
କଥାରେ ଅଛି ବୁଝ ନ ବୁଝୁ ପଢ଼ ଗୀତା ରୁଚୁ ନ ରୁଚୁ ଖାଆ ପିତା। ତେଣୁ ହୁଏତ କଲରା ପାଟିକୁ ସ୍ୱାଦ ଲାଗି ନପାରେ କିନ୍ତୁ ଏହା ଆମ ଶରୀର ପାଇଁ ବେଶ ଉପକାରୀ। ଅନେକ ରୋଗର ମହୋଷଧୀ ହେଉଛି କଲରା।
ତେବେ ଆସନ୍ତୁ ଜାଣିବା କଲରା ଖାଇବା ଦ୍ୱାରା ଆମ ଶରୀରକୁ କେଉଁ ସବୁ ଫାଇଦା ମିଳିଥାଏ। କଲରାରେ ଫାଇବର ରହିଛି। ତେଣୁ କଲରା ରସକୁ ପିଇଲେ ଲମ୍ବା ସମୟ ପର୍ଯ୍ୟନ୍ତ ଭୋକ ଲାଗେ ନାହିଁ ଏବଂ ଓଜନ ମଧ୍ୟ କମ୍ ହୋଇଥାଏ। କଲରାରେ ଅଲ୍କେଲାଇଡ୍ସ୍ ଥିବାରୁ ରକ୍ତ ସଞ୍ଚାଳନକୁ ସକ୍ରିୟ କରିଥାଏ। ହୃଦ୍ ଜନିତ ସମସ୍ୟାକୁ ଦୂର କରିପାରେ ଏହି ପରିବା।
ଯଦି ଆପଣ ବିଭିନ୍ନ ଇନଫେକ୍ସନରୁ ନିଜରୁ ରକ୍ଷା କରିବାକୁ ଚାହୁଁଛନ୍ତି, ତେବେ କଲରା କିମ୍ବା କଲରାର ପତ୍ରକୁ ପାଣିରେ ଫୁଟାଇ ତା’ର ପାଣିକୁ ସେବନ କରନ୍ତୁ। ଯଦି ଆପଣଙ୍କର ପାଚନ ଶକ୍ତି ଦୁର୍ବଳ ଅଛି ତେବେ କଲରା ଖାଆନ୍ତୁ। ଏହା ପାଚନ ଶକ୍ତିକୁ ମଜବୁତ ରଖିଥାଏ। ଏଥିରେ ଅଧିକ ପରିମାଣରେ କ୍ୟାଲ୍ସିୟମ ଥିବାରୁ ଏହା ଦ୍ୱାରା ହାଡ଼ ମଜବୁତ୍ ହୋଇଥାଏ।
from Odisha Reporter https://ift.tt/2Q4xg8i
No comments:
Post a Comment