ଦିୱାଲି ବଜାର ହୁଲୁସ୍ତୁଲୁ କରିବ ‘ପାଣ୍ଡିଆନ୍‌’ ବାଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 28, 2018

ଦିୱାଲି ବଜାର ହୁଲୁସ୍ତୁଲୁ କରିବ ‘ପାଣ୍ଡିଆନ୍‌’ ବାଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁନ୍ନି, ସୁଇଟ୍‌ ସିକ୍ସଟିନ୍‌ ଆଉ ଅନାରକଲିକୁ ଟକ୍କର ଦେବ ‘ପାଣ୍ଡିଆନ୍‌’। ତାଳଫୋଟକା, ସୁନ୍‌ ଫୋଟକା ଭଳି ଫୁଟିବନି ସିନା ହେଲେ ନିଆଁ ଧଇଲେ ମାଟି କଳା ପକେଇ ଦବ। ତା’ ତାକତ ବଡ଼ ଜବର। କଳା ଏମିତି ପଡ଼ିବ ଯେ, ଲିଭଉ ଥିବ ହେଲେ ଜମା ଛାଡ଼ିବନି।
 
କଥାଟା ଶୁଣି ଆପଣଙ୍କ ଅକଲ ଗୁଡୁମ୍‌ ହେଉଥିବ। ୩ୟ ମହଲାର ଚର୍ଚ୍ଚିତ ନାଁଟିକୁ ଆମେ ଏମତି କେମିତି କହିଦେଲୁ ବୋଲି। ଭାବୁଥିବେ ଆମେ ସବୁ ସମ୍ଭ୍ରମତାର ସୀମା ଟପିଗଲୁ ବୋଧହୂଏ।
 
ନାଇଁ ଆଜ୍ଞା ସେମିତି ଭାବନ୍ତୁନି। ସତ କହିବାକୁ ଗଲେ ଆମେ  “ବାବୁ ପାଣ୍ଡିଆନ୍‌”ଙ୍କ ସମ୍ପର୍କରେ ନୁହେଁ “ବାଣ ପାଣ୍ଡିଆନ୍‌” ସମ୍ପର୍କରେ କହୁଛୁ।
 
ଦିନ ୧୦ଟା ପରେ ଦୀପାବଳି। ବଡ଼ ବଡ଼ିଆ ଡକାହେବେ। ଦୀପ ଦିପାଳି ଜଳିବ, ଢୋ ଢା ବାଣ ଫୁଟିବ। ସେଇଥି ପାଇଁ ଏବେ ମାର୍କେଟ ହୁଲୁସ୍ତୁଲୁ। କଟକ ପାଖିଆ ଲୋକେ ପଦ୍ମପୁର ଧାଉଁଛନ୍ତି ଆଉ ଭୁବନେଶ୍ୱରିଆ, ଆଉ ପୁରୀ ପଟୁ ସୁଅ ଛୁଟୁଛି ଜଟଣୀକୁ। ଆଉ ସେଇଠୁ ଫେରି ଲୋକେ କହୁଛନ୍ତି ,ଏଥର କାଳେ ନୂଆ ବାଣ ଆସିଚି, ନାଁ ତାର ‘ପାଣ୍ଡିଆନ୍‌’।
 
ଦୀପାବଳିରେ ବାଣଫୁଟାର ଅବଧି ଉପରେ ସୁପ୍ରିମକୋର୍ଟ ଅଙ୍କୁଶ ଲଗାଇଛନ୍ତି ସତ କିନ୍ତୁ ଓଡ଼ିଶା ବଜାରରେ ଏବେ ବାଣ ବିକ୍ରି ଫୁଲ୍ ସ୍ପିଡରେ ଚାଲିଛି। ଚଳିତବର୍ଷ ଓଡ଼ିଶା ବଜାରକୁ ବିଭିନ୍ନ ନାଁ ଓ ପ୍ରକାରର ବାଣ ଆସିଯାଇଛି।
 
ଏ ଭିତରୁ ସବୁଠୁ ଚର୍ଚ୍ଚିତ ବାଣ ଏବେ ‘ପାଣ୍ଡିଆନ୍’ ମାର୍କା ସାପବାଣ ବୋଲି ଜଣାପଡ଼ିଛି।
 
ସୂଚନା ଅନୁସାରେ, ୨୦୧୮ ମସିହାରେ ପ୍ରଥମଥର ପାଇଁ ଓଡ଼ିଶା ବଜାରକୁ ‘ପାଣ୍ଡିଆନ୍’ ମାର୍କା ସାପବାଣ ଆସିଛି। ଶିବକାଶୀରୁ ଆସିଛି ଏହି ବାଣ। ପିଲାଙ୍କ ଖେଳିବା ପାଇଁ ଆସିଥିବା ଏହି ବାଣ ପ୍ୟାକେଟର ଦାମ ମଧ୍ୟ ବେଶୀ ନାହିଁ । ଓଡ଼ିଶା ବଜାରରେ ଗାଁ ଗହଳିରେ ଏହି ବାଣ ଯେଭଳି ପହଂଚିପାରିବ ସେଥିପାଇଁ ତା’ର ଦାମ ପ୍ୟାକେଟ ପିଛା ମାତ୍ର ୩୦ଟଙ୍କା ରହିଛି।
 
ଯଦିଓ ଓଡ଼ିଶା ବଜାରରେ ବିଭିନ୍ନ ପ୍ରକାରର ରକେଟ୍, ଫୋଟକା, ଧପଧପି ଆଦି ଆସିଛି ଓ ତଥାପି ସେଗୁଡ଼ିକର ନାଁ ହିଁ ଗ୍ରାହକଙ୍କ ମଧ୍ୟରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଚଳିତବର୍ଷ ବାଣ ବଜାରରେ ଜେମସ୍, ବଟରଫ୍ଲାଏ, ସୁଇଟ୍ ସିକ୍ସଟିନ୍, ଶୀଲା, ମୁନ୍ନି, କରୀନା, ଛୋଟି ମମ୍ମି, ଅନାର, ୫୦୦୦ୱାଲା, କକ୍, ସିଲଭର ରେନ୍, ପାନସୀ, ଟ୍ରଏ, ଗୁନଗୁନ୍ ଆଦି ୧୦୦ରୁ ଊଦ୍ଧ୍ୱର୍ ନାଁରେ ବାଣ ବିକ୍ରି ହେଉଥିବା ଜଣାପଡ଼ିଛି ।
 
ହେଲେ ସବୁ ବାଣ ଭିତରେ ପାଣ୍ଡିଆନ୍‌ ସାପ ବାଣ କମାଲ୍‌ କରିବ ବୋଲି ବଜାର ସାରା ଚର୍ଚ୍ଚା।


from Odisha Reporter https://ift.tt/2Q25iKi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages