ କିଛି ନିଆରା କାମ କରିବାକୁ ଚାହୁଁଛି। ଦୀର୍ଘ ଦିନ ଧରି କମ୍ପାନୀ ଓ କାର୍ଯ୍ୟବ୍ୟସ୍ତତା ଭିତରେ ଛନ୍ଦି ହୋଇଥିବା ବେଳେ ଏବେ ମୋ ପରିବାରକୁ ସମୟ ଦେବି। କମ୍ପାନୀର ସୂଚନା ଅନୁସାରେ ନୁୟୀ ୨୦୧୯ ପର୍ଯ୍ୟନ୍ତ କମ୍ପାନୀରେ ଅଧ୍ୟକ୍ଷା ଭାବେ ଦାୟିତ୍ବ ତୁଲାଇବେ।

 



from Odisha Reporter https://ift.tt/2zORrkZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages