ବାତ୍ୟା -ବନ୍ୟାରେ ଅନ୍ୟୂନ ୪୫ ଜଣଙ୍କ ମୃତ୍ୟୁ ହୋଇଛି, ଏସଆରସିଙ୍କୁ ବହିଷ୍କାର କର : ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 14, 2018

ବାତ୍ୟା -ବନ୍ୟାରେ ଅନ୍ୟୂନ ୪୫ ଜଣଙ୍କ ମୃତ୍ୟୁ ହୋଇଛି, ଏସଆରସିଙ୍କୁ ବହିଷ୍କାର କର : ବିଜେପି

bjp1

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ତିତ୍‌ଲି ପ୍ରଭାବରେ ହୋଇଥିବା ବର୍ଷା ଏବଂ ପରେ ଭୟଙ୍କର ବନ୍ୟା ପରିସ୍ଥିତି ଗଞ୍ଜାମ ଓ ଗଜପତି ଜିଲ୍ଲାବାସୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। ବର୍ଷା ବିତ୍ପାତ ଯୋଗୁ ଉଭୟ ଜିଲ୍ଲାରେ ୪୫ ଜଣଙ୍କର ମୃତ୍ୟୁ ଘଟିଛି। ଏବେ ବି  ୩ ଜଣ ନିଖୋଜ ଅଛନ୍ତି। ଏପରି ଅଭିଯୋଗ ଆଣିଛି ରାଜ୍ୟ ବିଜେପି।

ଆଜି ଏକ ଏକ ସାମ୍ବାଦିକ ସମ୍ମିଳନୀ କରି ଦଳ ଏପରି ଅଭିଯୋଗ ଆଣିଛି। ଏହାସହ ଏସ୍‌ଆରସି ଓ ବନ୍ୟା ପ୍ରଭାବିତ ଅଞ୍ଚଳର ଜିଲ୍ଲାପାଳଙ୍କ ବହିଷ୍କାର ଦାବି କରିଛି ଦଳ।

ବାରମ୍ବାର ପାଣିପାଗ ବିଭାଗର ପୂର୍ବାନୁମାନ ପରେ ମଧ୍ୟ ରାଜ୍ୟ ସରକାର ଏହାକୁ ଖାମଖିଆଲି ଭାବେ ଗ୍ରହଣ କରିଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଦଳ ଅଭିଯୋଗ କରିଛି।

ସେହିପରି ପଥର ଧସି ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାର ପାଖରେ ଏପର୍ଯ୍ୟନ୍ତ ରନ୍ଧା ଖାଦ୍ୟ, ପିଇବା ପାଣି, ବିଦ୍ୟୁତ୍‌ ପହଞ୍ଚି ପାରିନାହିଁ। ଯାହା ରାଜ୍ୟ ସରକାରଙ୍କ ସମ୍ବେଦନହୀନତାର ପରିଚୟ ଦେଉଥିବା ବୋଲି ବିଜେପି କହିଛି।



from Odisha Reporter https://ift.tt/2EtnGKu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages