‘ତିତ୍‌ଲି’ ପରେ ଘାରିଛି ଲଘୁଚାପ ଚିନ୍ତା, ଚାଷୀଙ୍କ ପାଇଁ ଜାରି ହେଲା ଆଡଭାଇଜରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 28, 2018

‘ତିତ୍‌ଲି’ ପରେ ଘାରିଛି ଲଘୁଚାପ ଚିନ୍ତା, ଚାଷୀଙ୍କ ପାଇଁ ଜାରି ହେଲା ଆଡଭାଇଜରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଧାନ କ୍ଷେତରେ ଫୁଲ ଉଡ଼ା ସମୟରେ ବାତ୍ୟା ‘ତିତ୍‌ଲି’ ଆସିଥିଲା। ଏହାର ପ୍ରଭାବରେ କ୍ଷେତର ଅଧା ଧାନ ଅଗାଡ଼ି ହୋଇଗଲା। ଯେତିକି ବର୍ତ୍ତି ଯାଇଥିଲା, ସେହିସବୁ ଧାନ ଗଛ ଉପରେ ଏବେ ଲଘୁଚାପ ଚଡ଼କର ଆଶଙ୍କା ଘାରିଛି। ଲଘୁଚାପ ଯୋଗୁ ଲଗାଣ ବର୍ଷା ଓ ପବନ ହେଲେ ଧାନ ଫସଲ ପୂରା ନଷ୍ଟ ହେବା ଆଶଙ୍କା କରୁଛନ୍ତି ଚାଷୀ। ଖାସ ସେଥିପାଇଁ କେତେକ ସ୍ଥାନରେ ଚାଷୀ ତରବରିଆ ଭାବେ ଧାନ କାଟି ନେଉଥିବା ଦେଖିବାକୁ ମିଳିଛି।

କୃଷି ବିଭାଗ କହୁଛି, ଆଇଏମ୍‌ଡିର ସୂଚନା ଅନୁସାରେ ବର୍ଷା-ପବନ ଅଧିକ ହେବାର ସମ୍ଭାବନା ନାହିଁ। ତେଣୁ ଏହାଦ୍ୱାରା ଧାନଚାଷ ସେତେଟା ନଷ୍ଟ ହେବନି। ହେଲେ ବର୍ଷା ପରେ ପୋକ ପ୍ରାଦୁର୍ଭାବକୁ ନେଇ ଡର ରହିଛି। ଏମତିକି ବର୍ଷା ହେବା ପରେ ଖରା ହେବା କ୍ଷଣି ଚକଡ଼ା ବି ମାତିବାର ଯଥେଷ୍ଟ ସମ୍ଭାବନା ରହିଛି। ତେଣୁ ଏସବୁକୁ ଦୃଷ୍ଟିରେ ରଖି ଚାଷୀଙ୍କ ପାଇଁ ଆଡଭାଇଜରି ଜାରି କରିଛି କୃଷି ବିଶ୍ୱ ବିଦ୍ୟାଳୟ। ଧାନକେଣ୍ଡା ଯେଭଳି ପ୍ରଭାବିତ ନହୁଏ ସେଥିପାଇଁ ଲୁଣପାଣି ସିଞ୍ଚନ ସହ ଆବଶ୍ୟକସ୍ଥଳେ କୀଟନାଶକ ପ୍ରୟୋଗ ଲାଗି ପରାମର୍ଶ ଦିଆଯାଇଛି। ପାଚି ଯାଇଥିବା ଧାନକୁ କାଟି ସୁରକ୍ଷିତ ଜାଗାରେ ରଖିଦେବାକୁ କୁହାଯାଇଛି। ଧାନ ଜମିରୁ ପାଣି ନିଷ୍କାସନ ପାଇଁ ଚାଷୀ କର ନାଳୀ କରନ୍ତୁ ବୋଲି କୃଷି ବିଶ୍ୱ ବିଦ୍ୟାଳୟ ପରାମର୍ଶ ଦେଇଛି।

ପଶ୍ଚିମ କେନ୍ଦ୍ର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଲଗାତର ତିନିଦିନ ଧରି ଗଞ୍ଜାମ ଓ ପୁରୀ ସମେତ ଉପକୂଳବର୍ତ୍ତୀ ଜଗତସିଂହପୁର, କଟକ, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ବର୍ଷା ହେବାର ଆଶଙ୍କା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସତର୍କ ସୂଚନା ଜାରି କରିଛି। ଏଥିପାଇଁ ଜିଲ୍ଲାପାଳମାନଙ୍କୁ ମଧ୍ୟ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସ୍ଆର୍‌ସି।

ପଶ୍ଚିମ କେନ୍ଦ୍ର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତାକାଲି ଲଘୁଚାପର ରୂପ ନେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆଜି ରାତିଠୁ ୩୦ ତାରିଖ ଯାଏ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବର୍ଷା ହେବାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।



from Odisha Reporter https://ift.tt/2OgE6WA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages