ଦୀପାବଳି ଆସିଲେ ମନେପଡେ ଭାରତୀୟ ସିନେମାର ଏଇ ସବୁ ଗୀତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 29, 2018

ଦୀପାବଳି ଆସିଲେ ମନେପଡେ ଭାରତୀୟ ସିନେମାର ଏଇ ସବୁ ଗୀତ

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ଆଲୋକର ପର୍ବ ଦୀପାବଳି। ବର୍ଷକେ ଥରେ ଏହି ପର୍ବକୁ ପାଳନ କରିବା ପାଇଁ ସମସ୍ତଙ୍କ ମନରେ ଆନନ୍ଦ ଏବଂ ଉଲ୍ଲାସ ଭରି ରହିଥାଏ। ଏହି ଦିନର ସ୍ୱତନ୍ତ୍ରତାକୁ ଆଖିରେ ରଖି ଭାରତୀୟ ସିନେମାରେ ଦୀପାବଳିର ଥିମ୍‌ ଅନେକଥର ସାମିଲ୍‌ ହୋଇଛି। ଆଜିବି ଦୀପାବଳି ଆସିଲେ ମନେପଡେ ସେଇ କାଳଜୟୀ ଗୀତସବୁ।  ଆସନ୍ତୁ ଆଲୋଚନା କରିବା ସେମିତି କିଛି ଗୀତ ବାବଦରେ।

‘ଆଇହେ ଦିୱାଲି ସୁନୋଜୀ ଘରୱାଲି’: ଆମ୍‌ଦାନି ଅଠନ୍ନି, ଖରଚା ରୂପୟା ଫିଲ୍ମରେ ଏହି ଗୀତ ଦୀପାବଳିର ମାହୋଲକୁ ଆହୁରି ରୋମାଞ୍ଚ କରିଦିଏ। ଏହି ଫିଲ୍ମରେ ଗୋବିନ୍ଦା, ଜୁହି ଚାୱଲା, ଜନି ଲିବର୍‌, ତବ୍ବୁ ପ୍ରମୁଖ ଅଭିନୟ କରିଥିଲେ।

‘ଦିପ୍‌ ଦିୱାଲି କେ ଝୁଠେ’: ୧୯୭୩ ମସିହାରେ ରିଲିଜ୍ ହୋଇଥିବା ଫିଲ୍ମ ‘ଜୁଗ୍‌ନୁ’ର ଗୀତ ‘ଦିପ୍‌ ଦିୱାଲି କେ ଝୁଠେ’ । ଧର୍ମେନ୍ଦ୍ର ଏବଂ ହେମା ମାଳିନିଙ୍କ ଅଭିନୀତ ଏହି ଫିଲ୍ମଟିରେ ଧର୍ମେନ୍ଦ୍ରଙ୍କୁ ଏହି ଗୀତରେ ପିଲାମାନଙ୍କ ସହ ନାଚିବାର ଦେଖାଯାଇଥିଲା।

ହାପି ଦିୱାଲି: ୨୦୦୫ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ହୋମ୍‌ ଡେଲିଭରି-ଆପ୍‌କୋ..ଘରତକ୍‌’ ଫିଲ୍ମର ‘ହାପି ଦିୱାଲି’ ଗୀତ ମଧ୍ୟ ଦୀପାବଳି ମାହୋଲ୍‌କୁ ତାଜା କରିଦିଏ। ଏହି ଗୀତରେ ମଧ୍ୟ କିଛି ଛୋଟ ପିଲା ଅଭିନୟ କରିଥିଲେ ଆଉ ଗାଇଥିଲେ ମଧ୍ୟ।

କେସେ ଦିୱାଲି ମନାଏ ଲାଲା: ୧୯୫୯ ମସିହାରେ ରିଲିଜ୍‌ ହୋଇଥିବା ‘ପୈଗାମ୍‌’ ଫିଲ୍ମର ଏହି ଗୀତ ନିଆରା ଆନନ୍ଦ ଭରିଦିଏ।  ଏହି ଫିଲ୍ମରେ ସରୋଜା ଦେବୀ ଆଉ ଦିଲ୍ଲୀପ କୁମାରଙ୍କ ଅଭିନୟ ବେଶ୍‌ ଚିତ୍ତାକର୍ଷକ ଥିଲା।

ମିଲେ ହେ ଚିରାଙ୍ଗୋ କେ ରଙ୍ଗିନି ଦିୱାଲି ହୈ: ୧୯୬୧ ମସିହାରେ  ରିଲିଜ୍‌ ହୋଇଥିବା ‘ନଜରାନା’ ଫିଲ୍ମର ଏହି ଗୀତ ମଧ୍ୟ ଦିପାବଳୀ ମହୋଲକୁ ମଧୁର କରିଦିଏ। ଫିଲ୍ମରେ ଶ୍ରୀଦେବୀ ଓ ରାଜେଶ୍‌ ଖନ୍ନା ଅଭିନୟ କରିଥିଲେ।



from Odisha Reporter https://ift.tt/2CN64a0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages