
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ଆରମ୍ଭ ହୋଇଯାଇଛି ‘ନବରାତ୍ରୀ’। ଅକ୍ଟୋବର ୧୦ରୁ ୧୮ତାରିଖ ଯାଏ ଏହି ‘ନବରାତ୍ରୀ’ ଉତ୍ସବ ଚାଲିବ। ପ୍ରତିପଦା ତିଥିରେ କଳସ ସ୍ଥାପନା ସହ ଆରମ୍ଭ ହୋଇଯିବ ‘ନବରାତ୍ରୀ’। ତେବେ ‘ନବରାତ୍ରୀ’ ପୂଜା ଆରମ୍ଭ ହେବା ପୂର୍ବରୁ ଏମିତି କିଛି ସାମଗ୍ରୀର ଆବଶ୍ୟକ ଥାଏ, ଯେଉଁଗୁଡ଼ିକ ବିନା ମା’ଙ୍କ ଆରାଧନା ସଂପୂର୍ଣ୍ଣ ହୋଇନଥିବାର କୁହାଯାଏ।
ଆସନ୍ତୁ ଜାଣିବା, ‘ନବରାତ୍ରୀ’ ପୂଜାରେ ଆବଶ୍ୟକ ହେଉଥିବା କିଛି ସାମଗ୍ରୀ।
କଳସ ସ୍ଥାପନା: ‘ନବରାତ୍ରୀ’ର ପୂର୍ବଦିନ କଳସ ସ୍ଥାପନା ଓ ମା’ଙ୍କ ପ୍ରଥମ ସ୍ୱରୂପ ମା ଷୋଳପୁତ୍ରୀଙ୍କ ପୂଜା କରାଯିବ। ଏଥି ପାଇଁ ମାଟି, ସୁନା କିମ୍ବା ଚାନ୍ଦିର କଳସ, ନାସି ଲଗା ପଇଡ଼, ନାଲି ସୂତା, ଆମ୍ବ ପତ୍ର, ଗୁଆ ଓ ଫୁଲମାଳର ଆବଶ୍ୟକ ଥାଏ।
ମା’ଙ୍କ ଉତ୍ତରୀୟ: ମା’ଙ୍କୁ ଲାଲ୍ ରଙ୍ଗ ଖୁବ୍ ପ୍ରିୟ। ମା’ଙ୍କ ପାଇଁ ଉଦ୍ଦିଷ୍ଟ ଖଟୁଲିରେ ବିଛାଇବା ପାଇଁ ଲାଲ୍ ରଙ୍ଗର ଲୁଗା ଓ ଉତ୍ତରୀୟ ଆବଶ୍ୟକ। ଏହା ବ୍ୟତୀତ ଶଙ୍ଖା ଓ ସିନ୍ଦୁର ମଧ୍ୟ ଜରୁରୀ।
ଅଖଣ୍ଡ ଜ୍ୟୋତି: ‘ନବରାତ୍ରୀ’ର ୯ଦିନ ପୂଜାରେ ଅଖଣ୍ଡ ଜ୍ୟୋତିର ବିଶେଷ ମହତ୍ତ୍ୱ ରହିଛି। ୯ଦିନ ଯାଏ ଜଳୁଥିବା ଏହି ଜ୍ୟୋତି ପାଇଁ ଶୁଦ୍ଧ ଦେଶୀ ଘିଅ, ମାଟି କିମ୍ବା ପିତ୍ତଳ ଦୀପ ଆବଶ୍ୟକ।
ହୋମ ସାମଗ୍ରୀ: ‘ନବରାତ୍ରୀ’ର ୯ ଦିନ ଯାକ ଦୁର୍ଗା ସ୍ତୋତ୍ର ପାଠ କରିବା ଦ୍ୱାରା ମା’ଙ୍କ ଆଶୀର୍ବାଦ ମିଳିଥାଏ। ଏହି ସ୍ତୋତ୍ର ପାଠ ସହ ହୋମ ପାଇଁ ହୋମ କୁଣ୍ଡ, ଶୁଖିଲା ଆମ୍ବ କାଠ, କର୍ପୂର, ଗୋଟା ଗୁଆ, ନଡ଼ିଆ, ଘିଅ ଓ ଅରୁଆ ଚାଉଳ ପ୍ରଭୃତି ଆବଶ୍ୟକ ସାମଗ୍ରୀ ଯୋଗାଡ଼ କରି ରଖନ୍ତୁ।
from Odisha Reporter https://ift.tt/2RFoEpM
No comments:
Post a Comment