ଭାରତୀୟ ଟେଷ୍ଟ୍‌ କ୍ରିକେଟ୍‌ରେ ପୃଥ୍ୱୀ-ପନ୍ତ ଯୁଗ ଆରମ୍ଭ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 14, 2018

ଭାରତୀୟ ଟେଷ୍ଟ୍‌ କ୍ରିକେଟ୍‌ରେ ପୃଥ୍ୱୀ-ପନ୍ତ ଯୁଗ ଆରମ୍ଭ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ସ୍ୱଳ୍ପ ମିଆଦୀ ଅର୍ଥାତ୍‌ ମାତ୍ର ୨ଟି ଟେଷ୍ଟ୍‌ ବିଶିଷ୍ଟ ସିରିଜ୍‌, ଟିମ୍‌ ଇଣ୍ଡିଆ ପାଇଁ ‘ସିରିଜ୍‌ କ୍ଲିନ୍‌ ସୁଇପ୍‌’ର ବାହାବା ଅପେକ୍ଷା ଅନ୍ୟ କିଛି ସକାରାତ୍ମକ ସଂକେତ  ଆଣିଛି। ଏହି ସିରିଜ୍‌ର ଗୁରୁତ୍ୱପୂର୍ଣ୍ଣ ଦିଗଟି ହେଉଛି, ଦଳରେ ସୁଯୋଗ ପାଇଥିବା ଭାରତୀୟ କ୍ରିକେଟ୍‌ର କିଛି ନବ ପ୍ରତିଭା ଏଥିରୁ ଭରପୂର ଫାଇଦା ଉଠାଇ ମନୋନୟନକାରୀଙ୍କ ନିଷ୍ପତ୍ତିକୁ ଯଥାର୍ଥ ବୋଲି ପ୍ରମାଣ କରିବା ସହ ଟିମ୍‌ ଇଣ୍ଡିଆର ଭବିଷ୍ୟତ ସମ୍ପର୍କରେ ମଧ୍ୟ ନୂଆ ଆଶା ସଂଚାର କରିଛନ୍ତି। ସେହିଭଳି ଇଂଲଣ୍ଡ୍‌ରେ ଅସ୍ଥିର ପ୍ରଦର୍ଶନ କରିଥିବା କିଛି ଭେଟେରାନ୍ ଏହି ସିରିଜ୍‌ରେ ଫର୍ମ ଫେରିପାଇଛନ୍ତି ତ ଉଭୟ ପେସ୍‌ ଓ ସ୍ପିନ୍‌ ବୋଲିଂରେ ଭାରତୀୟ ଦଳର ବିବିଧତା ଓ ଗଭୀରତା ମଧ୍ୟ ବେଶ୍‌ ସ୍ପଷ୍ଟ ହୋଇଛି।

ସିରିଜ୍‌ର ପ୍ରଥମ ଟେଷ୍ଟ୍‌ରେ ଟିମ୍‌ ଇଣ୍ଡିଆର ପଦାର୍ପଣକାରୀ ଓପନର୍‌ ତଥା ୧୮ ବର୍ଷ ବର୍ଷୀୟ ମୁମ୍ବାଇ ବ୍ୟାଟିଂ ବିସ୍ମୟ ପୃଥ୍ୱୀ ଶ’ ଶତକ ହାସଲ କରି ମ୍ୟାନ୍‌ ଅଫ୍ ଦି ମ୍ୟାଚ୍‌ ହୋଇଥିଲେ। ତେବେ ପୃଥ୍ୱୀଙ୍କ ଏହି ରେକର୍ଡ ଶତକ ପାଇଁ ଅନେକ ବିଶେଷଜ୍ଞ ପ୍ରତିପକ୍ଷ ଇଣ୍ଡିଜ୍‌ର ଦୁର୍ବଳ ବୋଲିଂ ଆକ୍ରମଣକୁ ଦାୟୀ କରିଥିଲେ। କିନ୍ତୁ ଅଧିନାୟକ ଜେସନ୍ ହୋଲ୍‌ଡର୍‌ ଆଘାତଜନିତ ସମସ୍ୟାରୁ ଫେରିବା ପରେ ଦ୍ୱିତୀୟ ଟେଷ୍ଟ୍‌ରେ ବେଶ୍‌ ପ୍ରଭାବୀ ସାବ୍ୟସ୍ତ ହୋଇଥିବା ଇଣ୍ଡିଜ୍‌ ବୋଲିଂ ଆକ୍ରମଣକୁ ନିଜ ଚିରାଚରିତ ଭୟଶୂନ୍ୟ ଭଙ୍ଗୀରେ ଧୂଲେଇ କରି ପ୍ରଥମ ଇନିଂସରେ ଶ’ ୭୦ ରନ୍‌ର ଦର୍ଶନୀୟ ତଥା ତ୍ରୁଟିଶୂନ୍ୟ ପାଳି ଖେଳିଥିଲେ। ନିଜର ପ୍ରଦର୍ଶନ ଜରିଆରେ ଶ’ କ୍ରିକେଟ୍‌ ସମୀକ୍ଷକଙ୍କୁ ସମ୍ଭବତଃ ଏହି ବାର୍ତ୍ତା ଦେଲେ ଯେ ଡେବ୍ୟୁ ଟେଷ୍ଟ୍‌ରେ ଶତକ ତାଙ୍କ ପାଇଁ ଆଦୌ ଅପ୍ରତ୍ୟାଶିତ ନଥିଲା ବରଂ ସେ ସେଥିପାଇଁ ଶତପ୍ରତିଶତ ହକ୍‌ଦାର୍‌ ଥିଲେ। ସେହିଭଳି ଦ୍ୱିତୀୟ ଇନିଂସର ଛୋଟ ବିଜୟ ଲକ୍ଷ୍ୟ ହାସଲ ବେଳେ ଏହି ମୁମ୍ବାଇ ତାରକା ନିଜ ଏକାଗ୍ରତାର ଛାପ ମଧ୍ୟ ଛାଡ଼ିଥିଲେ।

ଇଣ୍ଡିଜ୍‌ ବିପକ୍ଷ ସିରିଜ୍‌ ପାଇଁ ଦଳ ଚୟନ ବେଳେ ମୁରଲୀ ବିଜୟଙ୍କୁ ବାଦ୍‌ ଦେଇ ମନୋନୟନକାରୀ ତାଙ୍କ ଉପରେ ଯେଉ ଅଗାଧ ଆସ୍ଥା ପ୍ରକଟର ରିସ୍କ ନେଇଥିଲେ, ତାହା ମଧ୍ୟ ସଠିକ୍‌ ବୋଲି ପୃଥ୍ୱୀ ନିଜ ପ୍ରଦର୍ଶନ ଦ୍ୱାରା ପ୍ରମାଣିତ କରିଛନ୍ତି। ବିଦେଶ ମାଟିରେ ଏହି ଷ୍ଟ୍ରୋକ୍‌ ମେକର୍‌ ସଫଳ ହେଲେ, ଭାରତ ନୁହେଁ ବରଂ ଅନ୍ତର୍ଜାତୀୟ କ୍ରିକେଟ୍‌ ଜଗତ ଆଉ ଜଣେ ବିଶ୍ୱସ୍ତରୀୟ ପ୍ରତିଭାଙ୍କୁ ପାଇବ ବୋଲି ଆକଳନ କରାଯାଉଛି।

ଦୁଇଟି ଯାକ ଟେଷ୍ଟ୍‌ରେ ଚମତ୍କାର ପ୍ରଦର୍ଶନ ପାଇଁ ଶ’ଙ୍କୁ ମ୍ୟାନ୍‌ ଅଫ୍ ଦି ସିରିଜ୍‌ ପୁରସ୍କାର ମଧ୍ୟ ମିଳିଛି। ସିରିଡ୍‌ ଶେଷ ହେବା ପରେ ଟିମ୍‌ ଇଣ୍ଡିଆ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ ଶ’ଙ୍କ ସମ୍ପର୍କରେ କହିଛନ୍ତି “ଯେତେବେଳେ ମୁଁ ପ୍ରଥମେ ପୃଥ୍ୱୀଙ୍କ ବ୍ୟାଟିଂ ଦେଖିଲି, ସେତେବେଳେ ମୋତେ କିଛି ମାତ୍ରାରେ ସଚିନ୍‌ ଓ କିଛି ମାତ୍ରାଏର ବୀରୁ ( ସେହ୍ୱାଗ୍)ଙ୍କ ବ୍ୟାଟିଂ ଦେଖିଲା ଭଳି ଲାଗିଲା। ତେବେ ଯେବେ ସେ ପ୍ରଥମେ ବ୍ୟାଟିଂ ପାଇଁ ପଡ଼ିଆକୁ ପ୍ରବେଶ କଲେ, ସେତେବେଳେ ତାଙ୍କ ଶରୀରର ଭାଷା ମୋତେ ବ୍ରାଏନ୍‌ ଲାରାଙ୍କ ଭଳି ଲାଗିଲା। ସାରା ବିଶ୍ୱ ଏହି ପ୍ରତିଭାଙ୍କ କ୍ରିକେଟ୍‌କି ଆଗାମୀ ଦିନରେ ନିଶ୍ଚୟ ଉପଭୋଗ କରିବ।

ପୃଥ୍ୱୀଙ୍କ ଭଳି ଏହି ସିରିଜ୍‌ରେ ନିଜ ଟେଷ୍ଟ୍‌ କ୍ୟାରିଅର୍‌କୁ ବେଶ୍ ଶାଣିତ ଓ ସୁରକ୍ଷିତ ଦିଶା ଦେଇଛନ୍ତି ଯୁବ ୱିକେଟ୍‌ରକ୍ଷକ ବ୍ୟାଟ୍‌ସ୍‌ମ୍ୟାନ୍‌  ରିଷଭ ପନ୍ତ। ଇଂଲଣ୍ଡ ଗସ୍ତରେ ନିୟମିତ ୱିକେଟ୍‌ ରକ୍ଷକ ରିଦ୍ଧିମାନ ଶାହା ଆହତ ଥିବା କାରଣରୁ ବାଦ୍ ପଡ଼ିବା ପରେ ଦୀନେଶ କାର୍ତ୍ତିକଙ୍କ ଦୁର୍ବଳ ଫର୍ମ ଯୋଗୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଥିବା ଏହି ଦିଲ୍ଲୀ ପ୍ରତିଭା ଏହି ଦୁଇଟିକିଆ ଟେଷ୍ଟ୍‌ରେ ନିଜ ବିସ୍ଫୋରକ ବ୍ୟାଟିଂ ଜାରି ରଖିଛନ୍ତି। ୟଦିଓ ଶେଷ ମ୍ୟାଚ୍‌ର ପ୍ରଥମ ଇନିଂସ୍‌ରେ ସେ ଏକ ଜୀବନଦାନ ପାଇଥିଲେ, ତେବେ ଏଥିରୁ ଫାଇଦା ଉଠାଇ ୯୨ ରନ୍‌ର ଆଉ ଏକ ଦର୍ଶନୀୟ ଇନିଂସ ଖେଳିଥିଲେ।

ପୃଥ୍ୱୀଙ୍କ ଭଳି ରିଷଭ୍ ମଧ୍ୟ ଟେଷ୍ଟ୍‌ କ୍ରିକେଟ୍‌ ଟିମ୍‌ ଇଣ୍ଡିଆ ପାଇଁ ଅନେକ ସମ୍ଭାବନାର ସମ୍ଭାର ସାଜିଛନ୍ତି। ଆଗାମୀ ଅଷ୍ଟ୍ରେଲିଆ ଗସ୍ତ ପାଇଁ ନିୟମିତ ୱିକେଟ୍‌ ରକ୍ଷକ ରିଦ୍ଧିମାନ ଶାହା ଫିଟ୍‌ ହେଲେ ମଧ୍ୟ ପନ୍ତଙ୍କୁ ଟିମ୍‌ ମ୍ୟାନେଜ୍‌ମେଣ୍ଟ ତାଙ୍କ ପ୍ରଦର୍ଶନ ଓ ଟେମ୍ପରାମେଣ୍ଟ ଯୋଗୁ ଅଧିକ ପସନ୍ଦ କରିବାର ସମ୍ଭାବନା ରହିଛି। ଏ ସମ୍ପର୍କରେ ମୁଖ୍ୟ କୋଚ୍‌ ଶାସ୍ତ୍ରୀ ମଧ୍ୟ ପରୋକ୍ଷରେ ସଙ୍କେତ ଦେଇଛନ୍ତି।

ସେହିପରି ସିରିଜ୍ ପୂର୍ବରୁ ଅସ୍ଥିର ପ୍ରଦର୍ଶନ ଦେଇଥିବା ଟେଷ୍ଟ୍ ସ୍ପେଶାଲିଷ୍ଟ୍‌ ଚେତେଶ୍ୱର ପୂଜାରା ଓ ଉପ ଅଧିନାୟକ ଅଜିଙ୍କ୍ୟ ରାହଣେ ମଧ୍ୟ ନିଜ ପୁରୁଣା ଲୟ ଫେରି ପାଇଥିବାର ସଙ୍କେତ ଦେଇଛନ୍ତି। ଇଂଲଣ୍ଜ ଏବଂ ଇଣ୍ଡିଜ୍‌ ବିପକ୍ଷ ଦୁଇଟି ଟେଷ୍ଟ୍‌ର ପୂର୍ବ ଦୁଇଟି ଇନିଂସରେ ଫର୍ମ ପାଇଁ ସଂଘର୍ଷ କରୁଥିବା ପ୍ରତିଭାବାନ୍‌ ଲୋକେଶ ରାହୁଲ୍‌ ମଧ୍ୟ ଶେଷ ଇନିଂସରେ ୩୩ ରନ୍‌ର ଆତ୍ମବିଶ୍ୱାସଭରା ପାଳି ଖେଳିଛନ୍ତି।

ତେବେ ଏହି ଛୋଟ ସିରିଜ୍‌ରେ ଯେଉଁ ଭାରତୀୟ ତାରକାଙ୍କ ପ୍ରଦର୍ଶନକୁ ଯେତେ ପ୍ରଶଂସା କଲେ ମଧ୍ୟ କମ୍‌ ହେବ, ସେ ହେଉଛନ୍ତି ସ୍ପିଡ୍‌ ଷ୍ଟାର୍‌ ଉମେଶ ଯାଦବ୍‌। ବଦଳ ବୋଲର୍‌ ଭାବେ ଚୂଡ଼ାନ୍ତ ଏକାଦଶକୁ ଫେରିଥିବା ଉମେଶ ନିଜ ଗତି, ଲାଇନ୍‌ ଓ ଲେଙ୍ଗଥ୍‌ ସହ ୱିକେଟ୍‌ ନେବା ପାଇଁ ତାଙ୍କର ଭୋକ ଦ୍ୱାରା ସମସ୍ତଙ୍କୁ ଖୁବ୍‌ ପ୍ରଭାବିତ କରିଛନ୍ତି। ଇଣ୍ଡିଜ୍‌ ବିପକ୍ଷ ଅନ୍ତିମ ଟେଷ୍ଟର ପ୍ରଥମ ଇନିଂସରେ ୬ଟି ୱିକେଟ୍ ନେଇଥିବା ଯାଦବ ଦ୍ୱିତୀଯ ଇନିଂସ୍‌ରେ ମଧ୍ୟ ଘାତକ ବୋଲିଂ କରି ପ୍ରତିପକ୍ଷ ଶିବିରର ୪ଟି ୱିକେଟ୍‌ ଦାଖଲ କରିଥିଲେ।

ସେହିଭଳି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଦଳରେ ଦଳକୁ ଆସିଥିବା ରବୀନ୍ଦ୍ର ଜାଡେଜା ବ୍ୟାଟ୍‌ ଓ ବଲ୍‌ରେ ନିଜ  ସାମର୍ଥ୍ୟ ଅନୁସାରେ ପ୍ରଦର୍ଶନ କରିଛନ୍ତି। ଆଉ ଜାଡୁଙ୍କ ସହ ଅଶ୍ୱିନ୍‌ ଓ କୁଲ୍‌ଦୀପ ଯାଦବଙ୍କ ସ୍ପିନ୍ ତ୍ରିମୂର୍ତ୍ତି ଭାରତୀୟ ବୋଲିଂ ଆକ୍ରମଣର ଗଭୀରତା ଓ ବିବିଧତାକୁ ସ୍ପଷ୍ଟ କରିଛି।



from Odisha Reporter https://ift.tt/2ROnPLo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages