#MeToo : ‘ଯୌନ ପିପାସୁ’ଙ୍କ ସହ ଫିଲ୍ମ କରିବେନି ଏହି ୧୧ ମହିଳା ନିର୍ଦ୍ଦେଶକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 14, 2018

#MeToo : ‘ଯୌନ ପିପାସୁ’ଙ୍କ ସହ ଫିଲ୍ମ କରିବେନି ଏହି ୧୧ ମହିଳା ନିର୍ଦ୍ଦେଶକ

ମୁମ୍ବାଇ (ଓଡ଼ିଶା ରିପୋର୍ଟର): ଫିଲ୍ମ ନିର୍ମାତା ଜୋୟା ଅଖତାର, ଗୌରୀ ସିନ୍ଦେ ଏବଂ କିରନ୍‌ ରାଓଙ୍କ ସମେତ କିଛି ନିର୍ଦ୍ଦେଶକ ଯୌନ ନିର୍ଯାତନାକୁ ବିରୋଧ କରିବା ପାଇଁ ଆହ୍ୱାନ କରି ପୀଡ଼ିତାଙ୍କ ପାଇଁ ସମର୍ଥନ ଆହ୍ୱାନ କରିଛନ୍ତି। ସୋଶାଲ ମିଡିଆରେ ସେମାନେ ଏପରି ଏକ ନୋଟ୍‌ ରିଲିଜ୍ କରିଛନ୍ତି ଯେଉଁଥିରେ ବଲିଉଡ୍‌ର ୧୧ ଜଣ ପ୍ରମୁଖ ମହିଳା ନିର୍ଦ୍ଦେଶକଙ୍କ ନାମ ରହିଛି। ସେମାନେ ଏଥିରେ ଲେଖିଛନ୍ତି ସେମାନେ ଆଉ ‘ପ୍ରମାଣିତ ଯୌନ ଅପରାଧୀ’ଙ୍କ ସହିତ କାମ କରିବେ ନାହିଁ।

ଅଳଙ୍କୃତା ଶ୍ରୀବାସ୍ତବ, ଗୌରୀ ସିନ୍ଦେ, କିରନ୍‌ ରାଓ, କୋଙ୍କନା ସେନ୍‌ ଶର୍ମା, ମେଘନା ଗୁଲଜାର, ନନ୍ଦିତା ଦାସ, ନିତ୍ୟା ମେହରା, ରୀମା କାଗ୍‌ତି, ରୁଚି ନାରାୟଣ, ସୋନାଲି ବୋଷ ଏବଂ ଜୋୟା ଅଖତାରଙ୍କ ନାମ ଏହି ନୋଟରେ ଉଲ୍ଲେଖ ରହିଛି। ସେମାନେ ଏଥିରେ ଲେଖିଛନ୍ତି, ଜଣେ ମହିଳା ଏବଂ ଫିଲ୍ମମେକର୍‌ ହିସାବରେ ଆମେ ଏହି ଅଭିଯାନକୁ ସମର୍ଥନ ଜଣାଇବାପାଇଁ ଏକାଠି ହୋଇଛୁ। ଯେଉଁମାନେ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ସେମାନଙ୍କୁ ଆମେ ସମର୍ଥନ ଜଣାଉଛୁ। ସେମାନେ ପରିବର୍ତ୍ତନ ପାଇଁ ଆହ୍ୱାନ ଜଣାଇ ଏପରି ସାହସ ଜୁଟାଇ ଥିବାରୁ ସେମାନଙ୍କ ପ୍ରତି ଆମର ସମ୍ମାନ ରହିଛି।

ଏଥିରେ ଆହୁରି ମଧ୍ୟ କୁହାଯାଇଛି କର୍ମକ୍ଷେତ୍ରକୁ ସୁରକ୍ଷିତ କରିବାପାଇଁ ସେମାନେ ସଚେତନତା ସୃଷ୍ଟି କରିବେ। ପୂର୍ବରୁ ନିର୍ଦ୍ଦେଶକ ସୁଭାଷ କପୁରଙ୍କ ବିରୋଧରେ ଏଭଳି ଅଭିଯୋଗ ଆସିବା ପରେ କିରନ୍‌ ଏବଂ ତାଙ୍କ ଅଭିନେତା ପତି ଆମୀର ଖାନ୍‌ ଗୁଲଶନ୍ କୁମାରଙ୍କ ଜୀବନୀକୁ ନେଇ ନିର୍ମାଣାଧୀନ ଚଳଚ୍ଚିତ୍ରକୁ ନା କହି ସାରିଛନ୍ତି।



from Odisha Reporter https://ift.tt/2IWWnqT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages