‘ପଦ୍ମ’ ଧରିଲେ ପଦ୍ମ ଲୋଚନ ପଣ୍ଡା, ବିଜେଡି ସରକାର ହଟାଇବାକୁ ଧର୍ମେନ୍ଦ୍ରଙ୍କ ଆହ୍ଵାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 21, 2018

‘ପଦ୍ମ’ ଧରିଲେ ପଦ୍ମ ଲୋଚନ ପଣ୍ଡା, ବିଜେଡି ସରକାର ହଟାଇବାକୁ ଧର୍ମେନ୍ଦ୍ରଙ୍କ ଆହ୍ଵାନ

ଖଇରା.(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲାର ଖଇରା ଠାରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା​ ତାଙ୍କର ଶହଶହ ସମର୍ଥକ, ଜିଲ୍ଲା ପରିଷଦ ସଦସ୍ୟ, ସରପଞ୍ଚ, ସମିତି ସଭ୍ୟ, ପୂର୍ବତନ​ ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଜିଲ୍ଲା ପରିଷଦ ଉପାଧ୍ୟକ୍ଷଙ୍କ ସହିତ ବିଜେପିରେ ଯୋଗ ଦେଇଛନ୍ତି। ଆଉ ଜଣେ​ ବରିଷ୍ଠ କଂଗ୍ରେସ ନେତା ଶୁଭଙ୍କର ମହାପାତ୍ର ମଧ୍ୟ ଏହି ଅବସରରେ ବିଜେପିରେ ଯୋଗ ଦେଇଛନ୍ତି ।

ଏଥିପାଇଁ ଏଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ଶ୍ରୀ ପ୍ରଧାନ କହିଛନ୍ତି କେବଳ ରାଜନୈତିକ ପରିବର୍ତ୍ତନ ନୁହେଁ ଓଡିଶାର​ ଦୃତ ବିକାଶ ହିଁ ବିଜେପିର ଲକ୍ଷ୍ୟ।

ସେ କହିଛନ୍ତି, ” ଭାରତୀୟ ଜନତା ପାର୍ଟିର ସଂଘର୍ଷ କେବଳ ରାଜ୍ୟରେ​ ସରକାର ପରିବର୍ତ୍ତନ ପାଇଁ ନୁହେଁ କିମ୍ବା କେଉଁ ବ୍ୟକ୍ତିଙ୍କୁ ବିଧାୟକ ବା ମନ୍ତ୍ରୀ କରିବାରେ ସୀମିତ ନୁହେଁ। ୨୦ ବର୍ଷର ଲମ୍ବା ନବୀନ ପଟ୍ଟନାୟକଙ୍କ ଶାସନ ଓଡିଶାର ମଙ୍ଗଳ କରିବା ବଦଳରେ ଚାଷୀ, ଗରିବ, ଆଦିବାସୀ, ମହିଳା ଓ ଯୁବକଙ୍କ ସ୍ୱାର୍ଥ ବିରୋଧୀ ହୋଇ ରହିଛି।”

ପୁଣି ଓଡିଶାକୁ ବିକାଶର ଶୀର୍ଷରେ ନେବା ପାଇଁ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକୁ ଆଗକୁ ନେବା ସହ ମୋଦି ବିଚାରରେ ବିଶ୍ୱାସ କରୁଥିବା ରାଜ୍ୟ ସରକାର ଗଢିବାକୁ ପଡିବ ବୋଲି ଶ୍ରୀ​ ପ୍ରଧାନ କହିଛନ୍ତି। ସେ କହିଛନ୍ତି, ପାଖ ଜିଲ୍ଲା ମୟୂରଭଞ୍ଜରେ ଯେତିକି ଜମି ଅଛି ତା ଠାରୁ ଅଧିକ ଚାରା​ ଲଗାଇ ଅର୍ଥକୁ ହରିଲୂଟ କରା ଯାଇଥିବା କଥା ଶାସକ ଦଳର ବରିଷ୍ଠ ମନ୍ତ୍ରୀ ଅଭିଯୋଗ ଆଣିଛନ୍ତି।​ ଶାସକ ଦଳର ଜଣେ ପୂର୍ବତନ ସାଂସଦ ରାଜ୍ୟର ଖଣି ଖାଦାନ ଲୁଟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର​ ବରିଷ୍ଠ ଅଫିସରଙ୍କୁ ସିଧା ସିଧା ଦୋଷୀ ବୋଲି ଅଭିଯୋଗ କରିଛନ୍ତି।​ ତିତଲି ମହାବାତ୍ୟା ପରିଚାଳନାରେ ଜିରୋ କାଜୁଆଲିଟିର ଅହଂକାରରେ କେବଳ ଗଜପତି ଜିଲ୍ଲାରେ​ ଶହେରୁ ଅଧିକ ଲୋକ ମୃତ୍ୟୁ ବରଣ କରିଥିବା ସ୍ଥାନୀୟ ଲୋକ ଅଭିଯୋଗ କରୁଥିବା ଶ୍ରୀ ପ୍ରଧାନ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଲମ୍ବା ସମୟ ଧରି ଚାଲୁଥିବା ନବୀନ ପଟ୍ଟନାୟକଙ୍କ ସରକାର ରାଜ୍ୟର​ ସମ୍ପଦକୁ ବ୍ୟବହାର କରି ଯୁବପିଢ଼ି ପାଇଁ ରୋଜଗାର ସୁଯୋଗ ସୃଷ୍ଟି କରି ବିକାଶର ରାସ୍ତା ଖୋଲିବା​ ବଦଳରେ ରାଜ୍ୟର ସମ୍ପଦକୁ ଲୂଟ କରି ଚାଲିଛନ୍ତି। ସ୍ଥାନୀୟ ସିମୁଳିଆ ଓ​ ଖଇରା ଅଞ୍ଚଳର ଖଣି ଖାଦାନର ମାଲିକ ସ୍ଥାନୀୟ ଯୁବକ ନୁହନ୍ତି, ବରଂ ବିଜେଡି​ ସରକାର ଏହାକୁ ଲୂଟ କରି ନିଜେ ଲାଭବାନ ହେଉଛନ୍ତି। ଏହି ଅଞ୍ଚଳର ଯୁବକ ଏଠାରେ ନିଯୁକ୍ତି ଓ ରୋଜଗାରର ସୁଯୋଗ ନ ପାଇ ବେକାର ବସିବା ବା ବାହାର ରାଜ୍ୟକୁ କାମ କରିବାକୁ ଯିବାକୁ ବାଧ୍ୟ ହେଉଛନ୍ତି ବୋଲି ସେ କହିଛନ୍ତି।​



from Odisha Reporter https://ift.tt/2R2Jqi4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages