#MeToo : ଇଣ୍ଡିଆନ୍‌ ଆଇଡଲ୍‌ ବିଚାରକ ଦାୟିତ୍ୱରୁ ଓହରିଲେ ଅନୁ ମଲ୍ଲିକ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 21, 2018

#MeToo : ଇଣ୍ଡିଆନ୍‌ ଆଇଡଲ୍‌ ବିଚାରକ ଦାୟିତ୍ୱରୁ ଓହରିଲେ ଅନୁ ମଲ୍ଲିକ୍

ମୁମ୍ବାଇ (ଓଡ଼ିଶା ରିପୋର୍ଟର): #MeToo ଅଭିଯୋଗ ତାଲିକାରେ ସଂଗୀତ ନିର୍ଦ୍ଦେଶକ ଅନୁ ମଲିକ ନାମ ବାରମ୍ବାର ଯୋଡ଼ିହେବା ପରେ ଶେଷରେ ସେ ବହୁଦିନ ଧରି ବିଚାରକ ଥିବା ‘ଇଣ୍ଡିଆନ୍‌ ଆଇଡଲ୍‌’ର ୧୦ମ ସଂସ୍କରଣରୁ ଓହରି ଯାଇଛନ୍ତି। ସେ ଏହି ନିଷ୍ପତ୍ତି ବାବଦରେ ସଫେଇ ଦେଇ କହିଛନ୍ତି, “ମୁଁ ଟିକେ ବିରତି ନେବାକୁ ଏପରି ନିଷ୍ପତ୍ତି ନେଇଛି।” ଏହା ପୂର୍ବରୁ ଶ୍ୱେତା ପଣ୍ଡିତ ଅଭିଯୋଗ ଆଣିଥିଲେ ଯେ ସେ ୧୫ ବର୍ଷ ବୟସର ହୋଇଥିବାବେଳେ ତାଙ୍କୁ ଅନୁ ଚୂମ୍ବନ ଦେବାକୁ ପ୍ରୟାସ କରିଥିଲେ। ଅନ୍ୟପକ୍ଷରେ ଚର୍ଚ୍ଚିତ କଣ୍ଠଶିଳ୍ପୀ ସୋନା ମହାପାତ୍ର ମଧ୍ୟ ତାଙ୍କ ନାମରେ ଅଭିଯୋଗ ଆଣିଥିଲେ।

ଅନୁ ଦେଇଥିବା ସୂଚନା ଅନୁଯାୟୀ ସେ ଇଣ୍ଡିଆନ୍‌ ଆଇଡଲ୍‌’ର ପ୍ରସାରଣ କରୁଥିବା ସୋନୀ ଟିଭିକୁ ଲେଖିଛନ୍ତି, “ମୁଁ ଅନୁ ମଲିକ ଇଣ୍ଡିଆନ୍‌ ଆଇଡଲ୍‌’ରୁ ବିରତି ନେବାକୁ ଚାହୁଁଛି, କାରଣ ମୁଁ ବର୍ତ୍ତମାନ ଏହି କାମରେ ମନୋନିବେଶ କରିପାରୁନାହିଁ।” ଏପରି କହି ଅନୁ ସ୍ପଷ୍ଟ କରିଦେବାକୁ ପ୍ରୟାସ କରିଛନ୍ତି ଚ୍ୟାନେଲ ପକ୍ଷରୁ ତାଙ୍କୁ କାର୍ଯ୍ୟକ୍ରମ ଛାଡ଼ିବାକୁ କୁହାଯାଇନି ବରଂ ସେ ନିଜ ଆଡ଼ୁ ଏହି ନିଷ୍ପତ୍ତି ନେଇଛନ୍ତି।

ଅନ୍ୟପକ୍ଷରେ ସୋନୀ ଏଣ୍ଟରଟେନମେଣ୍ଟ ଟିଭି ପକ୍ଷରୁ କୁହାଯାଇଛି, “ଅନୁ ମଲିକ ଆଉ ଇଣ୍ଡିଆନ୍‌ ଆଇଡଲ୍‌’ର ବିଚାରକ ମଣ୍ଡଳୀରେ ନାହାନ୍ତି। ଏହି କାର୍ଯ୍ୟକ୍ରମ ପୂର୍ବ ନିର୍ଦ୍ଧାରିତ ସମୟରେ ପ୍ରସାରଣ ହେବ। ବିଶାଲ ଏବଂ ନେହାଙ୍କ ସହ ବିଚାରକ ଭାବେ ଭାଗ ନେବାପାଇଁ ଭାରତୀୟ ସଙ୍ଗୀତ ଜଗତର କିଛି ପ୍ରଖ୍ୟାତ ବ୍ୟକ୍ତି ବିଶେଷଙ୍କୁ ନିମନ୍ତ୍ରଣ କରାଯିବ, ଯେଉଁମାନେ ଇଣ୍ଡିଆନ୍‌ ଆଇଡଲ୍‌ର ୧୦ମ ସଂସ୍କରଣରେ ଅସାଧାରଣ ପ୍ରତିଭାଙ୍କୁ ବାଛିବେ।”



from Odisha Reporter https://ift.tt/2OzVieH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages