ବିଜେପି ଇତିହାସର ପୁନର୍ଲିଖନ ପାଇଁ ବ୍ୟଗ୍ର ହୋଇପଡ଼ିଛି: କଂଗ୍ରେସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 21, 2018

ବିଜେପି ଇତିହାସର ପୁନର୍ଲିଖନ ପାଇଁ ବ୍ୟଗ୍ର ହୋଇପଡ଼ିଛି: କଂଗ୍ରେସ

ନୂଆଦିଲ୍ଲୀ: ନେତାଜୀଙ୍କ ପରି ବରପୁତ୍ରଙ୍କୁ ଅଣଦେଖା କରି କଂଗ୍ରେସ କେବଳ ନେହରୁ-ଗାନ୍ଧି ପରିବାରରେ ସୀମିତ ହୋଇ ରହି ଯାଇଛି ବୋଲି ମୋଦି ମତ ରଖିବାପରେ ଏହାକୁ ସମାଲୋଚନା କରିଛି କଂଗ୍ରେସ। କଂଗ୍ରେସ ମୁଖପାତ୍ର ଅଭିଷେକ ମନୁ ସିଂଘଭିଙ୍କ କହିବା ଅନୁଯାୟୀ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଆଜାଦ୍‌ ହିନ୍ଦ୍‌ ସରକାର ପ୍ରତିଷ୍ଠା ଦିବସ ଭଳି ପବିତ୍ର ଅବସରକୁ ମଧ୍ୟ ରାଜନୀତିକ ଅସ୍ତ୍ର ଭାବେ ବ୍ୟବହାର କରୁଛି। ବିଜେପି ଏବେ ଇତିହାସର ପୁନର୍ଲିଖନ ପାଇଁ ବ୍ୟଗ୍ର ହୋଇପଡ଼ିଛି ବୋଲି ସେ ମତ ରଖିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆଜାଦ୍‌ ହିନ୍ଦ୍‌ ସରକାର ପ୍ରତିଷ୍ଠା ଦିବସ ଅବସରରେ ତ୍ରିରଙ୍ଗା ଉତ୍ତୋଳନ କରିବା ସହିତ ଏକ ସ୍ମୃତିଫଳକ ଉନ୍ମୋଚନ କରିଛନ୍ତି। ଏତଦ୍‌ବ୍ୟତୀତ ବିପର୍ଯ୍ୟୟ ସମୟରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟରେ ଉଲ୍ଳେଖନୀୟ ଅବଦାନ ଥିବା ଜଣେ ପୁଲିସ କର୍ମଚାରୀଙ୍କୁ ପ୍ରତିବର୍ଷ ନେତାଜୀଙ୍କ ନାମରେ ଏକ ପୁରସ୍କାର ଦିଆଯିବ ବୋଲି ଘୋଷଣା କରିଛନ୍ତି।

କିନ୍ତୁ ସେ ଏହି ଅବସରରେ ‘ନେହରୁ-ଗାନ୍ଧି’ ପରିବାରକୁ କଡ଼ା ସମାଲୋଚନା କରିବା ପରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ରଖିଛି କଂଗ୍ରେସ। କଂଗ୍ରେସ ପକ୍ଷରୁ ସିଂଘଭି କହିଛନ୍ତି, ବିଜେପି ନେହରୁ ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ସର୍ଦ୍ଦାର ବଲ୍ଳଭ ଭାଇ ପଟେଲଙ୍କ ମଧ୍ୟରେ ଏକ କାଳ୍ପନିକ ପ୍ରତିଦ୍ୱନ୍ଦ୍ୱିତା ସୃଷ୍ଟି କରୁଛି ଏବଂ ଏପରି ପବିତ୍ର ଦିନରେ ବିଜେପି ଶସ୍ତା ରାଜନୀତି କରୁଛି ବୋଲି ସେ କହିଛନ୍ତି।

ସେ ଆହୁରି ମଧ୍ୟ ଏହି ଅବସରରେ ହିନ୍ଦୁ ମହାସଭା ବିରୋଧରେ ଅଭିଯୋଗ ଆଣିବା ସହିତ ଆରଏସ୍‌ଏସ୍‌ ଦ୍ୱାରା ଅନୁପ୍ରାଣିତ ବିନାୟକ ଦାମୋଦର ସଭରକରଙ୍କ ହିନ୍ଦୁ ମହାସଭା ଭାରତୀୟଙ୍କୁ ବ୍ରିଟିଶ ସେନାରେ ଭର୍ତ୍ତି ହେବାକୁ ପ୍ରବର୍ତ୍ତାଉଥିଲା ବୋଲି ପାଲଟା ଅଭିଯୋଗ ଆଣିଛି। ଆରଏସ୍‌ଏସ୍‌ରୁ କେହି ଜଣେ ବ୍ୟକ୍ତି ନେତାଜୀଙ୍କୁ ସମର୍ଥନ ଜଣାଉଥିଲେ କି ? ଏପରି ପ୍ରଶ୍ନସବୁ ଉଠାଇ ସିଂଘଭି ମୋଦିଙ୍କ ଅଭିଯୋଗର ପ୍ରତିକ୍ରିୟା ରଖିଛନ୍ତି ସତ, କିନ୍ତୁ ମୋଦିଙ୍କ ଅଭିଯୋଗକୁ କୌଣସି ପ୍ରକାରେ ଖଣ୍ଡନ କରିପାରିନାହାନ୍ତି।



from Odisha Reporter https://ift.tt/2q4RZ07

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages