ଚକଡ଼ା ପାଇଁ ଚାଷ ଜମିରେ ନିଆଁ ଲଗାଇଦେଲେ ଚାଷୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 27, 2018

ଚକଡ଼ା ପାଇଁ ଚାଷ ଜମିରେ ନିଆଁ ଲଗାଇଦେଲେ ଚାଷୀ

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ପୁଣି ଲେଉଟିଲା ‘ଚକଡ଼ା’। ବଲାଙ୍ଗିର ସଦର ବ୍ଲକର ସାହାଜବାହାଲ ଓ ଝରେଇବାହାଲ ଗାଁରେ ‘ଚକଡ଼ା’ ଦାଉରୁ ୨ ଚାଷୀ ନିଜ ଆଠ ଏକର ଜମିରେ ନିଆଁ ଲଗାଇ ଦେଇଛନ୍ତି। ସାହଜବାହାଲ ଗାଁର ଅନୀଲ ହୋତା ନିଜର ୫ ଏକର ଚାଷଜମି ପୋଡ଼ି ଦେଇଥିବା ବେଳେ ଝରେଇବାହାଲ ଗାଁର ଅଶୋକ ପ୍ରଧାନ ୩ ଏକର ଚାଷଜମିରେ ନିଆଁ ଲଗାଇଦେଇଛନ୍ତି।

ଚକଡ଼ା ମାଡ଼ିବା ପରେ କୃଷି ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ ସେମାନେ ଜମିରେ କୀଟନାଶକ ବ୍ୟବହାର କରିଥିଲେ। କିନ୍ତୁ ତାହା କୌଣସି କାମ ଦେଇନଥିଲା। ଦିନକୁ ଦିନ ଚକଡ଼ା ମାଡ଼ି ଚାଲିଥିବାରୁ ସେମାନେ ଅନ୍ୟ ଉପାୟ ନପାଇ ଜମିରେ ନିଆଁ ଲଗାଇଦେଇଥିବା କହିଛନ୍ତି।

ତେବେ ଏନେଇ କୃଷି ବିଭାଗ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ଗତବର୍ଷ ପଶ୍ଚିମ ଓଡ଼ିଶାରେ ଦାଉ ସାଦିଥିଲା ଚକଡ଼ା। ଏକର ଏକର ଚାଷ ଜମିରେ ଚକଡ଼ା ମାଡ଼ିଯାଇଥିଲା। ଫଳରେ ହଜାର ହଜାର ଏକର ଜମିରେ ଧାନ ଚାଷ ନଷ୍ଟ ହୋଇଥିଲା। ଏଥିପାତଁ କ୍ଷତିପୂରଣ ଦାବି କରି ପଶ୍ଚିମ ଓଡ଼ିଶାର ଚାଷୀମାନେ ଜିଲ୍ଲାପାଳଙ୍କ ଅଫିସ୍‌ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏପରିକି କେତେକ ଚାଷୀ ନିଜ ଚାଷ ଜମିରେ ନିଆଁ ଲଗାଇ ଆତ୍ମହତ୍ୟା କରିଥିଲେ। ଏବେ ପୁଣି ଚକଡ଼ା ଲେଉଟିବା ପରେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।



from Odisha Reporter https://ift.tt/2Psg9A3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages