ଡେନମାର୍କ ଓପନ୍‌: ବିଶ୍ୱର ୨ନଂ ଖେଳାଳିଙ୍କୁ ହରାଇ କ୍ୱାର୍ଟରରେ ସାଇନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 18, 2018

ଡେନମାର୍କ ଓପନ୍‌: ବିଶ୍ୱର ୨ନଂ ଖେଳାଳିଙ୍କୁ ହରାଇ କ୍ୱାର୍ଟରରେ ସାଇନା

ଓଡେନ୍ସ(ଡେନମାର୍କ): ଡେନମାର୍କ ଓପନ୍‌ ବ୍ୟାଡ୍‌ମିଣ୍ଟନ୍‌ ଟୁର୍ଣ୍ଣାମେଣ୍ଟରେ ଭାରତର ଷ୍ଟାର ଶଟଲର୍‌ ସାଇନା ନେହ୍ୱାଲଙ୍କ ଦବଦବା ଜାରି ରହିଛି। ସେ ଆଜି ପ୍ରି-କ୍ୱାର୍ଟର ମୁକାବିଲାରେ ବିଶ୍ୱର ୨ ନଂ ଶଟଲର୍‌ ଜାପାନର ଆକେନ୍‌ ୟାମାଗୁଚିଙ୍କୁ ସିଧାସଳଖ ୨-୦ ସେଟ୍‌ରେ ପରାସ୍ତ କରି କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସାଇନା ୪ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ୟାମାଗୁଚିଙ୍କୁ ହରାଇବାରେ ସକ୍ଷମ ହୋଇଛନ୍ତି। ସାଇନା ଶେଷଥର ପାଇଁ ୨୦୧୪ ଚୀନ୍‌ ଓପନ୍‌ରେ ୟାମାଗୁଚିଙ୍କୁ ପରାସ୍ତ କରିଥିଲେ। ଏହାପୂର୍ବରୁ ୟାମାଗୁଚି ୬ଥର ସାଇନାଙ୍କୁ ହରାଇଥିଲେ।
ଅଲମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ସାଇନା ବର୍ତ୍ତମାନ ବିଶ୍ୱ ବ୍ୟାଡ୍‌ମିଣ୍ଟନ୍‌ ରାଙ୍କିଙ୍ଗର ୧୦ମ ସ୍ଥାନରେ ରହିଛନ୍ତି। କିନ୍ତୁ ଆଜି ସେ ବେଶ ସହଜରେ ୟାମାଗୁଚିଙ୍କୁ ହରାଇ ଦେଇଥିଲେ। ମ୍ୟାଚ୍‌ ଆରମ୍ଭରୁ ହିଁ ସାଇନା ଆକର୍ଷଣୀୟ ଶଟ୍‌ ଖେଳି ୟାମାଗୁଚିଙ୍କ ଉପରେ ଚାପ ସୃଷ୍ଟି କରିଥିଲେ। ପ୍ରଥମ ସେଟ୍‌କୁ ୨୧-୧୫ ଓ ଦ୍ୱିତୀୟ ସେଟ୍‌କୁ ୨୧-୧୭ରେ ଜିତି ସାଇନା କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି।

ସାଇନା କ୍ୱାର୍ଟର ଫାଇନାଲ୍‌ରେ ବିଶ୍ୱର ୩ନଂ ଖେଳାଳି ଜାପାନର ନୋଜମି ଓକୁହାରଙ୍କୁ ଭେଟିବେ।



from Odisha Reporter https://ift.tt/2AilcdY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages