ଏସିଆ କପ୍‌ ପରେ କ’ଣ କରୁଛନ୍ତି ଧୋନି ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 3, 2018

ଏସିଆ କପ୍‌ ପରେ କ’ଣ କରୁଛନ୍ତି ଧୋନି ?

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା କ୍ୟାପ୍ଟେନ୍‌କୁଲ୍‌ ମହେନ୍ଦ୍ର ସିଂହ ଧୋନି ଏସିଆ କପ୍‌ ପରେ କ’ଣ କରୁଛନ୍ତି? ଯେହେତୁ ଟିମ୍‌ ଇଣ୍ଡିଆ ଏବେ ୱେଷ୍ଟ୍‌ଇଣ୍ଡିଜ୍‌ ବିପକ୍ଷ ଟେଷ୍ଟ୍‌ ମ୍ୟାଚ୍‌ ପାଇଁ ପ୍ରସ୍ତୁତ ହେଉଛି, ତେଣୁ ଟେଷ୍ଟ୍‌ କ୍ରିକେଟ୍‌କୁ ଅଲବିଦା କହିଥିବା ଧୋନି ଆକ୍ସନ୍‌ରୁ ଦୂରେଇ ରହିଛନ୍ତି।

କିନ୍ତୁ କ୍ରିକେଟ୍‌ ପଡ଼ିଆରୁ ଦୂରେଇ ରହିଥିବା ଧୋନି ଏବେ ଫୁଟ୍‌ବଲ୍‌ ଖେଳୁଥିବା ଦେଖିବାକୁ ମିଳିଛି। ନିକଟରେ ବଲିଉଡ୍‌ ଷ୍ଟାରମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ଏକ ଚ୍ୟାରିଟେବଲ୍‌ ଫୁଟ୍‌ବଲ୍‌ ମ୍ୟାଚ୍‌ରେ ଧୋନି ଭାଗ ନେଇଥିଲେ।

ଏହି ମ୍ୟାଚ୍‌ରେ ଧୋନିଙ୍କ ବ୍ୟତୀତ ବଲିଉଡ ଷ୍ଟାର ଆଦିତ୍ୟ ରୟ କପୁର,କୁନାଲ୍‌ ଖେମୁ, ଇଶାନ୍‌ ଖଟ୍ଟର, ଡିନୋ ମାରିଆ ଓ ଆମେରିକାନ୍‌ ସିଙ୍ଗର ତଥା ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଭାବୀ ସ୍ୱାମୀ ନିକ୍‌ ଜୋନସ ମଧ୍ୟ ସାମିଲ ହୋଇଥିଲେ। ମ୍ୟାଚ୍‌ରେ ଧୋନି ଓ ଜୋନ୍‌ସ ଏକାଠି ଖେଳୁଥିବାର ଏହି ଫଟୋ ପ୍ରିୟଙ୍କା ଚୋପ୍ରା ଇନ୍‌ଷ୍ଟାଗ୍ରାମ୍‌ରେ ଛାଡ଼ିଛନ୍ତି।



from Odisha Reporter https://ift.tt/2O2sLOv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages