ଦାମଙ୍କ ବାରିପଦା ସଭା ଭଣ୍ଡୁର କରିବାକୁ କିଏ ପଠାଇଥିଲା ଲୋକ ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 22, 2018

ଦାମଙ୍କ ବାରିପଦା ସଭା ଭଣ୍ଡୁର କରିବାକୁ କିଏ ପଠାଇଥିଲା ଲୋକ ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କର ଗୋଟିଏ ପରେ ଗୋଟିଏ ଦୁର୍ନୀତି ପେଡ଼ି ଖୋଲୁଛନ୍ତି ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତ। ଯାହାକୁ ନେଇ ରାଜ୍ୟ ସରକାରଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି। ସେଥିପାଇଁ ଦାମଙ୍କ ସଭା ଭଣ୍ଡୁର ପାଇଁ ଉଦ୍ୟମ କରାଯାଉଛି। ଶାସକ ଦଳ ଏପରି କାମ କରୁଥିବା ଅଭିଯୋଗ ହେଉଛି। ଏହି କାମରେ ନୟାଗଡ଼ ବିଧାୟକ ଅରୁଣ ସାହୁ ଲୋକଙ୍କୁ ଲଗାଇଥିବା ଅଭିଯୋଗ ହୋଇଛି। ତେବେ ଏହି ଭଣ୍ଡୁର ଯୋଜନା ଫେଲ୍‌ ମାରିଛି। କୁଜଙ୍ଗ, ମହାଙ୍ଗା ଓ ନିମାପଡ଼ା ପରେ ଦାମ ବାରିପଦାରେ ସମାବେଶ କରି ରାଜ୍ୟ ସରକାରଙ୍କର ଦୁର୍ନୀତିର ମୁଖା ଖୋଲିଛନ୍ତି।

ଦାମ କହିଛନ୍ତି-“ବାରିପଦା ସଭା ଭଣ୍ଡୁର ହୋଇନାହିଁ। ମୋତେ ୩ କିମି ଶୋଭାଯାତ୍ରାରେ ଛଉ ପଡ଼ିଆକୁ ପାଛୋଟି ନେଇଥିଲେ। ସେଠାରେ ସଭା କାର୍ଯ୍ୟ ଆରମ୍ଭ ହେଲା। ବାରିପଦା ଅଞ୍ଚଳରେ ଦୁଇରୁ ତିନି ଜଣ ନେତା ଭାଷଣ ଦେଲେ। ପରେ ଯଜ୍ଞେଶ୍ୱର ବାବୁ ଭାଷଣ ଦେଉଥିବା ବେଳେ ସଭା ଆଗରେ ବସିଥିବା ଜଣେ ଯୁବକ ଉଠିପଡ଼ି କ’ଣ କହୁଥିଲା। ସଭାରେ ଉପସ୍ଥିତ ଥିବା ଲୋକମାନେ ତାକୁ ପଡ଼ିଆ ବାହାରେ ଛାଡ଼ିଦେଇଥିଲେ। ତା’ପରେ ସଭା କାର୍ଯ୍ୟ ଯେମିତି ଚାଲିବା କଥା ଚାଲିଲା। ମୁଁ ଭାଷଣ ଦେଲି। ମୋ ଭାଷଣ ସରିବା ପରେ ଲୋକମାନେ ଯାଇଥିଲେ।”

ସେ ଆହୁରି କହିଛନ୍ତି-“ସଭା ଭଣ୍ଡୁର ପାଇଁ ଉଦ୍ୟମ କରୁଥିବା ଯୁବକଙ୍କୁ ଅରୁଣ ସାହୁ ପଠାଇଥିଲେ। ମୋ’ ସଭା କରିବାର ଦୁଇ ଦିନ ଆଗରୁ ସେଠାରେ ଅରୁଣ ଡେରା ପକାଇ ରହିଥିଲେ। ୨୧ ତାରିଖରେ ଦାମବାବୁଙ୍କ ସଭା ହେବନାହିଁ ବୋଲି ପ୍ରତି ବ୍ଲକକୁ ଲୋକ ପଠାଇ ଅରୁଣ ପ୍ରଚାର କରୁଥିଲା। ଏ ସମ୍ପର୍କରେ ମୁଁ ଜାଣିଥିଲି। କଳାହାଣ୍ଡି ଜିଲ୍ଲାର ଜଣେ ଯୁବକ ମୋତେ ଫୋନ୍‌ କରି ଅରୁଣ ବିଷୟରେ କହିଥିଲେ। ଅନ୍ୟପକ୍ଷରେ ସଭା ଭଣ୍ଡୁର ପାଇଁ ଉଦ୍ୟମ କରୁଥିବା ବ୍ୟକ୍ତି ଜଣକ ହେଉଛନ୍ତି ଜଣେ ତାମିଲ୍‌। କିନ୍ତୁ ସେ ଭଲ ଓଡ଼ିଆ କହୁଛନ୍ତି। ତାକୁ ଯିଏ ପଠାଇଥିବ ଆପଣ ଜାଣିଥିବେ। ଏହା ସତ୍ତ୍ୱେ ଶୋଭାଯାତ୍ରା ଓ ସଭାରେ କୌଣସି ଅସୁବିଧା ହୋଇନାହିଁ।”

ଅରୁଣ ସାହୁଙ୍କୁ ଆପଣଙ୍କ ସଭାକୁ ନେଇ ଡର କାହିଁକି ବୋଲି ଏକ ପ୍ରଶ୍ନରେ ଦାମ କହିଛନ୍ତି-“ଅରୁଣ ସାହୁଙ୍କର କି ଡର? ତାଙ୍କ ଗୋସେଇଁଙ୍କୁ ବେଶୀ ଡର। ଅରୁଣ ସାହୁ ବାରିପଦାରେ ଡେରା ପକାଇଛନ୍ତି। କିନ୍ତୁ ତାଙ୍କ ନିର୍ବାଚନମଣ୍ଡଳୀ ନୟାଗଡ଼ରେ ଗୋଟିଏ ପରିବାରରେ ଜଣେ ମାଆ ଦୁଇ ପିଲାଙ୍କୁ ବିଷ ପିଆଇ ଗଡ଼ିଆକୁ ଠେଲି ଦେଇ ନିଜେ ବିଷ ପିଇଦେଲା। ଯାହାକୁ ନେଇ ନୟାଗଡ଼ ଉଠୁଛି ପଡ଼ୁଛି। ଆଉ ଅରୁଣ ସାହୁ ମୋ ସଭା ଭଣ୍ଡୁର କରିବା ପାଇଁ ବାରିପଦାରେ ବସିଛି। ମୋ‘ ସଭା ଭଣ୍ଡୁର ପାଇଁ ସବୁ ପ୍ରକାର ଉଦ୍ୟମ କରୁଛି। ହେଲେ କ’ଣ ହେବ। ମୁଁ କିଛି ଦଳ କରିନି କି କୌଣସି ଦଳରେ ନାହିଁ। ୧୮ ବର୍ଷ ଧରି ରାଜ୍ୟ ଶାସନରେ ଅପଶାସନ ଓ କୁଶାସନ ଚାଲିଛି। ଓଡ଼ିଶାର ଋଣ ୭୪ ହଜାର କୋଟି ଟଙ୍କା ହେଲାଣି। ମଦ ରାଜସ୍ୱ ୧୩୫ କୋଟି ଟଙ୍କାରୁ ୩୩୦୦ କୋଟି ଟଙ୍କାରେ ପହଞ୍ଚିଲାଣି। ଚାଷୀ କୃଷି ଭଲ ହେଉଛି ବୋଲି ରାଜ୍ୟ ସରକାର କୃଷିକର୍ମଣ ପୁରସ୍କାର ପାଉଛନ୍ତି। ରାଜ୍ୟରେ କାହାକୁ ଭୋକିଲା ରଖାଯିବ ନାହିଁ ବୋଲି କହି ମୁଖ୍ୟମନ୍ତ୍ରୀ ୮୨ ଲକ୍ଷ ଗରିବ ପରିବାରକୁ ଟଙ୍କିକିଆ ଚାଉଳ ଦେଉଛନ୍ତି। ତାହାହେଲେ କେଉଁଠି ବିକାଶ ହେଉଛି ମୁଁ ଜାଣିପାରୁ ନାହିଁ? ଓଡ଼ିଶାରେ ଲକ୍ଷେ କୋଟି ଟଙ୍କାର ଖଣି ଦୁର୍ନୀତି ହୋଇଛି ବୋଲି ଶାହା କମିଶନ ତାଙ୍କ ରିପୋର୍ଟରେ ଦର୍ଶାଇଥିଲେ। ଏହି ଘଟଣାକୁ ସିବିଆଇ ତଦନ୍ତ କରିବା କଥା। ମାତ୍ର ସିବିଆଇ ଘଟଣାର ତଦନ୍ତ କରୁନାହିଁ। ଏଥିରୁ ଜଣାପଡ଼ୁଛି ନବୀନ ପଟ୍ଟନାୟକ ସିବିଆଇକୁ ମ୍ୟାନେଜ କରୁଛନ୍ତି। ସେହି ବ୍ଳାକରୋଜ୍‌ ଦୁର୍ନୀତିର ତଦନ୍ତ ସିବିଆଇକୁ ଗଲା। ମାତ୍ର କିଛି ଲାଭ ମିଳିଲା ନାହିଁ। ସିବିଆଇ ଜଏଣ୍ଟ ଡାଇରେକ୍ଟର ଲାଞ୍ଚ ନେଇଥିବାରୁ ନିଜ ବିଭାଗର କର୍ମଚାରୀମାନେ ଆନ୍ଦୋଳନ କରିଥିବା ନେଇ ଆଜି ଏକ ଖବର ପ୍ରକାଶ ପାଇଛି। ଏଥିରୁ ଜଣାପଡ଼ୁଛି, ଦୁର୍ନୀତିକୁ ଧରୁଥିବା ସିବିଆଇକୁ ଆମ ସରକାର ଦୁର୍ନୀତିଗ୍ରସ୍ତ କରି ଦେଇସାରିଲେଣି। କେଉଁଠି କ’ଣ ତଦନ୍ତ ହେବ?”



from Odisha Reporter https://ift.tt/2NVD7uA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages